ETV Bharat / state

Panchayat Election: ନିର୍ବାଚନ ସୁପରିଚାଳନା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ବୈଠକ

author img

By

Published : Jan 18, 2022, 9:16 AM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସୁପରିଚାଳନା ନେଇ ବୈଠକ। କୋଭିଡ କଟକଣା ମଧ୍ୟରେ କିଭଳି ନିର୍ବାଚନ ସଠିକ ଭାବେ ପରିଚାଳନା ହେବ, ସେନେଇ ଜିଲ୍ଲାପାଳଙ୍କ ପକ୍ଷରୁ ବୈଠକ ଅନଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

election preparation meeting in berhampur
ପଞ୍ଚାୟତ ନିର୍ବାଚନ: ନିର୍ବାଚନ ସୁପରିଚାଳନା ନେଇ ଜିଲ୍ଲାପାଳଙ୍କ ବୈଠକ

ବ୍ରହ୍ମପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସୁପରିଚାଳନା ନେଇ ବୈଠକ। କୋଭିଡ କଟକଣା ମଧ୍ୟରେ କିଭଳି ନିର୍ବାଚନ ସଠିକ ଭାବେ ପରିଚାଳନା ହେବ, ସେନେଇ ଜିଲ୍ଲାପାଳଙ୍କ ପକ୍ଷରୁ ବୈଠକ ଅନଷ୍ଠିତ ହୋଇଥିଲା। ଜିଲ୍ଲାରେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ଦିଗରେ କାମ କରିବାକୁ ଜିଲ୍ଲାପାଳ ବୈଠକରେ ଆଲୋଚନା କରିଥିଲେ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ, ନିର୍ବାଚନ ନେଇ ସଭାସମିତି, ଶୋଭାଯାତ୍ରା ଆଦିକୁ ବାରଣ କରାଯାଇଛି। ତେଣୁ ସେ ଦିଗରେ ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପରିଚାଳନା ଦାୟିତ୍ବରେ ରହିଥିବା ସମସ୍ତ କର୍ମଚାରୀ ଏବଂ ଅଧିକାରୀ ବୃନ୍ଦ କୋଭିଡ୍ ନିୟମର କଡାକଡି ପାଳନ କରିବାକୁ କୁହାଯାଇଛି । ଚଳିତ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ କୋଭିଡ ପ୍ରୋଟୋକଲ ଅନୁଯାୟୀ ପରିଚାଳନା ହେବ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ରହିଥିବା ସମସ୍ତଙ୍କ RTPCR ଟେଷ୍ଟ ହେବ ।

ନିର୍ବାଚନ ପରିଚାଳନା ଦିଗରେ ପ୍ରଦାନ କରାଯିବାକୁ ଥିବା ପ୍ରଶିକ୍ଷଣ ଗୁଡିକୁ ଓସ୍ବାନ୍ କିମ୍ବା ଜୁମ୍ ଆଭାସୀ ଦ୍ବାରା କରିବାକୁ ପ୍ରୟାସ କରାଯିବ । ତେବେ ନିର୍ବାଚନ ନେଇ ସମସ୍ତ ବୈଠକ ଖୋଲା ଅଞ୍ଚଳରେ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ସରକାରଙ୍କ ନିର୍ବାଚନ ଗାଇଡଲାଇନ ଅନୁଯାୟୀ, ପ୍ରାର୍ଥୀମାନେ ୫ଜଣଙ୍କୁ ନେଇ ନିର୍ବାଚନ ପ୍ରଚାର କାର୍ଯ୍ୟ କରିବେ । ରାତି ୮ଟାରୁ ତା ପରଦିନ ସକାଳ ୭ଟା ଯାଏ ଡାକବାଜି ଯନ୍ତ୍ରରେ ପ୍ରଚାର ପ୍ରସାର ହେବ ନାହିଁ । ମତଦାତାମାଙ୍କୁ ମାସ୍କ ପରିଧାନ ଓ ସାମାଜିକ ଦୂରତା ଉପରେ କଡ଼ା ନଜର ରଖାଯିବ। ଯେଉଁ ମତଦାନ କେନ୍ଦ୍ର ଗୁଡିକରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯିବ । ବର୍ତ୍ତମାନ ଲାଗୁ କରାଯାଇଥିବା ନିୟମ ଆସନ୍ତା ଫେବୃୟାରୀ ମାସ ୨୮ ତାରିଖ ଯାଏ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସରକାରୀ କର୍ମଚାରୀମାନେ କୌଣସି ରାଜନୈତିକ ଦଳ ସହିତ ସଂପୃକ୍ତ ନ ରହିବାକୁ ପରାମର୍ଶ ଦିଆଯାଇଛି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଯୋଗ ଦେଇଥିଲେ। ଏଥିସହ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦା ନନ୍ଦ ନାୟକ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂଙ୍କ ସମେତ ସମସ୍ତ ଉପଜିଲ୍ଲାପାଳ, ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.