ETV Bharat / state

ଆସନ୍ତା ଜୁନ ସୁଦ୍ଧା ଶେଷ ହେବ ଘଟକେଶ୍ବର ବହୁ ମୁଖୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ

author img

By

Published : Nov 20, 2022, 8:59 AM IST

ଗଞ୍ଜାମ ଜିଲ୍ଲାରେ ଘଟକେଶ୍ବର ବହୁ ମୁଖୀ ପ୍ରକଳ୍ପ ଓ ଛେଳିଗଡ ଜଳ ସେଚନ ପ୍ରକଳ୍ପର ଅଗ୍ରଗତି ନେଇ ଜିଲ୍ଲାସ୍ତରୀୟ ସେଚ ସମୀକ୍ଷା ବୈଠକ କରାଯାଇଛି । ଅଧିକ ପଢ଼ନ୍ତୁ

district level review meeting of ghatakeshwar and chheligarh irrigation project in berhampur
2023 ଜୁନ ସୁଦ୍ଧା ଶେଷ ହେବ ଘଟକେଶ୍ବର ବହୁ ମୁଖୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ

ବ୍ରହ୍ମପୁର: ଜାରି ରହିଛି ଘଟକେଶ୍ବର ବହୁ ମୁଖୀ ପ୍ରକଳ୍ପର କାର୍ଯ୍ୟ । ଜୁନ ୨୦୨୩ ସୁଦ୍ଧା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ସମୟ ଧାର୍ଯ୍ୟ କରାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାସ୍ତରୀୟ ସେଚ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଉପସ୍ଥିତିରେ କ୍ଷୁଦ୍ର ଓ ଉଠା ଜଳ ସେଚନର ସମୀକ୍ଷା କରାଯାଇଛି ।

ଆୟୋଜିତ ବୈଠକରେ ଘଟକେଶ୍ବର ବହୁମୁଖୀ ପ୍ରକଳ୍ପ ଏବଂ ଛେଳିଗଡ ଜଳ ସେଚନ ପ୍ରକଳ୍ପର ମୁଖ୍ୟ କେନାଲ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଛି । ଛେଳିଗଡ ଜଳ ସେଚନ ପ୍ରକଳ୍ପର ମୁଖ୍ୟ କେନାଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି । ଏହାର ଶାଖା କେନାଲ ଗୁଡିକର କାର୍ଯ୍ୟ ଜାନୁୟାରୀ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଇଆଇସି ତଥା ସ୍ବତନ୍ତ୍ର ସଚିବ ମୁକୁଲ ଚନ୍ଦ୍ର ବେହେରା କହିଛନ୍ତି । ସେହିପରି ହରଭଙ୍ଗୀ ପ୍ରକଳ୍ପର ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ଚାଲୁରହିଛି ।

ବନ୍ୟାଜଳ ସହଜରେ ନିଷ୍କାସନ ନିମନ୍ତେ ଟିପିସିରା ନାଳ ଓ ଦେବଭୂମି ହଜର ଉନ୍ନତିକରଣ କରାଯିବ । ଋଷିକୂଲ୍ୟା, ଧନେଇ, ଘୋଡାହାଡ, ବାହୁଦା ଆଦି ନଦୀ ଗୁଡିକ ଗ୍ରୀଷ୍ମ ଋତୁରେ ସାଧାରଣ ଅଳ୍ପ ମାତ୍ରାରେ ଜଳ ରହିଥାଏ । ଜିଲ୍ଲାରେ ୧୦୮୫ଟି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ରହିଛି । ଜିଲ୍ଲାର କୃଷକମାନେ ଭାରି ପରିଶ୍ରମୀ ଓ ସେମାନେ ସାଧାରଣତଃ ଫସଲ ଉତ୍ପାଦନ ପାଇଁ କ୍ଷୁଦ୍ର ଜଳସେଚନ ଉପରେ ନିର୍ଭର କରନ୍ତି ଯାହାକି ଅଧିକାଂଶ ପ୍ରକଳ୍ପ ଗୁଡିକ ବହୁ ପୂରାତନ । ଏଗୁଡିକର ରକ୍ଷଣାବେକ୍ଷଣ ସହ ଜଳ ସଂରକ୍ଷଣ ଉପରେ ଜିଲ୍ଲାପାଳ ଗୁରୁତ୍ବରୋପ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା, ଅଭିଯୁକ୍ତଙ୍କ ମଧ୍ୟରେ BJDର ଛାତ୍ର ନେତା

ପ୍ରତ୍ୟେକ ପ୍ରକଳ୍ପରେ ୱାଟର ୟୁଜର୍ସ ଆସୋସିଏସନ୍ ତଥା ପାଣି ପଞ୍ଚାୟତ ଗଠନ କରାଯାଇ କେନାଲ ଗୁଡିକର ରକ୍ଷଣବେକ୍ଷଣ ତଦାରଖ କରାଯାଉଛି ବୋଲି ବୈଠକରେ କୁହାଯାଇଛି । ଜିଲ୍ଲାର କ୍ଷୁଦ୍ର ଜଳସେଚନ ଯୋଜନାରେ ୧,୦୫,୨୬୨ ହେକ୍ଟର ଜମି ଜଳ ସେଚନ କରାଯାଉଥିବା ବେଳେ ପୁନଶ୍ଚ ୭୬୦ଟି ଚେକ୍ ଡ୍ୟାମ ଜରିଆରେ ୧୬,୩୦୦ ହେକ୍ଟର ଜଳସେଚନ କରାଯିବ । ଏଥିରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଡ୍ରେନେଜ୍ ବ୍ୟବସ୍ଥା, ଉଠା ଜଳ ସେଚନ, ଭୂତଳ ଜଳ ସଂରକ୍ଷଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅନୁଷ୍ଠିତ ବୈଠକରେ ମୁଖ୍ୟଯନ୍ତ୍ରୀ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ.ବିଭୁଦତ୍ତ ପଣ୍ଡା, କ୍ଷୁଦ୍ର ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀ କାନ୍ତ ତ୍ରିପାଠୀଙ୍କ ସମେତ ସମସ୍ତ କ୍ଷୁଦ୍ର ଓ ମଧ୍ୟମ ଜଳ ସେଚନ ବିଭାଗ, ଉଠାଜଳସେଚନ ବିଭାଗର ଯନ୍ତ୍ରୀମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.