ETV Bharat / state

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଧାନର ଅଭାବ ବିକ୍ରି, ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ

author img

By

Published : Mar 4, 2023, 11:08 AM IST

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଧାନର ଅଭାବ ବିକ୍ରି ସହ ଅନେକ ଅବ୍ୟବସ୍ଥା ଅଭିଯୋଗ । ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ । ଅଧିକ ପଢନ୍ତୁ

ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଚାଷୀ
ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଚାଷୀ
ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଚାଷୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ଏବଂ କୁକୁଡାଖଣ୍ଡି ବ୍ଲକରେ ଧାନ ବିକ୍ରିକୁ ନେଇ ଅବବ୍ୟବସ୍ଥା ଲାଗି ରହିଛି । ତେବେ ଗତକାଲି(ଶୁକ୍ରବାର) ଧାନର ଅଭାବ ବିକ୍ରି ରୋକିବା ସହିତ ଲାଗି ରହିଥିବା ଅବ୍ୟବସ୍ଥା ଓ ଟୋକନ ଟାର୍ଗେଟ ବୃଦ୍ଧି କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଚାଷୀ ସଙ୍ଘର କର୍ମକର୍ତ୍ତା ।

ଦିଗପହଣ୍ଡି ଅଞ୍ଚଳର ବରିଷ୍ଠ ବିଜେପି ନେତା ଉତ୍ତମ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନେକ ଚାଷୀ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନେ ଅଭିଯୋଗ କରି କହିଥିଲେ, "ଜମିରେ ବର୍ଷ ତମାମ ଆଦାୟ କରିଥିବା ଧାନକୁ ବସ୍ତାରେ ବାନ୍ଧି ସରକାରଙ୍କ ସେବା ସମବାୟ ସମିତି ଠାରୁ ଆରମ୍ଭ କରି ତହସିଲଦାର କାର୍ଯ୍ୟାଳୟକୁ ବାରମ୍ୱାର ଦୌଡୁଛୁ । ନିଜର ଧାନକୁ ପ୍ରଦାନ କରିବାକୁ ଚାହୁଁଥିଲେ ମଧ୍ୟ ପଞ୍ଚାୟତରେ ଚାଷୀଙ୍କ ଧାନ ସୋସାଇଟି କାର୍ଯ୍ୟାଳୟରେ ରଖାଯାଉନାହିଁ । ସୋସାଇଟି କାର୍ଯ୍ୟାଳୟରେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଟାର୍ଗେଟ ଶେଷ ହୋଇଯାଇଥିବା କୁହାଯାଉଥିବାରୁ ଧାନ ରଖାଯାଉନାହିଁ । ଟୋକନ ପାଇଥିବା ଚାଷୀ ଧାନ ଦେଇନପାରି ହତାଶ ହୋଇଛନ୍ତି । ଯଦି ଜିଲ୍ଲାପାଳ ନିଜେ ଜମିରେ ଯାଇ କେବେ ଚାଷ କରିଥାନ୍ତେ ତାହାେଲେ ଆଜି ସେ ଆମର ଦୁଃଖ ବୁଝିପାରିଥାନ୍ତେ ।"

ଏପରିକି କେତେକ ଚାଷୀ ନିଜର ଧାନକୁ ପ୍ରଦାନ କରିଥିଲେ ମଧ୍ୟ ଅଧ୍ୟାବଧି ଟଙ୍କା ପାଇନଥିବା ନେଇ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅବଗତ କରବା ସହିତ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ଧାନର ଟାର୍ଗେଟକୁ ବୃଦ୍ଧି କରିବା, ଶୃଙ୍ଖଳିତ ଭାବରେ ଚାଷୀଙ୍କର ଧାନ କ୍ରୟ କରିବାର ବ୍ୟବସ୍ଥା ସୋସାଇଟି ହିଁ କରାଯିବା ଏବଂ ଯେଉଁ ଚାଷୀର ଯେତେ ଧାନ ଅମଳ ହୋଇଛି ଏବଂ ପଞ୍ଜିକରଣ ହୋଇ ଟୋକନ୍ ମିଳିଛି ସେମାନଙ୍କ ଧାନକୁ ରଖାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଥିଲା ।

ପ୍ରାପ୍ତ ସୂଚନାନୁଯାୟୀ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ବର୍ଷ ତମାମ ହାଡଭଙ୍ଗା ପରିଶ୍ରମ କରି ଅମଳ ହୋଇଥିବା ଧାନକୁ ସରକାରଙ୍କୁ ପ୍ରଦାନ କରି ଧାର୍ଯ୍ୟ ମୂଲ୍ୟ ପାଇବେ ବୋଲି ଆଶା କରିଥିଲେ । ଚାଷୀଙ୍କ ମଧ୍ୟରୁ ଅନେକ ଚାଷୀ ଏବେ ନିଜ ପାଖରେ ରହିଥିବା ଟୋକନ୍ ଅବଧି ଶେଷ ହୋଇଥିବା ବେଳେ ଧାନକୁ ନେଇ ଚିନ୍ତାରେ ରହିଛନ୍ତି । ଏନେଇ ଅନେକ ପ୍ରଶ୍ନ ଉଠିବା ପରେ ଶେଷରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ଆସି ଗୁହାରୀ କରୁଥିବା ଦେଖାଯାଇଛି । ଗୋଟିଏପଟେ ଚାଷୀ ନିଜ ପାଖରେ ରଖିଥିବା ଧାନକୁ କରିବ କଣ ତାହାକୁ ନେଇ ଚିନ୍ତା ପ୍ରକଟ ହୋଇଛି । ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଟାର୍ଗେଟ ଶେଷ ହୋଇଯାଇଥିବା ଦର୍ଶାଇ ଜିଲ୍ଲାର ବିଭିନ୍ନ ବ୍ଲକରେ ଧାନ ସଂଗ୍ରହ କରାଯାଉନଥିବା ନେଇ ଦିନକୁ ଦିନ ଏକ ପ୍ରକାର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.