ETV Bharat / state

ଅବକାରୀ ବିଭାଗ ଚଢାଉ: 180 ଲିଟର ମଦ ଜବତ

author img

By

Published : Apr 24, 2021, 9:47 PM IST

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ବିଭାଗ ଦ୍ବାରା ବିଭିନ୍ନ ସ୍ଥାନରେ ଚଢାଉ । ଚଢ଼ାଉ କରାଯାଇ 180 ଲିଟର ଚୋରା ହାତରନ୍ଧା ଦେଶୀମଦ ଜବତ କରାଯିବା ସହ ପ୍ରାୟ 3740 କେଜି ଗୁଡ ମିଶ୍ରିତ ପୋଚକୁ ନଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

excise-department-seized-180-liter-liquor-in-bhanjanagar
ଅବକାରୀ ବିଭାଗ ଚଢାଉ: 180 ଲିଟର ମଦ ଜବତ

ଭଞ୍ଜନଗର: କୋରୋନା ମହାମାରୀରେ ସାରାଦେଶ ଲଢୁଥିବାବେଳେ ଏହାର ସୁଯୋଗ ନେଇ ଚୋରାମଦ ବେପାରୀଙ୍କ ପ୍ରାଦୁଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ବିଭାଗ ତରଫରୁ ଭଞ୍ଜନଗର ଥାନା ଅନ୍ତର୍ଗତ ନାହାତୋଟା ସାହିରେ ଅତର୍କିତ ଚଢ଼ାଉ କରାଯାଇ 180 ଲିଟର ଚୋରା ହାତରନ୍ଧା ଦେଶୀମଦ ଜବତ କରାଯିବା ସହ ପ୍ରାୟ 3740 କେଜି ଗୁଡ ମିଶ୍ରିତ ପୋଚକୁ ନଷ୍ଟ କରାଯାଇଛି ।

ଅବକାରୀ ବିଭାଗ ଚଢାଉ: 180 ଲିଟର ମଦ ଜବତ

ଏହି ବେଆଇନ ମଦ ରନ୍ଧା ସମ୍ପୃକ୍ତିରେ ତିନୋଟି କେସ ରୁଜୁ କରାଯାଇ ଦୁଇ ଜଣ ଆସାମୀକୁ ଗିରଫ କରାଯାଇଛି । ସଟଡ଼ାଉନ ହେତୁ ଭଞ୍ଜନଗର ସହରର ସମସ୍ତ ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ବନ୍ଦ ରହିଥିବାବେଳେ ଏହାର ଫାଇଦା ନେବାକୁ ଚୋରା ବେପାରୀଙ୍କ ଉଦ୍ୟମକୁ ଅବକାରୀ ବିଭାଗ ପଣ୍ଡ କରିଦେଇଛି ।

ଆଜିର ଏହି ଚଢ଼ାଉରେ ଭଞ୍ଜନଗର ଅବକାରୀ ଅଧିକାରୀ ପାର୍ଥସାରଥିଙ୍କ ନେତୃତ୍ୱରେ ବହୁ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.