ETV Bharat / state

ଅବକାରୀ ବିଭାଗର ଚଢାଉ, ନକଲି ମଦ ସହ ଜଣେ ଗିରଫ - ନକଲି ବିଦେଶୀ ମଦ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ରାଇପଲ୍ଲୀ ଜଙ୍ଗଲରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ନକଲି ବିଦେଶୀ ମଦ ଜବତ କରିଛି । ଏହା ସହିତ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇଜଣ ଫେରାର ଅଛନ୍ତି । ଅଧିକ ପଢନ୍ତୁ...

ଅବକାରୀ ବିଭାଗର ଚଢାଉ
ଅବକାରୀ ବିଭାଗର ଚଢାଉ
author img

By

Published : Aug 17, 2021, 2:33 PM IST

ଭଞ୍ଜନଗର: ଅବକାରୀ ବିଭାଗର ଚଢାଉ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ରାଇପଲ୍ଲୀ ଜଙ୍ଗଲରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ନକଲି ବିଦେଶୀ ମଦ ଜବତ କରିଛି । ଏହା ସହିତ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇଜଣ ଫେରାର ଅଛନ୍ତି ।

ଅବକାରୀ ବିଭାଗର ଚଢାଉ

ସୂଚନାଅନୁସାରେ,ଭଞ୍ଜନଗର ଥାନା ଅନ୍ତର୍ଗତ ରାଇପଲ୍ଲୀ ଜଙ୍ଗଲରେ ନକଲି ବିଦେଶୀ ମଦ କାରଖାନା ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏହାପରେ ସେମାନଙ୍କ ବେପାର ପଣ୍ଡ କରିବାକୁ ଯୋଜନା କରିଥିଲା ଟିମ । ଅବକାରୀ ବିଭାଗର ଏକ ଟିମ ରାଇପଲ୍ଲୀ ଜଙ୍ଗଲରେ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ମଦ ପ୍ରସ୍ତୁତି ସରଞ୍ଜାମ ସହିତ ବିଭିନ୍ନ ବ୍ରାଣ୍ଡର ୧୮୦ମିଲି ନକଲି ବିଦେଶୀ ମଦ, 1289 ବୋତଲ, ୫୦୦ମିଲି ହୋମିଓପାଥିକର 44ଟି ବୋତଲ ଏବଂ ବିଭିନ୍ନ କମ୍ପାନୀର ଷ୍ଟ୍ରିକର ସହିତ ଖାଲି ବୋତଲ ଜବତ କରିଛି ।

ଏହା ସହିତ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଦୋମୁହାଁଣୀ ନିକଟ ଗରୁଡ଼ ଗ୍ରାମର ଟୁବୁଲ ନାୟକ (ଆକାଶ ) । ଘଟଣାସ୍ଥଳରୁ ଅନ୍ୟ ଦୁଇଜଣ ଖସି ପଳାଇଛନ୍ତି । ବ୍ୟବସାୟର ମାଷ୍ଟରମାଇଣ୍ଡକୁ କାବୁ କରିବାକୁ ତଦନ୍ତ ଜୋରଦାର କରାଯାଉଛି । ଗିରଫ ଅଭିଯୁକ୍ତ ଟୁବୁଲ ନାୟକକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଥାନା ଅଧିକାରୀ ଧିରେନ କୁମାର ବେହେରା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.