ETV Bharat / state

ଧରାପଡ଼ିଲା 4 ଠକ ଶିକ୍ଷକଙ୍କ ଠକାମୀ, ଚାକିରୀରୁ ବହିଷ୍କାର ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ - ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ

ନକଲି ସାର୍ଟିଫିକେଟ୍‌ ଦେଇ ଚାକିରୀ କରିଥିଲେ ଚାରି ଶିକ୍ଷକ । ବିଳମ୍ବରେ ହେଉ ପଛକେ ସାମ୍ନାକୁ ଆସିଛି ସତ୍ୟ । ଏହି ଘଟଣାରେ କଠୋର ହୋଇଛନ୍ତି ଜିଲ୍ଲାପାଳ । ଚାକିରୀରୁ ବହିଷ୍କାର ସହ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଡିଜାଇନ୍ ଫଟୋ
author img

By

Published : Nov 4, 2019, 7:23 AM IST

ବ୍ରହ୍ମପୁର: ଶିକ୍ଷକ ଚାକିରୀ ପାଇବା ପାଇଁ ନକଲି ସାର୍ଟିଫିକେଟ୍‌ ଦେବା ମହଙ୍ଗା ପଡିଛି ଗଞ୍ଜାମ ଜିଲ୍ଲାର ଚାରି ଜଣ ଶିକ୍ଷକଙ୍କୁ । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଜଣାପଡିବା ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଚାରି ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରାଯିବା ସହ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତାର ନକଲି ସାର୍ଟିଫିକେଟ୍‌ ଦେଇଥିବା ଏହି ସମସ୍ତ ଶିକ୍ଷକ ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ମୁଖ୍ୟତଃ ମିଥ୍ୟା ସାର୍ଟିଫିକେଟ୍‌ ଦେଇଥିବା ଅଭିଯୋଗ ଆସିବା ପରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଳକ ଶିକ୍ଷାଧିକାରୀ ମିଳିତ ଭାବରେ ଯାଞ୍ଚ କରିଥିଲେ । ପରେ ଏହା ନକଲି ବୋଲି ଜଣାପଡିଥିଲା ।

fake-certificate-creat-4-teachers
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଅପରପକ୍ଷେ ଘଟଣାକୁ ଜିଲ୍ଲାପାଳ ଗୁରୁତର ସହ ନେବା ସହ ଏହି ଶିକ୍ଷକଙ୍କୁ ବହିଷ୍କାର କରିବା ସହ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବହିଷ୍କାର ହୋଇଥିବା ଶିକ୍ଷକ ମାନେ ହେଲେ ଧରାକୋଟ ବ୍ଲକର ନୂଆଁସାହି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ତୋଷ କୁମାର ନାହକ, ବରଡ଼ବିଲି ୟୁ.ଜି.ଏଚ୍.ଏସ୍ ବିଦ୍ୟାଳୟର କନିଷ୍ଠ ଶିକ୍ଷୟିତ୍ରୀ ପ୍ରଜ୍ଞା କୁମାରୀ ଗୌଡ଼, ତନର୍ଜିପଲ୍ଲୀ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ଅମରେଶ ଚନ୍ଦ୍ର ପଣ୍ଡା ଏବଂ ଝିଲିମିଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ନାରାୟଣ ବେହେରା ।

