ETV Bharat / state

Hockey World Cup: ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ବିତର୍କ ପ୍ରତିଯୋଗିତା, ପ୍ରଥମ ହେଲେ ଇଟିଭି ଭାରତ ସାମ୍ବାଦିକ

ହକି ବିଶ୍ବକପ ୨୦୨୩ ଅବସରରେ ସାରା ରାଜ୍ୟରେ ଆୟୋଜିତ ହେଉଛି ପ୍ରତିଯୋଗିତା (Men's Hockey World Cup 2023) । ତେବେ ବ୍ରହ୍ମପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ଇଟିଭି ଭାରତର ସାମ୍ବାଦିକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jan 11, 2023, 6:43 AM IST

Debate Competition
Debate Competition
Debate Competition
ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଇଟିଭି ଭାରତ ସାମ୍ବାଦିକ ସମୀର ଆଚାର୍ଯ୍ୟ
Debate Competition
ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ବିତର୍କ ପ୍ରତିଯୋଗିତା

ବ୍ରହ୍ମପୁର: ଆସନ୍ତା ୧୩ରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ବକପ (Men's Hockey World Cup 2023) । ଏ ନେଇ ସାରା ରାଜ୍ୟରେ ଦେଖିବାକୁ ମିଳିଛି ହକି ମାନିଆ । ଲୋକଙ୍କ ମନରେ ଉତ୍ସାହ ଭରିବ ଲାଗି ବିଭିନ୍ନ ପ୍ରକାର ପ୍ରତିଯୋଗିତା (Debate Competition) ଆୟୋଜିତ ହେଉଥିବା ବେଳେ ଗଞ୍ଜାମ ବ୍ରହ୍ମପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଇଟିଭି ଭାରତ ସାମ୍ବାଦିକ ସମୀର କୁମାର ଆଚାର୍ଯ୍ୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

'ଓଡି଼ଶାରେ ହକିର ଭବିଷ୍ୟତ' (Future of Hockey in Odisha) ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ବ୍ରହ୍ମପୁରରେ ଆୟୋଜିତ ହୋଇଥିଲା ଏହି ବିତର୍କ ପ୍ରତିଯୋଗିତା । ରାଜ୍ୟରେ ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜିତ ହେଉଥିବା ବେଳେ ଏହାକୁ ନେଇ ରାଜ୍ୟବ୍ୟାପୀ ସରକାରଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜିତ ହେଉଛି । ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ବିତର୍କ ପ୍ରତିଯୋଗିତା ସ୍ଥାନୀୟ ମହାନଗର ନିଗମ ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି ।

ଏହା ବି ପଢନ୍ତୁ- Opening Ceremony: ୫ଘଣ୍ଟା ପାଇଁ NHରେ ଗଡିବନି ଭାରିଯାନ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚକଲେ DGP

ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମିକା ସଂଯୋଜନା କରିଥିବା ବେଳେ ବିଚାରକ ଭାବେ ଡୁରା ରାମ ନାରାୟଣ କଲେଜର ଅଧ୍ୟାପକ ଡା.ପିନାକୀ ମହାନ୍ତି, ଅଧ୍ୟାପିକା ସସ୍ମିତା କୁମାରୀ ସାବତ ଓ ସହକାରୀ ଜିଲ୍ଲାପାଳ ପ୍ରଦୀପ କୁମାର ମହାରଣା ପ୍ରମୁଖ ଯୋଗ ଦେଇଥିବା ବେଳେ ସୂଚନା ଓ ଲୋକ ସମର୍କ ବିଭାଗର ଲୋକନାଥ ଶତପଥି କାର୍ଯ୍ୟକ୍ରମ ପରିଚାଳନ୍ନାରେ ସହଯୋଗ କରିଥିଲେ l ଆୟୋଜିତ ପ୍ରତିଯୋଗିତାରେ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ପ୍ରତିଯୋଗିତାରେ ଇଟିଭି ଭାରତର ବ୍ରହ୍ମପୁର ସମ୍ବାଦଦାତା ସମୀର କୁମାର ଆଚାର୍ଯ୍ୟ ପ୍ରଥମ ହୋଇଥିବା ବେଳେ ସାମ୍ବାଦିକ ଆର୍ଶୀବାଦ ରାଉତ ଦ୍ବିତୀୟ, କ୍ଷୀରସିନ୍ଧୁ ମହାନ୍ତି ଏବଂ ଶିବରାମ ଚୌଧୁରୀ ଯଥାକ୍ରମେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତାରେ ସହରର ବହୁ ଗଣମାଧ୍ୟମ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଆଜି (ଜାନୁଆରୀ ୧୧)ରେ କଟକର ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପର ଉଦଘାଟନୀ ଉତ୍ସବ ଆୟୋଜିତ ହେବ । ଏଥିରେ ବହୁ ନାମିଦାମୀ କଳାକାର ଅଂଶଗ୍ରହଣ କରୁଥିବା ବେଳେ ରାଜ୍ୟବାସୀ ବେଶ ଉତ୍ସାହିତ ରହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.