ବ୍ରହ୍ମପୁର: ରାଜ୍ୟରେ ନୂତନ ଜିଲ୍ଲା ଘୋଷଣାକୁ ନେଇ ଚର୍ଚ୍ଚା ଯୋର ଧରିଥିବାବେଳେ, ବ୍ରହ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ପୁଣି ଜୋର ଧରିଛି । ୨୦୧୮ ମସିହାରୁ ଏହି ଦାବିକୁ ନେଇ ଉପସ୍ଥାପିତ କରାଯାଉଥିବାବେଳେ, ରାଜ୍ୟର ପଦ୍ମପୁର ଜିଲ୍ଲା ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଘୋଷଣା ହେବ ବୋଲି ସରକାର ପ୍ରତିଶୃତି ଦେଇଥିବା କୁହାଯାଉଛି । ପରେ ବ୍ରହ୍ମପୁର ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ଭାବରେ ଅବଗତ କରାଯାଇଛି ।
ତେବେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପୋଲିସ ଜିଲ୍ଲା ରହିଥିବା ବେଳେ ଏଠାରେ ସ୍ବତନ୍ତ୍ର ଭାବରେ ଶ୍ରମ ଅଧିକାରୀ କରାଯାଇଛି । ଏଣୁ ସ୍ଥାନୀୟ ଲୋକଙ୍କ ଭାବାବେଗ, ଦୀର୍ଘଦିନର ଦାବୀ, ଅନୁରୋଧ ଏବଂ ସ୍ଥାନୀୟ ଅଞ୍ଚଳର ଭୌଗଳିକ ଅବସ୍ଥିତ ଓ ସମାନୁପାତିକ ଅଭିବୃଦ୍ଧିର ଆବଶ୍ୟକତାକୁ ଉପଲବ୍ଧି ଓ ସମ୍ମାନ ଜଣାଇ ବ୍ରହ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ କରି ତୁରନ୍ତ ବ୍ରହ୍ମପୁର ଜିଲ୍ଲା ଘୋଷଣା କରିବାକୁ ଅନୁରୋଧ କରିଛନ୍ତି କମିଟି ।
ଦୀର୍ଘ ଦିନର ଏହି ଦାବୀକୁ ଗୁରୁତ୍ବ ଦେବାକୁ ନେଇ ଏକ ଲିଖିତ ଭାବରେ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇମେଲ ଓ ଡାକ ଯୋଗେଁ ପଠାଯାଇଥିବା ବେଳେ ଏହି ଅବସରରେ ଏହି ଦାବୀ କେତେ ଯଥାର୍ଥ ରହିଛି ସେ ନେଇ କମିଟିର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
ଇଟଭି ଭାରତ, ବ୍ରହ୍ମପୁର