ଏପରିକି କନିଷ୍ଠ ଶିକ୍ଷୟିତ୍ରୀ ପ୍ରଜ୍ଞା କୁମାରୀ ଗୌଡ଼ 2007 ମସିହାରେ ମ୍ୟାଟ୍ରିକରେ ପ୍ରଥମ ସ୍ଥାନ ପାଶ କରିଥିବା ଦର୍ଶାଇ ଚାକିରୀ କରିଥିବା ବେଳେ ପ୍ରକୃତରେ ସେ ତୃତୀୟ ସ୍ଥାନରେ ପାଶ କରିଥିବା ଜଣାପଡିଥିଲା । ସେହିପରି ସହକାରୀ ଶିକ୍ଷକ ସନ୍ତୋଷ କୁମାର ନାହାକ ନିଜର ବୟସକୁ ଲୁଚାଇବା ସହ ମ୍ୟାଟ୍ରିକରେ ପ୍ରଥମ ସ୍ଥାନରେ ପାଶ କରିଥିବା ଚାକିରୀରେ ଦର୍ଶାଇଥିବା ବେଳେ ପ୍ରକୃତରେ ସେ ଦ୍ବିତୀୟ ଶ୍ରେଣୀରେ ପାଶ କରିଥିବା ଜଣାପଡିଛି । କନିଷ୍ଠ ଶିକ୍ଷକ ଅମରେଶ ଚନ୍ଦ୍ର ପଣ୍ଡା ମଧ୍ୟ ଗତ 2000 ମସିହାରେ 10ମ ଶ୍ରେଣୀରେ ଦ୍ବିତୀୟ ସ୍ଥାନରେ ପାଶ କରିଥିବା ବେଳେ ସେ ନିଯୁକ୍ତିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦର୍ଶାଇଥିଲେ ।

