ETV Bharat / state

ଗଞ୍ଜାମରେ ଚକଡା ଆତଙ୍କ: 10 ଏକର ଚାଷଜମି ନଷ୍ଟ

ପୁଣି ଚାଷୀଙ୍କୁ ଘାରିଛି ଚକଡ଼ା ଚିନ୍ତା । ଯେମିତି ଚାଷୀର ସୁନା କ୍ଷେତ ଉପରେ ନଜର ପକାଇଛି ଚକଡ଼ା । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଭରତପଲ୍ଲୀ, ମହୁଳଗୁଡା ଗାଁରେ ପ୍ରାୟ 10 ଏକରରୁ ଊର୍ଦ୍ଧ୍ବ ଚାଷ ଜମିରେ ମାଟିଆଗୁଣ୍ଡି ପୋକ ଲାଗିଛି । ଅଧିକ ପଢନ୍ତୁ...

ଚାଷୀଙ୍କୁ ଦାଉସାଜିଲା ମାଟିଆ ଗୁଣ୍ଡିପୋକ
author img

By

Published : Oct 22, 2019, 4:31 PM IST

ଗଞ୍ଜାମ: ଚଳିତ ବର୍ଷ ବି ଚାଷୀଙ୍କୁ ଦାଉସାଜିଛି ମାଟିଆ ଗୁଣ୍ଡିପୋକ। ‘ଫନି’ ବାତ୍ୟାରେ ଚାଷୀ ଅଣ୍ଟା ନସଳଖୁଣୁ ପୁଣି ଗୁଣ୍ଡିପୋକ ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ସେପଟେ କୃଷି ଅଧିକାରୀଙ୍କୁ ଖବର ଦେଲେ ମଧ୍ୟ ସେମାନେ ଆସୁନଥିବା ଅଭିଯୋଗ କରିଛନ୍ତି ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକର ଚାଷୀମାନେ।

ପୁଣି ଚାଷୀଙ୍କୁ ଘାରିଛି ଚକଡ଼ା ଚିନ୍ତା । ଯେମିତି ଚାଷୀର ସୁନା କ୍ଷେତ ଉପରେ ନଜର ପକାଇଛି ଚକଡ଼ା । ଗତ ବର୍ଷ ବନ୍ୟା ବାତ୍ୟା ଥିଲା ବୋଲି ଚକଡା ପୋକ ହୋଇଥିବା କହିଥିଲେ କୃଷି ଅଧିକାରୀ । କିନ୍ତୁ ଚଳିତ ବର୍ଷ ଏସବୁ ନଥିଲେ ବି ଚକଡ଼ା ପୋକ ଧାନ କ୍ଷେତରେ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଭରତପଲ୍ଲୀ, ମହୁଳଗୁଡା ଗାଁରେ ପ୍ରାୟ 10 ଏକରରୁ ଊର୍ଦ୍ଧ୍ବ ଚାଷ ଜମିରେ ମାଟିଆ ଗୁଣ୍ଡିପୋକ ଲାଗିଛି । ଚାଷୀ କୀଟନାଶକ ଔଷଧ ଆଣି ପକାଇଲେ ମଧ୍ୟ ମାଟିଆ ଗୁଣ୍ଡିପୋକ ମରିବାର ନା ଧରୁନି।

ଗଞ୍ଜାମରେ ଚକଡା ଆତଙ୍କ: 10 ଏକର ଚାଷଜମି ନଷ୍ଟ

ଧାନଗଛ ଏବେ ଗର୍ଭଧାରଣ କରି ପୁଡା ହେବାକୁ ବସିଥିବା ବେଳେ ଧାନଗଛକୁ ପୋକ ଖାଇ ଯାଉଛି । ଦିନକୁ ଦିନ ଏହି ରୋଗ ବ୍ୟାପିବାରେ ଲାଗିଛି । ଧାର କରଜ କରି ଚାଷୀ ବର୍ଷା ଆରମ୍ଭରୁ ସାର ପ୍ରୟୋଗ କରି ଉନ୍ନତ ମାନର ଧାନ ଫସଲ ପାଇଁ ଆଶା ବାନ୍ଧିଥିଲା । ହେଲେ ଚକଡ଼ା ସବୁ ସାରିଦେଲା । ଏହି ମାଟିଆ ଗୁଣ୍ଡିପୋକ ଯୋଗୁଁ ଚାଷୀଙ୍କ ସବୁ ଆଶା ମଉଳି ଯାଇଛି । ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦେବେ ତାହା ହେଲେ ଚାଷ କାର୍ଯ୍ୟଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟହେବୁ ବୋଲି ଚାଷୀ କହିଛନ୍ତି ।

ଅନ୍ୟପଟେ ଏହି ଚାଷୀଙ୍କ ସମସ୍ୟା ନେଇ ଧରାକୋଟ କୃଷି ଅଧିକାରୀଙ୍କ କହିବା କଥା ହେଲା ଏସମ୍ପର୍କରେ ଖବର ପାଇ କର୍ମଚାରୀ ମାନେ ସେହି ଅଞ୍ଚଳକୁ ଦେଖିବାକୁ ଯାଇଛନ୍ତି । ରେଜିଷ୍ଟ୍ରେଡ ଦୋକାନୀଙ୍କ ପାଖରୁ ଚାଷୀ ଔଷଧ ନେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି କୃଷି ଅଧିକାରୀ ।

