ETV Bharat / state

କଟକଣାରେ ଦଣ୍ଡନାଚ, 25 ଜଣଙ୍କୁ ମିଳିବ ଅନୁମତି - dandanacha participation will be upto 25 persons only

ଗଞ୍ଜାମର ଦଣ୍ଡନାଚ ଉପରେ ଲାଗିଲା କଟକଣା । କେବଳ 25 ଜଣଙ୍କୁ ନେଇ ଦଣ୍ଡଯାତ୍ରା ହେବ । ଅଧିକ ପଢନ୍ତୁ..

କେବଳ 25 ଜଣରେ ହେବ  ଦଣ୍ଡଯାତ୍ରା
କେବଳ 25 ଜଣରେ ହେବ ଦଣ୍ଡଯାତ୍ରା
author img

By

Published : Apr 3, 2021, 5:15 PM IST

ବ୍ରହ୍ମପୁର: କୋରୋନା ସଂକ୍ରମଣରେ ଲଗାମ କଷିବାକୁ ଗଞ୍ଜାମରେ ଦଣ୍ଡନାଚ ଉପରେ ଲାଗିଲା କଟକଣା । କେବଳ 25 ଜଣଙ୍କୁ ନେଇ ହେବ ଦଣ୍ଡନାଚ । ଏ ନେଇ ଶନିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

କଟକଣାରେ ଦଣ୍ଡନାଚ, 25 ଜଣଙ୍କୁ ମିଳିବ ଅନୁମତି
କଟକଣାରେ ଦଣ୍ଡନାଚ, 25 ଜଣଙ୍କୁ ମିଳିବ ଅନୁମତି

ଦଣ୍ଡନାଚରେ କଟକଣା ସହ ରାତି ସମୟରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ ବୋଲି କୁହାଯାଇଛି । ଏଥିସହ ତାରା-ତାରିଣୀ ପୀଠରେ ମୁଣ୍ଡନ କରାଯାଇ ପାରିବ ନାହିଁ । ଜିଲ୍ଲାରେ ଦୋକାନୀମାନେ କୋଭିଡ ଗାଇଡଲାଇନର ପଞ୍ଜସୂତ୍ରୀ ନିୟମ ପାଳନ କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ସେହିଭଳି ଆବଶ୍ୟକ ନଥିଲେ ଘରେ ରହି ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟର ଜନବହୁଳ ଜିଲ୍ଲା ଗଞ୍ଜାମର ପ୍ରସିଦ୍ଧ ଲୋକକଳା ହେଉଛି ଦଣ୍ଡନାଚ । ଚୈତ୍ର ମାସରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଣ୍ଡନାଚ ଆୟୋଜିତ ହୋଇଥାଏ । ଏଥିପାଇଁ ବହୁ ପ୍ରବାସୀ ଓଡିଆ ବାହାରୁ ଆସି ଏଥିରେ ଯୋଗ ମଧ୍ୟ ଦେଉଛନ୍ତି । ଆଉ ଦଣ୍ଡନାଚ ଦେଖିବାକୁ ମଧ୍ୟ ପ୍ରବଳ ସଂଖ୍ୟାରେ ଜନସମାଗମ ହୁଏ । ଏଣୁ କୋଭିଡ ସଂକ୍ରଣକୁ ଦୃଷ୍ଟିରେ ରଖି ଜିଲ୍ଲାରେ ହେଉଥିବା ବିଭିନ୍ନ ଜନସମାଗମ କାର୍ଯ୍ୟକ୍ରମ ପାଇଁ କଟକଣା ଜାରି ହୋଇଛି ।

ପ୍ରକାଶ ଯେ, ଶୁକ୍ରବାର ଗଞ୍ଜାମରେ 13 ଜଣ କୋଭିଡ ଆକ୍ରାନ୍ତ ନେଇ ରିପୋର୍ଟ ପ୍ରକାଶ ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.