ETV Bharat / state

ବ୍ରହ୍ମପୁର ରାଗିଂ ଘଟଣା, ଦାବିପତ୍ର ଦେଲା ବିଜେପି ମହିଳା ମୋର୍ଚ୍ଚା - ରାଗିଂ ଅଭିଯୋଗରେ ଦାବିପତ୍ର

ବ୍ରହ୍ମପୁରର ବିଭିନ୍ନ ମହାବିଦ୍ୟାଳୟରେ ରାଗିଂ ଅଭିଯୋଗ ପରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦିଆଗଲା ଦାବିପତ୍ର । ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ପରିସରରେ ଯେପରି ଘଟଣା ଘଟିଲା ତାହାକୁ ତିବ୍ର ନିନ୍ଦା କରାଯିବା ସହିତ ଏକ ଦାବିପତ୍ର ଦିଆଯାଇଛି । ଅଧିକ ପଢନ୍ତୁ

ରାଗିଂ ଅଭିଯୋଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦିଆଗଲା ଦାବିପତ୍ର

author img

By

Published : Nov 20, 2022, 10:09 AM IST

ବ୍ରହ୍ମପୁର: ସହରରେ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ରାଗିଂ କରାଯିବା ଘଟଣାକୁ ପ୍ରତିବାଦ କରିଛି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା । ଏନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରାଯାଇଛି ନିକଟରେ ବ୍ରହ୍ମପୁର ସହରର ଦୁଇ ଦୁଇଟି ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ରାଗିଂ କରାଯିବାର ଅଭିଯୋଗ ହୋଇଛି । ଭାରତୀୟ ଜନତା ମହିଳା ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ରଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଶିକ୍ଷାନୁଷ୍ଠାନ ମାନଙ୍କରେ ଦେଖାଯାଉଥିବା ରାଗିଂ କରାଯିବା ଘଟଣାକୁ ନିନ୍ଦା କରିଛନ୍ତି ।

ରାଗିଂ ଅଭିଯୋଗ ପରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦିଆଗଲା ଦାବିପତ୍ର

ଏହା ସହିତ ରାଜ୍ୟରେ ଏଭଳି ଘଟଣା ବାରମ୍ୱାର ଘଟୁଥିବାରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରିଛି ଦଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା । ଏପରିକି ପ୍ରତ୍ୟେକ ମହାବିଦ୍ୟାଳୟରେ ଆଣ୍ଟି ରାଗିଂ ସ୍କ୍ବାର୍ଡ କେବଳ କାଗଜ କଲମରେ ନ ରହିବା ଦରକାର । ଏହା ଯେପରି କାର୍ଯ୍ୟ କରିବା ଏବଂ ଟୋଲ ଫ୍ରି ନମ୍ୱର ପ୍ରଦାନ କରିବା ସହ ସମସ୍ତଙ୍କୁ ସଚେତନତା କରିବାକୁ ଦାବି ହୋଇଛି ।

ନିକଟରେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯାଇଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଘଟଣା ପଦାକୁ ଆସିଥିଲା । ତେବେ ରାଗିଂ କରାଯିବା ଘଟଣାରେ ସମ୍ପୃକ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ବହିଷ୍କାର କରିଛନ୍ତି । ଭାଇରାଲ୍‌ ଭିଡିଓରେ ମହାବିଦ୍ୟାଳୟର କିଛି ଛାତ୍ରଛାତ୍ରୀ କଲେଜ ୟୁନିଫର୍ମ ପିନ୍ଧିଥିବା ଦେଖା ଯାଇଥିଲା । ଜୁନିଅର ଛାତ୍ରଛାତ୍ରୀଙ୍କୁ ଜଣେ ସିନିଅର ଛାତ୍ର ରାଗିଂ କରୁଥିଲେ । ଅନ୍ୟମାନେ ସେଠାରେ ଛିଡ଼ା ହୋଇ ଏହାର ବିରୋଧ କରିବା ବଦଳରେ ଏହାର ଲୁପ୍ତ ଉଠାଉଥିବା ଦେଖିବାକୁ ମିଳିଥିଲା ।

ସେପଟେ ଗତକାଲି ବ୍ରହ୍ମପୁର ଖଲ୍ଲିକୋଟ ଜୁନିଅର କଲେଜରେ ଜଣେ ଯୁକ୍ତ ଦୁଇ କଳା ବିଭାଗର ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଛାତ୍ରୀ ଜଣଙ୍କ କଲେଜର ଅଧ୍ୟକ୍ଷଙ୍କୁ ଘଟଣା ସମ୍ପର୍କରେ ଲିଖିତ ଭାବରେ ଅବଗତ କରିଛନ୍ତି । ଏହି ଅଭିଯୋଗକୁ ନେଇ ମହାବିଦ୍ୟାଳୟର ଆଣ୍ଟି ରାଗିଂ କମିଟି ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.