ETV Bharat / state

ଧାନ ଅମଳ ପୂର୍ବରୁ ଦିଗପହଣ୍ଡିରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

author img

By

Published : Oct 26, 2021, 9:28 AM IST

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଗତ କିଛି ମାସର ବ୍ୟବଧାନ ପରେ ପୁଣି ଥରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିବା ଜଣାପଡିଛି । ଫଳରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପୋଡାବାଡି, ମଥୁରା , ଅଁଳାଗୁଡ଼ା , ଗୁମା ଭଳି ଗ୍ରାମାଞ୍ଚଳ ରାସ୍ତାରେ ସାଧାରଣ ଜନତାଙ୍କ ଯାତାୟତ ବନ୍ଦ ରହିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଧାନ ଅମଳ ପୂର୍ବରୁ ଦିଗପହଣ୍ଡିରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ
ଧାନ ଅମଳ ପୂର୍ବରୁ ଦିଗପହଣ୍ଡିରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

ବ୍ରହ୍ମପୁର: ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଗତ କିଛି ମାସର ବ୍ୟବଧାନ ପରେ ପୁଣି ଥରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିବା ଜଣାପଡିଛି । ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଚାଷୀମାନଙ୍କ ଜମିରେ 9 ଟିକିଆ ହାତୀପଲ ପଶି ବ୍ୟାପକ ଫସଲ ଦଳି ନଷ୍ଟ କରି ଦେଇଥିବା ବେଳେ ଏବେ ଚାଷୀମାନେ ଭୟଭୀତ ହେବା ସହ ଏକପ୍ରକାର ଚିନ୍ତାରେ ରହିଛନ୍ତି । ଫଳରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପୋଡାବାଡି, ମଥୁରା , ଅଁଳାଗୁଡ଼ା , ଗୁମା ଭଳି ଗ୍ରାମାଞ୍ଚଳ ରାସ୍ତାରେ ସାଧାରଣ ଜନତାଙ୍କ ଯାତାୟତ ବନ୍ଦ ରହିଥିବା ସୂଚନା ମିଳିଛି ।

ସୂଚନାମୁତାବକ, ଗତ ରାତିରେ ହାତୀପଲ ଆସି ଦିଗପହଣ୍ଡି ବନାଞ୍ଚଳ ଅଧିନ କେନ୍ଦ୍ରୀୟ ନର୍ସରୀ ନିକଟ ଚାଙ୍ଗୁଡ଼ିଦେଇ ସଂରକ୍ଷିତ ଜଙ୍ଗଲରେ ରହିଛନ୍ତି । ଚାଷୀମାନେ ନିଜ ନିଜ ଚାଷ ଜମିରେ ନଷ୍ଟ ହୋଇଥିବା ଧାନ ଫସଲ ଦେଖି ଦିଗପହଣ୍ଡି ବନ ବିଭାଗକୁ ଖବର କରିଥିଲେ । ଖରିଫ ୠତୁ ଶେଷ ବା ଫସଲ ଅମଳ ସମୟରେ ହାତୀ ପଲ ଆସି ଧାନ ଫସଲ ସମେତ ବିଭିନ୍ନ ବାଡ଼ ବଗିଚାରେ ଫସଲ ନଷ୍ଟ କରୁଥିବା ବେଳେ ଚଳିତ ବର୍ଷ ହାତୀପଲ ଧାନ ଅମଳ ପୂର୍ବରୁ ଆଗୁଆ ଆସିଯାଇଥିବା ଜଣାପଡିଛି। ଧାନ ଗଛରେ ବର୍ତ୍ତମାନ ଫୁଲ କେଣ୍ଡା ଧରିଥିବା ସମୟରେ ହିଁ ହାତୀପଲ ଉପଦ୍ରବ ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି ।

ଏହି ହାତୀ ପଲରେ ୩ଟି ଛୁଆ ହାତୀଙ୍କ ସହ ୬ ଟି ମାଇ ହାତୀ ଥିବା ଜଣାପଡିଛି । ସେପଟେ ବନବିଭାଗ ଏନେଇ ଦୃଷ୍ଟି ଦେବାକୁ ଅଞ୍ଚଳ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.