ଭଞ୍ଜନଗର: ବିଶ୍ବରେ କାୟା ବିସ୍ତାର କରିଛି କୋରୋନା ମହାମାରୀ । ସଂକ୍ରମଣ ଚେନକୁ ଭାଙ୍ଗିବାକୁ ସରକାର ସଟଡାଉନ ,ଲକଡାଉନ ଜାରି ରଖିଛନ୍ତି । ହେଲେ କେତେକ ସ୍ଥାନରେ କୋରୋନା କଟକଣାକୁ ଉଲ୍ଲଙ୍ଘନ କରାଯାଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଗାଁରେ । କାଳଞ୍ଜି ସମାଜ ପକ୍ଷରୁ ଏକ ସଭାର ଆୟୋଜନ ହୋଇଥିଲା ।
ଏଥିରେ ଶତାଧିକ ଲୋକ ଉପସ୍ଥିତ ଥିବା ବେଳେ କାହା ମୁହଁରେ ମାସ୍କ ନଥିଲା କି ସାମାଜିକ ଦୂରତା କଥା ଭୁଲି ଯାଇଥିଲେ ସଭିଏଁ । ସେପଟେ, କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଲୋକମାନେ ଦୌଡ଼ି ପଳାଇଥିଲେ । କୋରୋନା କଟକଣାକୁ ଅଣଦେଖା ଅଭିଯୋଗରେ ସଭାପତି ସମେତ ତିନିଜଣକୁ ପୋଲିସ ଅଟକ ରଖିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