ETV Bharat / state

ଶ୍ୱଶୁର ଘରେ ଜୀବନ ହାରିଲେ ଡାକ୍ତର ଜ୍ୱାଇଁ ! ପୋଲିସର ତଦନ୍ତ ଆରମ୍ଭ

author img

By ETV Bharat Odisha Team

Published : Sep 5, 2023, 7:48 AM IST

ବ୍ରହ୍ମପୁର ଶ୍ୱଶୁର ଘରେ ଜୀବନ ହାରିଲେ କଲେ ଡାକ୍ତର ଜ୍ୱାଇଁ । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ କାରଣ ଅସ୍ପଷ୍ଟ ରହିଛି । ଅଧିକ ପଢ଼ନ୍ତୁ

ଶ୍ୱଶୁର ଘରେ ଜୀବନ ହାରିଲେ ଡାକ୍ତର ଜ୍ୱାଇଁ , ପୋଲିସର ତଦନ୍ତ ଆରମ୍ଭ

ବ୍ରହ୍ମପୁର: ଶ୍ବଶୁର ଘରେ ଜୀବନ ହାରିଲେ ଡାକ୍ତର ଜ୍ବାଇଁ ! ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ଶକ୍ତିନଗର ପ୍ରଥମ ଲାଇନରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଶକ୍ତିନଗର ପ୍ରଥମ ଲାଇନରେ ରହୁଥିବା ପି.କେ ବ୍ରହ୍ମାଙ୍କ ଘରକୁ ତାଙ୍କ ଡାକ୍ତର ଜ୍ବାଇଁ ପୁଅ ଆସିଥିବା ବେଳେ ସୋମବାର ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ସମୟ ଧରି ରୁମ୍‌ କବାଟ ନଖୋଲିବାରୁ ପରିବାର ବର୍ଗ କବାଟ ଭାଙ୍ଗି ଭିତରକୁ ପଶିଥିବା ବେଳେ ଡାକ୍ତର ସୁରେନ୍ଦ୍ର ନାଥ ରଥଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।

ସୁରେନ୍ଦ୍ରଙ୍କ ଘର ରାୟଗଡା ହୋଇଥିବା ବେଳେ, ସେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ମେଡ଼ିସିନ ବିଭାଗରେ ଡାକ୍ତର ଭାବରେ କାର୍ଯ୍ୟ କରୁଥିଲେ । କିଭଳି ଏବଂ କେଉଁ ପରିସ୍ଥିତିରେ ଡାକ୍ତର ଜଣଙ୍କ ମୃତ୍ୟୁ ହୋଇଛି ତାହାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ତାହା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପୋଲିସ ଉକ୍ତ ଘରୁ ଗୋଟିଏ କଟୁରି ଓ ଚିରା ଯାଇଥିବା ଏକ ବେଡସିଟ ଜବତ କରିଛି । ପାରିବାରିକ କଳହରୁ ଡାକ୍ତର ସୁରେନ୍ଦ୍ର ଜୀବନ ହାରିଥିବା ସନ୍ଦେହ କରାଯାଉଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ..୨୩ ବର୍ଷୀୟ ଟ୍ରେନି ଏୟାର ହୋଷ୍ଟେସ୍‌ଙ୍କୁ ଗଳା କାଟି ହତ୍ୟା, ମାମଲା ରୁଜୁ

ସୂଚନାନୁଯାୟୀ ଡାକ୍ତର ସୁରେନ୍ଦ୍ର ନାଥ ରଥ ତାଙ୍କ ସ୍ତ୍ରୀ ନିଲମ ରଥ ଏବଂ ପୁଅ ପାରଳାଖେମୁଣ୍ଡି ରହୁଥିଲେ । ସେ ଗତ 1 ତାରିଖରେ ପରିବାର ସହ ବ୍ରହ୍ମପୁର ସହର ସ୍ଥିତ ଶକ୍ତି ନଗର ଶ୍ବଶୁର ଘରକୁ ଆସିଥିଲେ । କୌଣସି ଏକ କାରଣକୁ କେନ୍ଦ୍ର କରି ପରିବାରରେ କଳହ ହୋଇଥିଲା । ରବିବାର ରାତିରେ ଡାକ୍ତର ସୁରେନ୍ଦ୍ର ଭୋଜନ କରିବା ପରେ ନିଜ ପୁଅ ସହ ବେଡ୍‌ରୁମରେ ଶୋଇଥିଲେ । ସକାଳୁ ପୁଅ ବାପାକୁ ଖୋଜିଥିଲେ । ପୁଅର ଚିତ୍କାର ଶୁଣି ନିଲମ ରଥ ଡାକ୍ତର ସୁରେନ୍ଦ୍ର ରଥ ଶୋଇଥିବା ଘରର କବାଟ ବାଡେଇଥିଲେ । ଦୀର୍ଘ ସମୟରେ ଧରି କବାଟ ନ ଖୋଲିବା ଯୋଗୁଁ କବାଟ ଭାଙ୍ଗିଥିଲେ ନିଲମଙ୍କ ପରିବାର ଲୋକେ । ପରେ ପରିବାର ଲୋକେ ଘର ଭିତରକୁ ଯାଇ ଦେଖିବା ବେଳେ ଡ଼ା ସୁରେନ୍ଦ୍ରଙ୍କୁ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।

ପରିବାର ଲୋକ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ MKCG ମେଡ଼ିକାଲ ପଠାଇଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି । ପାରିବାରିକ କଳହ କିମ୍ବା ମାନସିକ ଚାପ ଯୋଗୁଁ ଡ଼ା ସୁରେନ୍ଦ୍ର ରଥ ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଥିବା ବେଳେ ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.