ETV Bharat / state

ଘରକୁ ଫେରିଲେ କାମ୍ବୋଡ଼ିଆରେ ଫଶିଥିବା ଓଡ଼ିଆ ଯୁବକ, ବଖାଣିଲେ ନିର୍ଯାତନାର କାହାଣୀ

author img

By ETV Bharat Odisha Team

Published : Sep 10, 2023, 9:32 PM IST

ଘରକୁ ଫେରିଲେ କାମ୍ବୋଡ଼ିଆରେ ଫଶିଥିବା ଓଡ଼ିଆ ଯୁବକ । ଚାକିରିର ପ୍ରଲୋଭନ ଦେଇ ବିଦେଶରେ କିପରି ଠକେଇ ସଂସ୍ଥାରେ କାମ କରିବାକୁ ବାଧ୍ୟ କରାଯାଏ, ସେନେଇ ଇଟିଭି ଭାରତକୁ ଜଣାଇଲେ ଦୀନବନ୍ଧୁ ସାହୁ । ଅଧିକ ପଢ଼ନ୍ତୁ

odia man stuck in Cambodia
କାମ୍ବୋଡ଼ିଆରେ ଫଶିଲେ ଓଡ଼ିଆ ଯୁବକ
କାମ୍ବୋଡ଼ିଆରେ ଫଶିଲେ ଓଡ଼ିଆ ଯୁବକ

ବ୍ରହ୍ମପୁର: ଚାକିରି ଆଶାରେ ଗୁଜୁରାଟର ଜଣେ ଏଜେଣ୍ଟ ଦ୍ୱାରା ପ୍ରଲୋଭିତ ହୋଇ କାମ୍ବୋଡ଼ିଆରେ ଫଶି ରହିଥିବା ଜଣେ ଓଡ଼ିଆ ଯୁବକ ଉଦ୍ଧାର ହୋଇଛନ୍ତି । ଯୁବକ ଜଣକ ଘରକୁ ଫେରିବା ପରେ ଇଟିଭି ଭାରତ ସହିତ ଆଲୋଚନା ସମୟରେ କହିଛନ୍ତି ସେଠାକାର ନିର୍ଯାତନାର କାହାଣୀ । ସାଇବର ଠକମାନେ ବିଦେଶରେ ଥାଇ କିପରି ଦେଶକୁ ମନିଟର କରନ୍ତି ସେ ସମ୍ପର୍କରେ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ସୂଚନା ।

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ଵନାଥପୁର ଗ୍ରାମର ଶିକ୍ଷିତ ଯୁବକ ଦୀନବନ୍ଧୁ ସାହୁ । ରାଜ୍ଯରେ ନିଯୁକ୍ତି ଅଭାବ ଯୋଗୁଁ ବିଦେଶରେ ଚାକିରି ଖୋଜୁଥିଲେ । ଏହି ସମୟରେ ସେ ଗୁଜୁରାଟର ଜଣେ ଏଜେଣ୍ଟଙ୍କ ସଂସ୍ପର୍ଶରେ ଆସିଥିଲେ । ଏଜେଣ୍ଟ ଜଣକ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ କମ୍ପ୍ୟୁଟର ଅପରେଟର ଚାକିରିର ଆଶା ଦେଖାଇଥିଲେ । ଯାହାକୁ ନେଇ ସେ ବିଦେଶ ଯିବାକୁ ରାଜି ହୋଇଥିଲେ । ଭିଏତନାମ୍ ଯିବାକୁ ଟିକେଟ ଦେଇଥିବା ବେଳେ ଏଜେଣ୍ଟ ତାଙ୍କୁ କମ୍ବୋଡ଼ିଆ ନେଇ ଚାଲିଯାଇଥିଲେ । ସେଠାରେ କମ୍ପ୍ୟୁଟର ଅପରେଟର ବଦଳରେ କାମ୍ବୋଡ଼ିଆରେ ଥିବା ଚାଇନାର ଏକ ଓଟିପି ଠକେଇ କମ୍ପାନୀରେ କାର୍ଯ୍ୟ କରିବାକୁ ନିୟୋଜିତ କରାଯାଇଥିଲା । ପ୍ରଥମେ ଯେତେବେଳେ ସେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ ସେଠାରେ ତାଙ୍କର ନାମ ଓ ଠିକଣାକୁ ପରିବର୍ତ୍ତନ କରି ଦିଆଯାଇଥିଲା । ଏହାପରେ ଫିଲିଫାଇନ୍ସ ଦେଶର ମହିଳା ମାନଙ୍କ ସହ ସୋସିଆଲ ମିଡିଆରେ କଥାବାର୍ତ୍ତା ହୋଇ ସେମାନଙ୍କୁ ଉକ୍ତ କମ୍ପାନୀରେ ଇନଭେଷ୍ଟମେଣ୍ଟ କରିବା ପାଇଁ ପ୍ରଲୋଭିତ କରାଇବାକୁ ବାଧ୍ୟ କରାଯାଉଥିଲା । ସେହି ଦେଶର ମହିଳା ଓ ଯୁବତୀ ମାନଙ୍କ ତାଲିକା ଦିନବନ୍ଧୁଙ୍କୁ ପ୍ରଦାନ କରାଯାଇଥିଲା । ଜଣେ ମାତ୍ର ଭାରତୀୟ ଭାବରେ ସେ ସେଠାରେ କାର୍ଯ୍ୟ କରୁଥିଲେ ।

