ETV Bharat / state

ଗ୍ରାହକ ମାସ୍କ ନପିନ୍ଧିଲେ ଦୋକାନୀ ଗଣିବେ ଜୋରିମାନା - RRT କିଟ

କୋରୋନା କବଳରୁ ରକ୍ଷା ପାଇବା ପାଇଁ ପ୍ରତି ଜିଲ୍ଲାରେ କୋଭିଡ ନିୟମକୁ କଡାକଡି କରାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାରେ କଡାକଡି ହୋଇଛି କୋଭିଡ ନିୟମ । ଅଧିକ ପଢନ୍ତୁ...

କୋଭିଡ ନିୟମ କଡାକଡି
କୋଭିଡ ନିୟମ କଡାକଡି
author img

By

Published : Apr 11, 2021, 7:03 AM IST

ବ୍ରହ୍ମପୁର: କୋରୋନା ଦ୍ବିତୀୟ ଲହର କୋପରେ ଏବେ ସାରା ରାଜ୍ୟ । କୋରୋନା କବଳରୁ ରକ୍ଷା ପାଇବା ପାଇଁ ପ୍ରତି ଜିଲ୍ଲାରେ କୋଭିଡ ନିୟମକୁ କଡାକଡି କରାଯାଇଛି । ଗଞ୍ଜାମ ଜ଼ିଲ୍ଲାରେ ପ୍ରବାସୀ ମାନଙ୍କର ପ୍ରତ୍ୟାବର୍ତ୍ତନ କାରଣରୁ ଗୋଟିଏ ସପ୍ତାହରେ ତିନିଗୁଣା ସଂକ୍ରମଣ ବୃଦ୍ଧି ପାଇଛି । ସମସ୍ତ ଜିଲ୍ଲାବାସୀଙ୍କୁ ସର୍ତକତା ନିଜଆଡୁ ସର୍ତକତା ଅବଲମ୍ବନ କରିବାକୁ ହେବ ନଚେତ ପରିସ୍ଥିତି ସାଘାଂତିକ ହେବ ବୋଲି ଭିଡିଓ କନଫରେନ୍ସିଂ ଜରିଆରେ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି ।

ସମସ୍ତ ଅଧିକାରୀମାନଙ୍କୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଛନ୍ତି । ବର୍ତ୍ତମାନ ଯାହା ସବୁ କାର୍ଯ୍ୟଧାରା ଗ୍ରହଣ କରାଯିବ ସବୁ ଗୁଡିକ ଵିକେନ୍ଦ୍ରୀକରଣ କରି କରାଯିବ । ଫେରୁଥିଵା ପ୍ରବାସୀମାନଙ୍କର ପଞ୍ଜିକରଣ ନିହାତି ଆବଶ୍ୟକ । ଯେଉଁ ପ୍ରବାସୀମାନେ ପଞ୍ଜିକରଣ କରୁ ନାହାନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ଚିକିତ୍ସାଳୟରେ RRT କିଟ ମହଜୁଦ ରଖାଯିବ ଏବଂ ସଂକ୍ରମିତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖିବା ସହ ସମସ୍ତ ସୁବିଧା ଥିବା ବେଡ଼ ପ୍ରସ୍ତୁତ କରିବାକୁ ଜ଼ିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଚି଼ହ୍ନଟ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ନିଜ ଘରେ ସାତ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରଖି ତାଙ୍କ ଘର ସମ୍ମୁଖରେ ପୋଷ୍ଟର ଲଗାଯିବ । ଜିଲ୍ଲାବାସୀଙ୍କୁ ମାସ୍କ ପରିଧାନ ଏବଂ ସାନିଟାଇଜେସନର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି । ଯେଉଁ ଦୋକାନ ବା ମଲ ଗୁଡିକରେ ଗ୍ରାହକ ମାସ୍କ ପରିଧାନ ନକରି ସାମଗ୍ରୀ କିଣୁଥିବା ନଜର ଆସିଲେ ଏଣିକି ଦୋକାନୀମାନଙ୍କଠାରୁ ଜୋରିମାନା ଆଦାୟ କରାଯିବ । ଯେଉଁ ଅଞ୍ଚଳରେ ସଂକ୍ରମିତ ଚି଼ହ୍ନଟ ହେବେ ସେହି ଅଞ୍ଚଳକୁ କଣ୍ଟେଟମେଣ୍ଟ ଅଞ୍ଚଳ ଭାବରେ ଘୋଷଣା କରି ଖାଦ୍ୟ ଓ ଅନାନ୍ୟ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯିବ । ଅସ୍ଥାୟୀ ପରିଚାଳନା ସେଣ୍ଟର ଗୁଡିକରେ ଚିକିତ୍ସକ ମୁତୟନ କରାଯିବ । ଅକ୍ସିଜେନ ସହିତ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖାଯିବ ।

ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ କରି ତିରିଶି ଗୋଟି ଆମ୍ବୁଲାନ୍ସ ରଖାଯିବ । ସମସ୍ତ ଆମ୍ବୁଲାନ୍ସ ଡ୍ରାଇଭରମାନଙ୍କୁ ଟିକା ପ୍ରଦାନ କରାଯିବ । ତହସିଲଦାର ଗଣ ଚଢ଼ାଉ କାର୍ଯ୍ୟ ବ୍ୟାପକ କରି ଦୋକାନୀ ଓ ମାସ୍କ ପରିଧାନ କରିନଥିଵା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରିବେ । ପାଞ୍ଚସୂତ୍ରୀ କାର୍ଯ୍ୟକ୍ରମରେ ମାସ୍କ ପରିଧାନ ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯିବଷ । ସମସ୍ତ ବସ ଡ୍ରାଇଭରମାନଙ୍କୁ ଟିକା ଦିଆଯିବ । ପ୍ରତ୍ୟେକ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳରେ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରାଯିବ । କୌଣସି ଅଧିକାରୀ ଓ ଶିକ୍ଷକଗଣ ନିଜ ହେଡ଼କ୍ୱାଟର ଛାଡ଼ିବେ ନାହିଁ । କୋଭିଡ କେୟାର ସେଣ୍ଟର ଆବଶ୍ୟକ ରହିଛି ଏଣୁ ଦଶମ ଶ୍ରେଣୀ ଥିବା ସ୍କୁଲକୁ ଛାଡି ଅନ୍ୟ ସମସ୍ତ ସ୍କୁଲକୁ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି ।

ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼. ବଳିରାମ ବୋନ୍ଦାର, ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ଅତିରିକ୍ତ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜ଼ିଲ୍ଲାପାଳ ୱି. କୀର୍ତ୍ତି ୱାସନ, ଡୁଡା ପ୍ରକଳ୍ପ ନିର୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜ଼ିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ଅଧିକାରୀଗଣ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.