ETV Bharat / state

ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

author img

By

Published : Jul 28, 2021, 10:53 PM IST

ବ୍ରହ୍ମପୁର ରେଲୱେ ଷ୍ଟେସନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ସହ ବିଭାଗୀୟ ଅଧିକାରୀଙ୍କ ସହ କଲେ ଆଲୋଚନା । ଅଧିକ ପଢନ୍ତୁ...

ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ, ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ବ୍ରହ୍ମପୁର: ବ୍ରହ୍ମପୁର ରେଲୱେ ଷ୍ଟେସନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ । ରେଳ ଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପ ଓ ଯାତ୍ରୀ ସୁବିଧା ନୀରିକ୍ଷଣ କରିବା ସହ ଷ୍ଟେସନର ବିକାଶ ପାଇଁ ଆବଶ୍ୟକ ରହିଥିବା ବିଭିନ୍ନ ଯାତ୍ରୀ ସୁବିଧା ଉପରେ ଗୁରୁତ୍ବାରୋପ କରିଥିଲେ ।

ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ପୂର୍ବତଟ ରେଳ ବିଭାଗର ସ୍ବତନ୍ତ୍ର ଟିମ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ସହ ଗତ ମାର୍ଚ୍ଚ ମାସରେ ଆସି ଅନୁଧ୍ୟାନ କରିଥିବା ବିଭିନ୍ନ କାର୍ଯ୍ୟ ଠାରୁ ବର୍ତ୍ତମାନର କାର୍ଯ୍ୟରେ କିଭଳି ଅଗ୍ରଗତି ହୋଇଛି ତାହାକୁ ନେଇ ଉପସ୍ଥିତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟର ପ୍ରମୁଖ ରେଳଷ୍ଟେସନ ଗୁଡିକର ଆଧୁନିକୀକରଣ ଉପରେ ଗୁରୁତ୍ବ ଦେଉଥିବାବେଳେ ଏହି ଟିମ୍ ରେଳଷ୍ଟେସନର ଆଧୁନିକୀକରଣ ତଥା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ସମୀକ୍ଷା କରିଥିଲେ ।

ଏହି ଅବସରରେ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବ୍ରହ୍ମପୁର ରେଳଷ୍ଟେସନକୁ ବିକଶିତ କରାଯିବ ଏବଂ ଆଧୁନିକ ସୁବିଧା ଯୋଗାଇ ଦିଆଯିବ। ଷ୍ଟେସନକୁ ସୌନ୍ଦର୍ଯ୍ୟମୟ ଓ ଆଲୋକିକରଣ କରାଯିବା ସହ ଉନ୍ନତ ୱେଟିଂ ହଲ, ଉନ୍ନତ ଯାତ୍ରୀ ସୁବିଧା ସହିତ ବିକଶିତ କରାଯିବାକୁ ଯୋଜନା ରହିଛି । ଏହା ବ୍ୟତୀତ ଷ୍ଟେସନ ପରିସର ବିକଶିତ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ ।

ଟ୍ରେନ୍ ଚଳାଚଳ ସମ୍ବନ୍ଧରେ ମହାପ୍ରବନ୍ଧକ କହିଛନ୍ତି, କୋଭିଡ ପ୍ରୋଟୋକଲ୍ ଯୋଗୁଁ ସମସ୍ତ ନିୟମିତ ଟ୍ରେନ୍ ବାତିଲ ହୋଇଯାଇଛି ଏବଂ ବର୍ତ୍ତମାନ ଜରୁରୀକାଳୀନ ସ୍ଥଳରେ ଯାତ୍ରୀଙ୍କୁ ଜରୁରୀ ସୁବିଧା କରିବା ପାଇଁ ସ୍ବତନ୍ତ୍ର ଟ୍ରେନ ଚାଲୁଛି । ଏହି ପ୍ରସଙ୍ଗରେ ପୂର୍ବତଟ ରେଳପଥ ରାଜ୍ୟ ସରକାରଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି | କୋଭିଡ ମହାମାରୀ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ ଅଧିକ ଟ୍ରେନ୍ ଚଳାଚଳ କରିବା ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବା ନେଇ ସୂଚନା ଦେଇଛନ୍ତି ।

