ETV Bharat / state

ସୋରଡ଼ା ବ୍ଲକରେ ଗଡ଼ୁନି ସରକାରଙ୍କ ବିକାଶ ଗାଡ଼ି, ବିଜୁଳି ଅପେକ୍ଷାରେ ୧୦ରୁ ଊର୍ଦ୍ଧ୍ବ ଗାଁ - ଡିବିରି ଆଲୁଅରେ କଟୁଛି ଜୀବନ

ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ଅନେକ ଗ୍ରାମରେ ରାସ୍ତା ଓ ବିଜୁଳି ଭଳି ମୌଳିକ ସୁବିଧା ପହଞ୍ଚି ପାରିନାହିଁ । ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକରେ ୧୦ରୁ ଊର୍ଦ୍ଧ୍ବ ଗ୍ରାମକୁ ନାହିଁ ରାସ୍ତା କିମ୍ବା ପହଞ୍ଚି ପାରିନି ବିଜୁଳି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ପାଖରୁ କେବଳ ପ୍ରତିଶ୍ରୁତି ମିଳୁଥିବା କହିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ସୋରଡ଼ା ବ୍ଲକରେ ଗଡ଼ୁନି ସରକାରଙ୍କ ବିକାଶ ଗାଡ଼ି, ବିଜୁଳି ଅପେକ୍ଷାରେ ଏବେବି ୧୦ରୁ ଊର୍ଦ୍ଧ୍ବ ଗାଁ

author img

By

Published : Dec 14, 2022, 9:51 AM IST

ସୋରଡ଼ା ବ୍ଲକରେ ଗଡ଼ୁନି ସରକାରଙ୍କ ବିକାଶ ଗାଡ଼ି, ବିଜୁଳି ଅପେକ୍ଷାରେ ଏବେବି ୧୦ରୁ ଊର୍ଦ୍ଧ୍ବ ଗାଁ

ଭଞ୍ଜନଗର: ବିକାଶ ନାଁରେ ସରକାରଙ୍କର ମାଳ ମାଳ ଯୋଜନା । କିନ୍ତୁ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ସରକାରଙ୍କ ଯୋଜନା ପହଞ୍ଚି ପାରିନି ଦୁର୍ଗମ ଅଞ୍ଚଳରେ । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜନା ପରେ ଯୋଜନା କରୁଥିଲେ ମଧ୍ୟ ଅନେକ ଗ୍ରାମରେ ରାସ୍ତା ଓ ବିଜୁଳି ଭଳି ମୌଳିକ ସୁବିଧା ପହଞ୍ଚି ପାରିନାହିଁ । ଏଭଳି ଅନେକ ଗାଁ ରହିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକରେ ।

ଡିବିରି ଆଲୁଅରେ କଟୁଛି ଜୀବନ

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଅଧିକାଂଶ ଗ୍ରାମ ଉପାନ୍ତ ଅଞ୍ଚଳରେ ଅବସ୍ଥିତ । ଏଠାରେ ଯାତାୟତ ପାଇଁ ପକ୍କା ରାସ୍ତା ଓ ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଅନେକ ଗ୍ରାମ । ବିଜୁଳି ନଥାଇ ଜୀବନ ଯାପନ କରୁଛନ୍ତି ଗ୍ରାମବାସୀ । ବ୍ଲକର ରାଜପୁର, ବଲାଦୂ, କେନ୍ଦୁପଲ୍ଲୀ, କମଳାଖାଲ, ରାଧାକୃଷ୍ଣପୁର, ମୈଶିଆପଦା, କୃଷ୍ଣପୁର, ଗୁଞ୍ଜୁଳି, ରେଙ୍ଗାଗୁଡି ଭଳି ଅନେକ ଗ୍ରାମର ଲୋକଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ । ସନ୍ଧ୍ୟା ନଇଁଗଲେ କବାଟ କିଳି ଘର ଭିତରେ ଡିବିରି ଆଲୁଅରେ ଜୀବନ କାଟନ୍ତି ଗ୍ରାମବାସୀ । ବିଭିନ୍ନ ପଞ୍ଚାୟତର ଏହି ଗ୍ରାମ ଗୁଡିକରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ବ ଲୋକ ବାସ କରନ୍ତି । ଏମାନେ ଖଲିପତ୍ର ସିଲେଇ ଓ ଜାଳେଣୀ କାଠ ସଂଗ୍ରହ କରିବା ସହିତ ମାଣ୍ଡିଆ, କାନ୍ଦୁଲ, ଶୁଆ, ଜନା ଆଦି କୃଷି କାର୍ଯ୍ୟ କରି ଜୀବିକା ନିର୍ବାହ କରିଥାନ୍ତି ।

