ETV Bharat / state

ବାସନ୍ଦ ଭୟରେ ଜୀବିତ ଶିଶୁର ଶୁଦ୍ଧିକ୍ରିୟା କଲେ ପରିବାର - ଜଗନ୍ନାଥପ୍ରସାଦ ପିଲାର ଶୁଦ୍ଧିକ୍ରିୟା

ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତ ବାଘୁଆ ଗ୍ରାମରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବଞ୍ଚିଥାଉ ଥାଉ ପିଲାର ଶୁଦ୍ଧିକ୍ରିୟା କଲେ ପରିବାର ଲୋକ । ଅଧିକ ପଢନ୍ତୁ...

ବାସନ୍ଦ ଭୟରେ ଜୀବିତ ଶିଶୁର ଶୁଦ୍ଧିକ୍ରିୟା କଲେ ପରିବାର
ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତ ବାଘୁଆ ଗ୍ରାମରେ ବଞ୍ଚି ଥାଉ ଥାଉ ପିଲାର ଶୁଦ୍ଧିକ୍ରିୟା
author img

By

Published : Jan 30, 2021, 10:58 PM IST

Updated : Jan 31, 2021, 9:55 AM IST

ଗଞ୍ଜାମ: ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତ ବାଘୁଆ ଗ୍ରାମରେ ଅଭାବନୀୟ ଘଟଣା ଦଖିବାକୁ ମିଳିଛି । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବଞ୍ଚି ଥାଉଥାଉ ଶିଶୁର ଶୁଦ୍ଧିକ୍ରିୟା କଲେ ପରିବାର ଲୋକ । ସୂଚନା ଅନୁସାରେ ବାଘୁଆ ଗ୍ରାମରେ ବସବାସ କରନ୍ତି ରାମ ଚନ୍ଦ୍ର ନାୟକଙ୍କ ପରିବାର । ରାମ ଚନ୍ଦ୍ରଙ୍କ ପୁଅ କାହ୍ନାର ଜନ୍ମରୁ ଶରୀର ସାରା ଲୋମ ରହିଥିଲା ଏବଂ ସେତେବେଳେ ବ୍ରହ୍ମପୁର ମେଡିକାଲରେ ଦେଖାଇଥିଲେ । ପିଲାକୁ ପାଞ୍ଚ ବର୍ଷ ହେଲାପରେ ଅପରେସନ କରାଯିବ ବୋଲି ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ପାଞ୍ଚ ବର୍ଷ ପରେ ପ୍ରଶାସନର ସହଯୋଗରେ ବ୍ରହ୍ମପୁର ମେଡିକାଲରେ ଅପରେସନ ପରେ ସୁସ୍ଥ ହୋଇ କାହ୍ନା ଘରକୁ ଫେରିଲା । ଏବେ କିଛିଦିନ ହେଲା କାହ୍ନାର ଦେହ କୁଣ୍ଡେଇ ହୋଇ ଘା ହୋଇଗଲାଣି ।

ବାସନ୍ଦ ଭୟରେ ଜୀବିତ ଶିଶୁର ଶୁଦ୍ଧିକ୍ରିୟା କଲେ ପରିବାର

ଭଞ୍ଜନଗର ମେଡିକାଲରେ ଚିକିତ୍ସା କରିବା ସମୟରେ ସେହି ଘା’ରୁ ପୋକ ବାହାରିବାରୁ ଗ୍ରାମବାସୀ ରାମ ଚନ୍ଦ୍ରଙ୍କ ପରିବାରକୁ ବାସନ୍ଦ କଲେ । ତାଙ୍କ ପୁଅଙ୍କ ସହ ଅନ୍ୟ ପିଲାମାନେ ମିଳାମିଶା କଲେ ନାହିଁ, ଯାହା ଫଳରେ ବାଧ୍ୟ ହୋଇ ରାମ ଚନ୍ଦ୍ର ଧାରକରଜ କରି ଗାଁ ବାହାରେ ପୁଅକୁ ଲଣ୍ଡାକରି ଶୁଦ୍ଧିକ୍ରିୟା କରି ଭୋଜି କରିଥିଲେ । ତାପରେ ତାଙ୍କ ଉପରୁ ବାସନ୍ଦ ହଟିଥିଲା । ଏହି ଖବର ଜଣା ପଡିବା ପରେ ଜଗନ୍ନାଥ ପ୍ରସାଦ ତହସିଲଦାର ମନୋଜ କୁମାର ତ୍ରିପାଠୀ ଗ୍ରାମରେ ପହଞ୍ଚି ତଦନ୍ତ କରି କାହ୍ନାର ଚିକିତ୍ସା ପାଇଁ ପ୍ରତିଶୃତି ଦେଇ ଫେରିଛନ୍ତି । ଅନ୍ୟପଟେ କାହ୍ନାର ପରିବାର ଗରିବ ଶ୍ରେଣୀର ହୋଇଥିବାବେଳେ ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ମିଳୁନାହିଁ ଖାଲି ପ୍ରତିଶୃତି ମିଳୁଛି ବୋଲି କାହ୍ନାର ବାପା ରାମ ଚନ୍ଦ୍ର ଅଭିଯୋଗ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Jan 31, 2021, 9:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.