ବ୍ରହ୍ମପୁର: ଜୁଆ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗଞ୍ଜାମ ଜିଲ୍ଲାର ପୋଲସରା ସହରରେ ଘଟିଛି ଏଭଳି ଅଘଟଣ । ସୂଚନାମୁତାବକ, ଓଇରାଣୀ ପୋଖରୀ ନିକଟରେ ଥିବା ତ୍ରିନାଥ ମନ୍ଦିର ପରିସରରେ ଜୁଆ ଖେଳକୁ ନେଇ କାଳୀ ମନ୍ଦିର ସାହିର ସୁଶାନ୍ତ ସାହୁଙ୍କୁ, ଭୀମ ସାହୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି ।
ପୋଲସରା ପୋଲିସ ଖବର ପାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ଦିର ପ୍ରାଙ୍ଗଣରେ ପଡିଥିବା ସୁଶାନ୍ତ ସାହୁଙ୍କୁ ଉଦ୍ଧାର କରି ପ୍ରଥମେ ପୋଲସରା ମେଡ଼ିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଆକ୍ରମଣ କରିଥିବା ଭୀମ ପ୍ରଧାନ କୁଆଡେ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ଉକ୍ତ ଘଟଣାକୁ ନେଇ ପୋଲସରା ପୋଲିସ ତଦନ୍ତ ଆରମ୍ଭ କରିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