ସେହି ସ୍ଥାନରେ ହିଁ ଦୀନବନ୍ଧୁଙ୍କ ଭଳି ଥିବା ଅନ୍ୟ ବ୍ୟକ୍ତିମାନେ ଭାରତ ଠାରୁ ଆରମ୍ଭ କରି ବିଭିନ୍ନ ଦେଶର ଧନୀ ଏବଂ ତାଲିକା ଭୁକ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଅନୁରୂପ ଭାବରେ ଠକେଇ କରୁଥିବା ଦୀନବନ୍ଧୁ ଜାଣିବାକୁ ପାଇଥିଲେ । ଏଣୁ କାର୍ଯ୍ୟରେ ନିୟୋଜିତ ହେବାର 3ରୁ 4 ଦିନ ପରେ ସେ ଏପରି କାର୍ଯ୍ୟ କରିବେ ନାହିଁ ବୋଲି ମନସ୍ଥ କରିଥିଲେ ଏବଂ ସେହି କାର୍ଯ୍ୟ ବଦଳରେ ଅନ୍ଯ କୌଣସି କାର୍ଯ୍ୟ ଯୋଗାଇବାକୁ ତାଙ୍କ ଏଜେଣ୍ଟକୁ ଜଣାଇଥିଲେ । ହେଲେ ଏଜେଣ୍ଟ ଏନେଇ ଆଲୋଚନା କରୁଥିବା କହି ତାଙ୍କୁ ଭଣ୍ଡେଇ ଚାଲିଥିଲା । ଶେଷରେ ଉକ୍ତ କମ୍ପାନୀ ପକ୍ଷରୁ ତାଙ୍କୁ ସେଠାରେ କାର୍ଯ୍ୟ କରିବା ପାଇଁ ମଧ୍ଯସ୍ଥି ନେଇଥିବା ଅର୍ଥ ଫେରସ୍ତ ସହିତ ଭିଜା ପାଇଁ ଖର୍ଚ୍ଚ କରାଯାଇଥିବା ଟଙ୍କା ବାବଦକୁ 2500 ଡଲାର ଫେରାଇଲେ ସେଠାରୁ ଆସିବାକୁ ଅନୁମତି ମିଳିବ ବୋଲି ରୋକଠୋକ କୁହାଯିବା ସହିତ ଏକ ବନ୍ଦ କୋଠରୀରେ ରଖାଯାଇଥିଲା । ସେଠାରେ ଉକ୍ତ କମ୍ପାନୀ ପକ୍ଷରୁ ତାଙ୍କୁ ନିର୍ଯାତନା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: Cyber Fraud: IRCTCରୁ କ୍ୟାନ୍ସେଲ କରୁଥିଲେ ଟିକେଟ, ବ୍ୟାଙ୍କରୁ ଉଡିଗଲା ୩.୫ ଲକ୍ଷ ଟଙ୍କା

ଦେଢ ମାସ ତଳେ ଦୀନବନ୍ଧୁ କମ୍ପ୍ୟୁଟର ଅପରେଟର ଭାବେ ନିଯୁକ୍ତି ପାଇବା ପାଇଁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ଯାଇଥିବା ଘଟଣା ସମ୍ପର୍କରେ ବିଭିନ୍ନ ସ୍ଥାନକୁ ଅବଗତ କରାଯିବା ପରେ ଭାରତ ସରକାର ଏନେଇ ଅବଗତ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନଙ୍କ ସମେତ ଗୁଜୁରାଟର କେତେକ ମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ପରେ ଶେଷରେ ଫେରିବାର ବାଟ ଫିଟିଥିବା କହିଛନ୍ତି ଦୀନବନ୍ଧୁ । ଦୀନବନ୍ଧୁ ସାହୁ କିଭଳି ଏବଂ କେଉଁ ପରିସ୍ଥିତିରେ ସେଠାରେ ଯାଇ ଫଶି ରହିଥିଲେ ସେହି ସମସ୍ତ ଘଟଣାବଳୀକୁ ବର୍ଣ୍ଣନା କରିଛନ୍ତି ।

ଇଟିିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.