ସେହିପରି ବ୍ରହ୍ମପୁର - ଫୁଲବାଣୀ ଲାଇନ ସମ୍ବନ୍ଧୀୟ ଏକ ପ୍ରଶ୍ନକୁ ଉତ୍ତର ଦେଇ ମହାପ୍ରବନ୍ଧକ କହିଛନ୍ତି ଯେ ସର୍ଭେ କମିଟି ଦ୍ବାରା ପ୍ରକଳ୍ପର ଫେରସ୍ତ ହାର (ରେଟ ଅଫ ରିଟର୍ଣ୍ଣ) ଆକଳନକୁ ଆଧାର କରି ନିଷ୍ପତ୍ତି ନିଆଯିବ । ବ୍ରହ୍ମପୁରରେ ଟର୍ମିନାଲ ପଏଣ୍ଟ ଯୋଗାଣ ବିଷୟରେ ପ୍ରଶ୍ନର ଉତ୍ତର ରଖି ମହାପ୍ରବନ୍ଧକ ସ୍ପଷ୍ଟ କରିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ଏହା ସମ୍ଭବ ନୁହେଁ । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟା ଭୂଷଣ ଉତ୍ତର ଦେଇଛନ୍ତି ଯେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଜନ ଏବଂ ରୋଗୀଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ଷ୍ଟେସନରେ ଲିଫ୍ଟ ଏବଂ ଏସ୍କାଲେଟର ଯୋଗାଇ ଦିଆଯାଇଛି । ପରିସ୍ଥିତି ଉପରେ ନିର୍ଭର କରି ଲିଫ୍ଟ ଏବଂ ଏସ୍କାଲେଟର୍ କାର୍ଯ୍ୟ କରୁଛି । ଶୌଚାଳୟ, ଜଳ ଯୋଗାଣ ଭଳି ସୁବିଧା ଏହି ଉନ୍ନତିକରଣ କାର୍ଯ୍ୟରେ ଗୁରୁତ୍ବ ଦିଆଯାଇଛି ।

ସେହିପରି ପ୍ଲାଟଫର୍ମର ସମ୍ପ୍ରସାରଣ ସମ୍ବନ୍ଧରେ ମହାପ୍ରବନ୍ଧକ ସୂଚନା ଦେଇଛନ୍ତି ଯେ ସମ୍ପୂର୍ଣ୍ଣ ଦୈର୍ଘ୍ୟ ଟ୍ରେନ୍ ରହିବା ପାଇଁ ପ୍ଲାଟଫର୍ମକୁ ବିସ୍ତାର କରିବାକୁ ରେଳବାଇ କାର୍ଯ୍ୟକାରୀ ଦଳ କାର୍ଯ୍ୟ କରୁଛି, ଯାହାକି ଏହି ସମସ୍ୟାର ଶୀଘ୍ର ସମାଧାନ ହେବ । ସେହିପରି ପ୍ରବାସୀଙ୍କ ସୁବିଧା ପାଇଁ ବିଶ୍ରାମ ସେଡ ଏବଂ ଷ୍ଟେସନ ପ୍ରାଙ୍ଗଣ ଓ ଖାଲିଥିବା ସ୍ଥାନମାନଙ୍କରେ ଉନ୍ନତିକରଣ କାର୍ଯ୍ୟ ଚାଲୁ ରହିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

ସେହିପରି ଅନ୍ୟ ଏକ ପ୍ରକଳ୍ପ ବ୍ରହ୍ମପୁର-ସମ୍ବଲପୁର ନୂତନ ରେଳ ଲାଇନ ପାଇଁ ପ୍ରାଥମିକ ବିନିଯୋଗ କାର୍ଯ୍ୟକଳାପ ପାଇଁ ରେଳ ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଛି, ଯାହାକି ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ (ORIDL) ଦ୍ବାରା ନିର୍ମାଣ କରାଯିବ । ସେହିଭଳି 79 କିଲୋମିଟର ଦୈର୍ଘ୍ୟ ଗୁଣୁପୁର-ଥରୁଭାଲୀ ପ୍ରକଳ୍ପକୁ ମଧ୍ୟ ଅନୁମତି ଦିଆଯାଇଛି । 223 କିମି ଦୈର୍ଘ୍ୟ ବ୍ରହ୍ମପୁର-ରାୟଗଡା ନୂତନ ଲାଇନ ପାଇଁ ସର୍ଭେ ରିପୋର୍ଟ ସମାପ୍ତ ହୋଇଛି ଏବଂ ଏହା ସମ୍ବନ୍ଧୀୟ ଦସ୍ତାବିଜ ଗୁଡିକୁ ସଠିକ ଭାବେ ନଜର କରାଯାଇଛି ।

ଏହି ଅବସରରେ ବ୍ରହ୍ମପୁର ସହରର ବିଭିନ୍ନନ ସଙ୍ଗଠନର କର୍ମକର୍ତ୍ତାମାନେ ରେଳଷ୍ଟେସନର ଉନ୍ନତିକରଣ ପାଇଁ ରହିଥିବା ବିଭିନ୍ନ ସମସ୍ୟାର ଉପରେ ଦୃଷ୍ଟି ଆକର୍ଷଣ କରିବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ । ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଏହି ଗ୍ରସ୍ତ ସମୟରେ ଖୋର୍ଦ୍ଧା ଡିଭିଜନ ର ଡି.ଆର୍.ଏମ ଶଶିକାନ୍ତ ସିଂ , ସିନିୟର ଡି.ସି.ଏମ ଅନିତେଶ ଆନନ୍ଦଙ୍କ ସମେତ ପୂର୍ବତନ ରେଳପଥ ଏବଂ ଖୋର୍ଦ୍ଧା ଡିଭିଜନର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.