ବନ୍ୟଜନ୍ତୁ ଭୟରେ ଗାଁ ଦାଣ୍ଡରେ ନିଆଁ ଲଗାଇ ଜଗିଥାନ୍ତି ଗ୍ରାମବାସୀ

ଏହି ଗ୍ରାମ ଗୁଡିକରେ ବିଜୁଳି ନଥିବା ଯୋଗୁ ପିଲାମାନେ ପାଠ ପଢିବାରେ ସମସ୍ୟା ସୃଷ୍ଟି ହେଉଛି । ବିଜୁଳି ନଥିବାରୁ ମୋବାଇଲ ଚାର୍ଜ ହୋଇପାରୁନାହିଁ । ଫଳରେ ପିଲାମାନେ ଅନଲାଇନ କ୍ଲାସରୁ ବଞ୍ଚିତ ହେଉଛନ୍ତି । ଟିଭି ନଥିବାରୁ ଦେଶ ଦୁନିଆ ଖବର ସହିତ ସରକାରଙ୍କ କୌଣସି ଯୋଜନା ବିଷୟରେ ମଧ୍ୟ ଜାଣିପାରୁନାହାନ୍ତି ଏହି ଗ୍ରାମବାସୀ । ସନ୍ଧ୍ୟା ହୋଇଗଲେ ଡିବିରି ଆଲୁଅ ସେମାନଙ୍କ ପାଇ ସାହା ଭରସା । ଏହା ସହିତ ଜଙ୍ଗଲ ଭିତରେ ରହୁଥିବା ଯୋଗୁଁ ବନ୍ୟଜନ୍ତୁର ଭୟ ଅଧିକାଂଶ ସମୟରେ ଥାଏ । ତେଣୁ ଗାଁ ଦାଣ୍ଡରେ ନିଆଁ ଲଗାଇ କିଛି ଲୋକ ଜଗି ରହିଥାନ୍ତି । ସେହି ଆଲୁଅରେ ସେମାନଙ୍କ ରାତି କଟିଥାଏ । ରାତିରେ ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କ ସମସ୍ୟା କହିଲେ ନସରେ ।

କାଗଜ କଲମରେ ଆସିଛି ବିଜୁଳି

କେନ୍ଦ୍ର ସରକାରଙ୍କ ତରଫରୁ ୨୦୦୫ ମସିହାରେ ରାଜୀବ ଗ୍ରାମୀଣ ବିଦ୍ୟୁତ ଯୋଜନା ଓ ରାଜ୍ୟ ସରକାରଙ୍କ ତରଫରୁ ୨୦୦୭ରେ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଆରମ୍ଭ ହୋଇଥିଲା । ହେଲେ କେବଳ କାଗଜ କଲମରେ ଏହି ଗ୍ରାମଗୁଡ଼ିକୁ ଏହି ଯୋଜନା ଆସିଛି । କିଛି ଗ୍ରାମରେ ସୋଲାର ମାଧ୍ୟମରେ ବିଜୁଳି ଆଲୁଅ ଦିଆଯାଇଥିଲା । କିନ୍ତୁ ଠିକାଦାରଙ୍କ ନିମ୍ନ ମାନର କାମ ଯୋଗୁଁ କିଛି ମାସ ପରେ ଖରାପ ହୋଇଗଲା । କିଛି ଗ୍ରାମରେ ପଞ୍ଚାୟତ ତରଫରୁ ଦିଆଯାଇଥିବା ସୋଲାର ମଧ୍ୟ ଅଧ ରାତିରେ ବନ୍ଦ ହେଇଯାଉଛି ।

ମିଳୁଛି କେବଳ ପ୍ରତିଶ୍ରୁତି

ଏହି ସମସ୍ୟା ନେଇ ଗ୍ରାମବାସୀମାନେ ବାରମ୍ବାର ବ୍ଲକ ପ୍ରଶାସନ, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ ସହ ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀଙ୍କୁ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । କିଛି ଦିନ ତଳେ ଗ୍ରାମବାସୀମାନେ ଆସି ବ୍ଲକ ଅଫିସ ଆଗରେ ଧାରଣାରେ ବସିଥିଲେ । କିନ୍ତୁ ଆଶ୍ଵାସନା ଦେଇ ପ୍ରଶାସନ ଲୋକଙ୍କୁ ପଠାଇଦେଇଥିଲା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୋଟ ବର୍ଜନ କରିଥିଲେ ମଧ୍ୟ ପ୍ରଶାସନ ଓ ନେତାମାନେ ଗ୍ରାମରେ ପହଞ୍ଚି ନିର୍ବାଚନ ପରେ ବିଜୁଳି ଦେଇଦେବୁ କହି ଭୋଟ ନେଇଥିଲେ । କିନ୍ତୁ ନିର୍ବାଚନ ପରେ ନେତାଙ୍କ ଦେଖା ମିଳୁନି ।

ଏହି ସମସ୍ୟା ସମ୍ପର୍କରେ ଭଞ୍ଜନଗର କାର୍ଯ୍ୟନିର୍ବାହୀ ଇଞ୍ଜିନିୟରଙ୍କୁ ପଚାରିବାରୁ ସେ କହିଛନ୍ତି, "ଟେଣ୍ଡର ହୋଇଯାଇଛି । କଣ୍ଟ୍ରାକ୍ଟର କାମ ଆରମ୍ଭ କରିବେ । ଅତିଶୀଘ୍ର ବିଦ୍ୟୁତ ସଂଯୋଗ କରାଯିବ ।" ତେବେ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି କେବେ ସେମାନଙ୍କ ପ୍ରତିଶ୍ରୁତି ରକ୍ଷା କରି ଏହି ଗ୍ରାମ ଗୁଡ଼ିକରୁ ମୌଳିକ ସମସ୍ୟା ଦୂର କରୁଛନ୍ତି, ତାହା ଦେଖିବାକୁ ଅପେକ୍ଷା ।

ଇଟିଭି ଭାରତ, ଭଞ୍ଜନଗର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.