ଭଞ୍ଜନଗର: ପାରିବାରିକ କଳହକୁ ନେଇ ବୋହୂର ଉନ୍ମତ୍ତ କାଣ୍ଡ । ବୋହୂର ଠୋଙ୍ଗାମାଡରେ ଶ୍ୱଶୁର ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ରପଲ୍ଲି ଗ୍ରାମରେ । ମୃତ ଶ୍ବଶୁର ହେଲେ ୫୫ ବର୍ଷିୟ ସୀମାଞ୍ଚଳ ନାୟକ l ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ କଳହରୁ ଏଭଳି ନାରକୀୟ କାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ଖବରପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତକରି ତଦନ୍ତ ଆରମ୍ଭ କରିଛି । ବୋହୂକୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ପୋଲିସ ।
ଇଟିଭି ଭାରତ, ଭଞ୍ଜନଗର