ETV Bharat / state

ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନାଟ: ଦଣ୍ଡୁଆଙ୍କ ଧାର୍ମିକ ଧ୍ବନିରେ କମ୍ପୁଛି ଗାଁରୁ ସହର - ଦୁଇ ବର୍ଷପରେ ଆୟୋଜନ ହୋଇଛି ଦଣ୍ଡଯାତ୍ରା

ହେ ଋଷିପୁତ୍ରେ! ଆଇଲେ ହର, ଦେଇଗଲେ ବର ଅନ୍ୟ ସେବା ଛାଡ଼ି ଏ ସେବା କର... କିଛି ଏଭଳି ଗୀତରେ ଦୁଲୁକି ପଡ଼ୁଛି ଗଞ୍ଜାମ ଜିଲ୍ଲାର ଗାଁ ଦାଣ୍ଡ । ଅଧିକ ପଢ଼ନ୍ତୁ

ଦଣ୍ଡନାଟରେ ଫାଟୁଛି ଗାଁରୁ ସହର, ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ

author img

By

Published : Apr 7, 2022, 8:01 PM IST

ଗଞ୍ଜାମ: ଚୈତ୍ର ମାସ ଆସିଲେ ଗଞ୍ଜାମ ଜିଲ୍ଲାର ଗାଁଠାରୁ ସହର ସବୁଠି ଦଣ୍ଡୁଆମାନସିକଧାରୀଙ୍କ ଦଣ୍ଡନୃତ୍ୟରେ ଦୁଲୁକୁଥାଏ ଦାଣ୍ଡ । ମନସ୍କାମନା ପୂର୍ଣ୍ଣ କରିବା ଏମାନେ ଧୂଳି ଦଣ୍ଡ, ପାଣିଦଣ୍ଡ, ବଜ୍ର ଦଣ୍ଡ, ଅଗ୍ନି ଦଣ୍ଡ ଭଳି କଠୋର ବ୍ରତକୁ ପାଳନ କରିଥାନ୍ତି । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପରେ ଦଣ୍ଡନାଟ ଆୟୋଜନ ହେଉଥିବାରୁ ଏଥିରେ ସାମିଲ ହୋଇଛନ୍ତି ଅନେକ ଭକ୍ତ ।

ଦଣ୍ଡନାଟରେ ଫାଟୁଛି ଗାଁରୁ ସହର, ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ

କଳା ରୁଦ୍ର ମଣିଙ୍କୁ ଭଜହେ ଧ୍ବନି ସହ ଟାଣଖରା ୧୬ ପ୍ରକାର ଦଣ୍ଡ ଭୋଗୁଛନ୍ତି ଦଣ୍ଡୁଆ । ଗଞ୍ଜାମ ଜିଲ୍ଲାର ଏକ ଲୋକପର୍ବ ହେଉଛି ଦଣ୍ଡ ନାଟ । ଧର୍ମିୟ ଧାରଣା ଏବଂ ଈଶ୍ବର ବିଶ୍ବାସ ଉପରେ ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲାର ଏହି ପ୍ରସିଦ୍ଧ ଲୋକପର୍ବ । ଦଣ୍ଡନାଟ ସୃଷ୍ଟି କେବେ ଓ କିଭଳି ହେଲା ତାହା ଆଜି ବି ରହସ୍ୟମୟ ହୋଇ ରହିଛି । ତେବେ ଦଣ୍ଡନାଟ ଆରମ୍ଭ ହେବାପରେ ସମ୍ପୃକ୍ତ ଅଞ୍ଚଳରେ ଏକ ବୃହତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ । କାରଣ ଗଞ୍ଜାମବାସୀଙ୍କ ମନରେ ଏହି ମହାନ ପର୍ବକୁ ନେଇ ଯୋଡ଼ି ହୋଇଛି ଗଭୀର ଆସ୍ଥା ଓ ଭକ୍ତିଭାବ ।

ଚୈତ୍ର ମାସ ପୂର୍ଣ୍ଣିମାରୁ ଦଣ୍ଡନାଟ ଆରମ୍ଭ ହୋଇ ମେରୁ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ । ଏଥିପାଇଁ ପଣା ସଂକ୍ରାନ୍ତି ପୂର୍ବରୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ଦଣ୍ଡୁଆ ମାନେ ମା' କାଳୀ ଏବଂ ଶିବଙ୍କୁ ନେଇ ଦଣ୍ଡନାଟ ପାଇଁ ବାହାରି ଯାଆନ୍ତି । ଏହି ବ୍ରତରେ ପ୍ରବଳ ନିଷ୍ଠା ଓ କଠିନ ତ୍ୟାଗ କରନ୍ତି ଦଣ୍ଡୁଆ । ଏଥିପାଇଁ ବଡ଼ି ସକାଳୁ ଦଣ୍ଡୁଆଙ୍କ ନୀତି ଆରମ୍ଭ ହୋଇ ମଧ୍ୟରାତ୍ର ଯାଏଁ ଚାଲିଥାଏ । କେବଳ ମଧ୍ୟରାତ୍ରରେ ଏମାନେ ଭୋଜନ କରନ୍ତି । ଖାଲି ସେତିକି ନୁହେଁ ଦଣ୍ଡୁଆମାନେ ରାତିରେ ଉଜାଗର ମଧ୍ୟ ରୁହନ୍ତି । କୁହାଯାଉଛି ପ୍ରାୟ ୩ଶହ ବର୍ଷ ଧରି ଏହି ପୁରାତନ ସଂସ୍କୃତି ଗଞ୍ଜାମ ଚାଲି ଆସୁଛି ।

ଭକ୍ତିଭାବନାରେ ମଗ୍ନ ଦଣ୍ଡୁଆମାନଙ୍କ ଉପରେ ଟାଣ ଖରାର କୌଣସି ପ୍ରଭାବ ପଡ଼େନାହିଁ । କାଳୀଙ୍କ ଚିତ୍ରପଟ, ମହାଦେବଙ୍କ ପ୍ରତୀକ ନାଗ ମୂର୍ତ୍ତି, ମୟୂରପୁଚ୍ଛ, ପତାକା ପୂଜାପରେ ଦଣ୍ଡନାଟ ଆରମ୍ଭ ହୁଏ। ଚୈତ୍ରମାସରେ ଏହି ଦଣ୍ଡନୃତ୍ୟ ୨୧ ଦିନ, ୧୮ ଦିନ ଏବଂ ୧୩ ଦିନ ଧରି ଆୟୋଜିତ ହୋଇଥାଏ । ଏହି ସମୟରେ ସତେ ଯେମିତି ଦଣ୍ଡ ଭୋଗିବାବେଳେ ସେମାନଙ୍କ ଉପରେ ମହାଦେବ ଓ ମା' କାଳୀଙ୍କ ଅପାରକରୁଣା ବର୍ଷା ହୁଏ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.