ETV Bharat / state

ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବି, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବାସିନ୍ଦା - ଗୋପାଳପୁର ବେଳାଭୂମି

ବିଦେଶୀ ମଦ ଦୋକାନ ବିରୋଧରେ ସ୍ଥାନୀୟ ବାସିନ୍ଦା । ଏହାକୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି ସମସ୍ତେ । ଅଧିକ ପଢନ୍ତୁ...

ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବି
ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବି
author img

By

Published : May 19, 2021, 8:36 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୋପାଳପୁର ବେଳାଭୂମି ନିକଟସ୍ଥ ଜନବସତି ଅଞ୍ଚଳରେ ନୂତନ ଭାବରେ ଆରମ୍ଭ ହେବାକୁ ଯାଉଥିବା ଏକ ବିଦେଶୀ ମଦ ଦୋକାନ ବିରୋଧରେ ସ୍ଥାନୀୟ ବାସିନ୍ଦା । ଏହାକୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି ସମସ୍ତେ ।

ପୂର୍ବରୁ ସ୍ଥାନୀୟ ବାସିନ୍ଦା ଏକ ନମ୍ବର ୱାର୍ଡର ରେଭ୍ୟୁ ସାହିର ଜନବସତି ଅଞ୍ଚଳରେ ନୂତନ ଲାଇସେନ୍ସ ପ୍ରାପ୍ତ ଅଫ୍ ସଫ୍‌କୁ ବନ୍ଦ କରି ଅନ୍ୟତ୍ର କରିବା ପାଇଁ ଦୋକାନ ସମୁଖରେ ବାରମ୍ବାର ପ୍ରତିବାଦ କରିଥିଲେ । ପରିଶେଷରେ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ପହଞ୍ଚି ଏହି ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି ।

ଏଥିରେ ସ୍ଥାନୀୟ ରେଉ ସାହିର ବରିଷ୍ଠ ନାଗରିକ ପ୍ରତାପ ଚନ୍ଦ୍ର ପଟ୍ଟନାୟକ , ମତ୍ସ୍ୟଜୀବି ସଭାପତି ବି. ଦାନାୟା , ମହିଳା ମହାସଂଘର ସଭାପତି ଓ ୱାର୍ଡ ନଂ-୧ ଜାଗୃତି ଏ.ଏଲ୍.ଏଫ୍ ଗ୍ରୁଫର ସଭାପତି ଜି . ଗୋପାମ୍ମା, ସମ୍ପାଦିକା ଜି. ରୋହିଣି , ରାଜ୍ୟ ମହିଳା ମତ୍ସଜୀବୀ ସଂଘର ସଦସ୍ୟା ଏ. ପାର୍ବତୀ , ଏଚ୍.ଏଚ୍.ଜି ମହିଳା ସଂଙ୍ଘର ସଭାପତି ଗାଙ୍ଗାମ୍ମା , ବାତୁକାମ୍ମା ଏ.ଏଲ୍.ଏଫ୍ ଗ୍ରୁଫର ସଭାପତି ଜି. ନିଲାମ୍ମା ଓ ପୂର୍ବତନ କାଉନସିଲର ଜି ମୋହନ ରାଓ ସମସ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.