ଗଞ୍ଜାମରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor_ଚଳିତ ବର୍ଷ ପୁଣି ଚାଷୀଙ୍କୁ ଦାଉସାଜିଲା ମାଟିଆ ଗୁଣ୍ଡିପୋକ ଗତ ତିତିଲି ମହାବାତ୍ୟା ରେ ଚାଷୀ ଅଣ୍ଟାନସଲଖୁଣୁ ପୁଣି ଗୁଣ୍ଡିପୋକ ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି କୃଷି ଅଧିକାରୀ ମାନେ ଖବର ଦେଲେ ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀମାନେ

Body:vo-1-ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବରଡ଼ାବାଲି ପଂଚାୟତର ଭରତପଲ୍ଲୀ ,ମହୁଳଗୁଡା ଗ୍ରାମରେ ପ୍ରାୟ 10 ଏକରରୁ ଉର୍ଦ୍ଧ ଚାଷ ଜମିରେ ମାଟିଆ ଗୁଣ୍ଡିପୋକ ଲାଗିଛି ଜାଫଳରେ ଧାନଗଛ ମରିଗଲାଣି ଚାଷୀ କୀଟନାଶକ ଔଷଧ ଆଣି ସିଞ୍ଚନ କଲାଣି ହେଲେ ମାଟିଆ ଗୁଣ୍ଡିପୋକ ମରିବାର ନା ଧରୁନି ଧାନଗଛ ଏବେ ଗର୍ଭଧାରଣ କରି ପୁଡା ହେବାକୁ ବସିଥିବାବେଳେ ଧାନଗଛର ରସକୁ ପୋକ ଖାଇ ଯିବାରୁ ଏହା ଅଗାଡିରେ ପରିଣତ ହୋଇଯାଉଛି ଦିନକୁ ଦିନ ଏହି ରୋଗ ବ୍ୟାପିବାରେ ଲାଗିଛି ଚାଷୀ ଧାର କରଜ କରି ବର୍ଷା ଆରମ୍ଭରୁ ବେଉଷଣ ଏବଂ ତଳିରୁଆ ପରେ ସାର ପ୍ରୟୋଗ କରି ଉର୍ଣ୍ଣତ ମାନର ଧାନ ଫସଲ ଆଦାୟ ପାଇଁ ଯେଉଁ ଆସାବାନ୍ଧିଥିଲା ତାହା ମଉଲିବାରେ ଲାଗିଛି ମାଟିଆ ଗୁଣ୍ଡିପୋକ ର ପ୍ରତିକାର ପାଇଁ କୃଷି ଅଧିକାରୀ ଆସୁନଥିବା ଅଭିଯୋଗ ହୋଇଥିବାବେଳେ ତୁରନ୍ତ ପ୍ରତିକାର ନ କରାଗଲେ ଏହି ଅଂଚଳର ସବୁ ଚାଷ ଜମି ଉଜୁଡି ଯିବ
ବାଇଟ-ଟୁକୁନା ଗୌଡ଼ (ଭରତପଲ୍ଲୀ ଗ୍ରାମବାସୀ)
ବାଇଟ-ଚରଣ ଗୌଡ଼ (ଭରତପଲ୍ଲୀ ଗ୍ରାମବାସୀ)
vo-2-ଚଳିତ ବର୍ଷ ବନ୍ୟାବାତ୍ୟା ହୋଇନଥିବାବେଳେ ଭଲଧାନ ହେବବୋଲି ଚାଷୀ ଆଶା ବାନ୍ଧିଥିଲା ହେଲେ ଏହି ମାଟିଆ ଗୁଣ୍ଡିପୋକ ଯୋଗୁଁ ସବୁଆସା ମଉଳିଯାଇଛି ଯଦି ସରକାର ଏଥିପ୍ରତି ଦୃଷ୍ଟି ନ ଦେବେ ତାହାହେଲେ ଚାଷ କାର୍ଯ୍ୟଛାଡି ବାହାର ରାଜ୍ୟକୁ ଦାଦାନଖଟିବାକୁ ଯିବାକୁ ବାଧ୍ୟହେବୁ ବୋଲି ଚାଷୀ କହିଛନ୍ତି
ବାଇଟ-ଶତ୍ରୁଘନ ଗୌଡ଼ (ଭରତପଲ୍ଲୀ ଗ୍ରାମବାସୀ)

Conclusion:vo-3-ଅନ୍ୟପଟେ ଏହି ଚାଷୀଙ୍କ ସମସ୍ୟା ନେଇ ଆମେ ଯୋଗାଯୋଗ କରିଥିଲୁ ଧରାକୋଟ କୃଷି ଅଧିକାରୀ ଙ୍କ ସହିତ ସେ କହିଛନ୍ତି ଖବରପାଇ ଆଜି କ୍ଷେତ୍ର କର୍ମଚାରୀ ମାନେ ସେହି ଅଂଚଳକୁ ଦେଖିବାକୁ ଯାଇଛନ୍ତି ତାସହିତ ଚାଷୀ ମାନକୁ ଡକାଯାଇଛି ଆଉ ସେମାନଙ୍କୁ ରେଜିଷ୍ଟେଡ଼ ଔଷଦ ଦୋକାନରୁ ହିଁ ଔଷଦ ନେବେକୁହାଯିବ ବର୍ତ୍ତମାନ ସ୍ଥିତିରେ ଔଷଦ ସିଞ୍ଚନ କରାଗଲେ ମାଟିଆ ଗୁଣ୍ଡିପୋକ କୁ ଦମନ କରାଯିବ ବୋଲି ସହକାରୀ କୃଷି ଅଧିକାରୀ କହିଛନ୍ତି
ବାଇଟ-ତାପସ ରଂଜନ ପଣ୍ଡା (ସହକାରୀ କୃଷି ଅଧିକାରୀ, ଧରାକୋଟ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.