ETV Bharat / state

ଚିଲିକା ସାବୁଳିଆ କୂଳରୁ ମୃତ ଡ଼ଲଫିନ ଉଦ୍ଧାର

ବ୍ରହ୍ମପୁର- ଚିଲିକା କୂଳରେ ଏକ ବଡ଼ ମୃତ ଡ଼ଲଫିନ ଦେଖିବାକୁ ମିଳିଛି । ଖବର ପାଇ ମୃତ ଡ଼ଲଫିନକୁ ଉଦ୍ଧାର କରିଛି ବନବିଭାଗ । ଅଧିକ ପଢନ୍ତୁ

author img

By

Published : Jan 19, 2022, 10:35 AM IST

ଚିଲିକା ସାବୁଳିଆ କୂଳରୁ ମୃତ ଡ଼ଲଫିନ ଉଦ୍ଧାର
ଚିଲିକା ସାବୁଳିଆ କୂଳରୁ ମୃତ ଡ଼ଲଫିନ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର- ଚିଲିକା କୂଳ ନିକଟରେ ଏକ ବଡ଼ ମୃତ ଡ଼ଲଫିନ ଦେଖିବାକୁ ମିଳିଛି । ମୃତ ଡଲଫିନଟି ଇରାୱାଡି ପ୍ରଜାତିର ହୋଇଥିବାବେଳେ ଏହାର ଲମ୍ବ ୬ ଫୁଟ୍ ତିନି ଇଞ୍ଚ ଏବଂ ଓସାର ୪୫ ଇଞ୍ଚ ହେବା ନେଇ ସୂଚନା ରହିଛି । କିଛି ଯୁବକ ସମୁଦ୍ରକୁ ବୁଲିବାକୁ ଯାଇଥିବାବେଳେ ରମ୍ଭା ନିକଟବର୍ତ୍ତୀ ସୁବଳୟା ନିକଟରେ ମୃତ ଡ଼ଲଫିନଟିକୁ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ । ଏହା ପରେ ଚିଲିକା ବନ୍ୟପ୍ରାଣୀ ଡିଭିଜନର ଡଲଫିନ୍ ସ୍କାର୍ଡ ସେଠାରେ ପହଞ୍ଚି ମୃତ ଡଲଫିନକୁ ଉଦ୍ଧାର କରିଥିଲେ ।

ଚିଲିକା ସାବୁଳିଆ କୂଳରୁ ମୃତ ଡ଼ଲଫିନ ଉଦ୍ଧାର

ଚିଲିକା ବନ୍ୟପ୍ରାଣୀ ଡିଭିଜନର ଏ.ସି.ଏଫ୍ ଏବଂ ବନାଞ୍ଚଳ ଅଧିକାରୀଙ୍କ ଉପସ୍ଥିତିରେ ମୃତ ଡଲଫିନ୍ ବ୍ୟବଚ୍ଛେଦ କରାଯାଇଥିଲା । ତେବେ ଏହି ମୃତ ଡଲଫିନଟି ଏଠାକୁ କିପରି ଆସିଲା, ଏହାର ମୃତ୍ୟୁ କିଭଳି ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହାସହ ଡଲଫିନ୍ ମୃତ୍ୟୁର କାରଣ ଜାଣିବା ପାଇଁ ଚିଲିକା ପାଣିର ନମୁନା ସହ ଡଲଫିନର ନମୁନାକୁ ସଂଗ୍ରହ କରି ଭୁବନେଶ୍ୱର ଓ.ୟୁ.ଏ.ଟି କୁ ପଠାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.