ETV Bharat / state

ଜନ୍ମମାଟି ଗୋହିରିବାଡିରେ ସହିଦ୍‌ ଯବାନ ଅମ୍ବିକା କୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

author img

By

Published : Nov 6, 2022, 11:08 AM IST

Updated : Nov 6, 2022, 11:13 AM IST

ଉତ୍ତରାଖଣ୍ଡର ଚମ୍ପାୱତରେ କାର୍ଯ୍ୟରତ ଓଡ଼ିଆ ଯବାନଙ୍କ ମୃତ୍ୟୁ । ମୃତ ଯବାନ ଜଣକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଗୋହିରିବାଡି ଗ୍ରାମର ଅମ୍ବିକା କୁମାର ପ୍ରଧାନ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ । ଅଧିକ ପଢ଼ନ୍ତୁ

death of odia jawan in uttarakhand last rites with guard of honor in bhanjanagar
ଉତ୍ତରାଖଣ୍ଡରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ଭଞ୍ଜନଗର: ଉତ୍ତରାଖଣ୍ଡରେ ଓଡ଼ିଆ ଯବାନଙ୍କ ମୃତ୍ୟୁ । କାର୍ଯ୍ୟରତ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ଖବର ମିଳିଥିଲା । ମୃତ ଯବାନ ଜଣକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଗୁଣ୍ଡୁରିବାଡି ପଞ୍ଚାୟତ ଗୋହିରିବାଡି ଗ୍ରାମର ଅମ୍ବିକା କୁମାର ପ୍ରଧାନ ହୋଇଥିବା ଜଣାପଡ଼ିଛି । ଜନ୍ମମାଟିରେ ତାଙ୍କ ମୃତ ଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଜନ୍ମମାଟି ଗୋହିରିବାଡିରେ ସହିଦ୍‌ ଯବାନ ଅମ୍ବିକା କୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

ଅମ୍ବିକା କୁମାର ପ୍ରଧାନ ଉତ୍ତାରଖଣ୍ଡର ଚମ୍ପାୱତ ଜିଲ୍ଲାର ଜେନେରାଲ ରିଜର୍ଭ ଇଞ୍ଜିନିୟରିଂ ଫୋର୍ସ ଭାବେ କାର୍ଯ୍ୟରତ ଥିଲେ । ଗତ ଗୁରୁବାର ମଧ୍ୟାହ୍ନ ସମୟରେ ଖାଇବା ବାଣ୍ଟୁଥିବାବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ଚମ୍ପାୱତ ଜିଲ୍ଲା ସ୍ବାସ୍ଥକେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ସେଠାରେ ଅମ୍ବିକାଙ୍କୁ ମୃତ ଘୋଷଣା କରିଥିଲେ । ସେଠାରେ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପାର୍ଥିବ ଶରୀରକୁ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ଅଣାଯାଇଥିଲା । ଏହାପରେ ଆମ୍ବୁଲାନ୍ସ ଯୋଗେ ଜନ୍ମମାଟିକୁ ଅଣାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ସେନା ଟ୍ରକକୁ ପିଟିଲା ଆଉ ଏକ ଟ୍ରକ: 2 BSF ଯବାନ ମୃତ, 5 ଆହତ

ପରିବାର ଲୋକେ ବର୍ତ୍ତମାନ ସହର ଉପକଣ୍ଠ ଲଣ୍ଡେଇ ସାହିରେ ରହୁଥିବାରୁ ପ୍ରଥମେ ପରିବାର ଲୋକଙ୍କ ନିକଟକୁ ନିଆଯାଇଥିଲା । ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା । ବୀର ଯବାନ ଅମର ରହେ ସ୍ଲୋଗାନରେ ପୁରା ପରିବେଶ କମ୍ପି ଉଠିଥିଲା । ଜିଲ୍ଲା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବା ପରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ଅମ୍ବିକାଙ୍କ ମୃତ୍ୟୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭଞ୍ଜନଗର

Last Updated : Nov 6, 2022, 11:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.