ଶିକ୍ଷକ ନାରାୟଣ ବେହେରା ପ୍ରଥମ ସ୍ଥାନରେ ପାଶ ହୋଇଥିବାର ପ୍ରମାଣ ପତ୍ର ଦାଖଲ କରିଥିଲେ ମଧ୍ୟ ସେ ଦେଇଥିବା ବିଦ୍ୟାଳୟରେ ସେଭଳି କୈଣସି ଛାତ୍ର ପାଠ ପଢିନଥିବା ଜଣାପଡିଛି । ଯାହାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡାଙ୍କ ଠାରୁ ରିପୋର୍ଟ ପାଇବା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଏହି ଚାରି ଜଣ ଶିକ୍ଷକଙ୍କ ନାମରେ ଥାନାରେ ଏତଲା ଦେବାକୁ ଧରାକୋଟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତ ଶିକ୍ଷକଙ୍କ ନିଯୁକ୍ତ ରଦ୍ଧ(ବହିଷ୍କାର) ପାଇଁ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଶିକ୍ଷକ ଚାକିରୀ ପାଇବା ପାଇଁ ନକଲି ସାର୍ଟିଫିକେଟ୍‌ ଦେବା ମହଙ୍ଗା ପଡିଛି ଗଞ୍ଜାମ ଜିଲ୍ଲାର ଚାରି ଜଣ ଶିକ୍ଷକଙ୍କୁ ।ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଜଣାପଡିବା ପରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ ଚାରି ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରାଯିବା ସହ ଥାନାରେ ଏତଲା ଦେବାକୁ ନିର୍ଦ୍ଧେଶ ଦିଆଯାଇଛି।ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତାର ନକଲି ସାର୍ଟିଫିକେଟ୍‌ ଦେଇଥିବା ଏହି ସମସ୍ତ ଶିକ୍ଷକ ଗଞ୍ଜାମ ଜିଲାର ଧରାକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ମୁଖ୍ୟତ ଧରାପଡିଥିବା ଶିକ୍ଷକ ମାନେ ମିଥ୍ୟା ସାର୍ଟିଫିକେଟ୍‌ ଦେଇଥିବା ଅଭିଯୋଗ ଆସିବା ପରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଳକ ଶିକ୍ଷାଧିକାରୀ ମିଳିତ ଭାବରେ ଯାଞ୍ଚ କରି ଏହା ନକଲି ବୋଲି ଧରାପଡ଼ିଥିଲା। ଅପରପକ୍ଷେ ଏହି ଘଟଣାକୁ ଜିଲାପାଳ ଗୁରୁତର ସହ ନେବା ସହ ଏହି ଶିକ୍ଷକଙ୍କୁ ବହିଷ୍କାର କରିବା ସହ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବହିଷ୍କାର ହୋଇଥିବା ଶିକ୍ଷକ ମାନେ ହେଲେ ଧରାକୋଟ ବ୍ଲକର ନୂଆଁସାହି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ତୋଷ କୁମାର ନାହାକ, ବରଡ଼ବିଲି ୟୁ.ଜି.ଏଚ୍.ଏସ୍ ବିଦ୍ୟାଳୟର କନିଷ୍ଠ ଶିକ୍ଷୟିତ୍ରୀ ପ୍ରଜ୍ଞା କୁମାରୀ ଗୌଡ଼, ତନର୍ଜିପଲ୍ଲୀ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ଅମରେଶ ଚନ୍ଦ୍ର ପଣ୍ଡା ଏବଂ ଝିଲିମିଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ନାରାୟଣ ବେହେରା ।
ଏପରିକି କନିଷ୍ଠ ଶିକ୍ଷୟିତ୍ରୀ ପ୍ରଜ୍ଞା କୁମାରୀ ଗୌଡ଼ 2007 ମସିହାରେ ମ୍ୟାଟ୍ରିକ ରେ ପ୍ରଥମ ସ୍ଥାନ ପାଶ କରିଥିବା ଚାକିରୀରେ ଦର୍ଶାଇଥିବା ବେଳେ ପ୍ରକୃତରେ ସେ ତୃତୀୟ ସ୍ଥାନ ପାଶ କରିଥିବା ଜଣାପଡିଥିଲା ।ସେହିପରି ସହକାରୀ ଶିକ୍ଷକ ସନ୍ତୋଷ କୁମାର ନାହାକ ନିଜର ବୟସ କୁ ଲୁଚାଇବା ସହ ମ୍ୟାଟ୍ରିକ ରେ ପ୍ରଥମ ସ୍ଥାନରେ ପାଶ କରିଥିବା ଚାକିରୀରେ ଦର୍ଶାଇଥିବା ବେଳେ ପ୍ରକୃତରେ ସେ ଦ୍ବିତୀୟ ଶ୍ରେଣୀରେ ପାଶ କରିଥିବା ଜଣାପଡିଛି ।କନିଷ୍ଠ ଶିକ୍ଷକ ଅମରେଶ ଚନ୍ଦ୍ର ପଣ୍ଡା ମଧ୍ୟ ଗତ 2000 ମସିହାରେ 10ମ ଶ୍ରେଣୀରେ ଦ୍ବିତୀୟ ସ୍ଥାନରେ ପାଶ କରିଥିବା ବେଳେ ସେ ନିଯୁକ୍ତିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦର୍ଶାଇଥିଲେ ।ଏପରିକି ଶିକ୍ଷକ ନାରାୟଣ ବେହେରା ପ୍ରଥମ ସ୍ଥାନରେ ପାଶ ହୋଇଥିବାର ପ୍ରମାଣ ପତ୍ର ଦାଖଲ କରିଥିଲେ ମଧ୍ୟ ସେ ଦେଇଥିବା ବିଦ୍ୟାଳୟରେ ସେଭଳି କୈଣସି ଛାତ୍ର ପାଠପଢିନଥିବା ଜଣାପଡିଛି ।ଯାହାକୁ ନେଇ ଜିଲା ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡାଙ୍କ ଠାରୁ ରିପୋର୍ଟ ପାଇବା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।
ଏହି ଚାରି ଜଣ ଶିକ୍ଷକଙ୍କ ନାମରେ ଥାନାରେ ଏତଲା ଦେବାକୁ ଧରାକୋଟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦିଆଯିବା ସହ ଅଭିଯୁକ୍ତ ଶିକ୍ଷକଙ୍କ ନିଯୁକ୍ତ ରଦ୍ଧ(ବହିଷ୍କାର) ପାଇଁ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.