ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼, ତୁରୁମୁ, ଗୁଡପଲ୍ଲୀ, ଗୁଜୁରାଳୀ ଅଞ୍ଚଳରେ ଭଞ୍ଜନଗର ଓ ବୁଗୁଡ଼ା ଅବକାରୀ ବିଭାଗର ମିଳିତ ଚଢ଼ାଉ । ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ କରାଯାଇଥିଲା । ଚଢାଉ ବେଳେ 430 ଲିଟର ହାତ ରନ୍ଧା ଦେଶୀ ମଦ ଜବତ 2386 କେଜି ଗୁଡ ମିଶ୍ରିତ ପୋଚକୁ ଜବତ କରି ନଷ୍ଟ କରିଦିଆଯାଇଛି । ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ 3 ଟି ମାମଲା ରୁଜୁ ହେବା ସହ 2 ଜଣ ଅପରାଧି ଗୁରୁମୂର୍ତ୍ତୀ ଡାକୁଆ ଓ ଗୋବିନ୍ଦ ସାହୁକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭଞ୍ଜନଗର ଅବକାରୀ ଅଧିକାରୀ ପାର୍ଥସାରଥୀ ରାଉତ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