ETV Bharat / state

ସନ୍ଦେହଜନକ ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର - couple-dead-body-found-in-jungle

ଦୁହିଁଙ୍କ ପରିବାରବର୍ଗ ଉଭୟଙ୍କ ନିର୍ବନ୍ଧ କରାଇଲେ । ହେଲେ ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ । ପ୍ରେମୀଯୁଗଳଙ୍କ ହତ୍ୟା ନା ଆତ୍ମହତ୍ୟାକୁ ନେଇ ଉଠିଛି ପ୍ରଶ୍ନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jul 21, 2019, 11:14 AM IST

ବ୍ରହ୍ମପୁର: କାଶୀବିଶ୍ୱନାଥପୁର ମନ୍ଦିର ପଛପଟ ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କମଳାପୁର ଗାଁର ଘଟଣା । ଘଟଣାସ୍ଥଳରେ ଦିଗପହଣ୍ଡି ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନାଥାଉକି, ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁଗୁଡି ପଞ୍ଚାୟତର ଝରିପଦର ଗାଁର ଦିବାନା ରେଡ୍ଡିଙ୍କ ସହ ଚୈତନ୍ୟପୁର ଗାଁର ଆର୍ ଲକ୍ଷ୍ମୀ ରେଡ୍ଡିଙ୍କ ସହ ପ୍ରେମସମ୍ପର୍କ ଗଢି ଉଠିଥିଲା । ଏହାପରେ ଦୁହିଁଙ୍କ ପରିବାରବର୍ଗ ଉଭୟଙ୍କ ନିର୍ବନ୍ଧ କରିଥିଲେ । କିନ୍ତୁ ଶନିବାର ଦିନ ଜଙ୍ଗଲ ମଧ୍ୟରେ ଦୁହିଁଙ୍କର ମୃତଦେହ ପଡିଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ । ଏହାପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଦିଗପହଣ୍ଡି ଥାନା ଅଧିକାରୀ ଗୌରାଙ୍ଗ ଚରଣ ସାହୁ ଓ ଚିକିଟି ଏସ୍.ଡି.ପି.ଓ ଏସ୍.ଏନ୍.ମୂର୍ମୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ହଠାତ୍ ପ୍ରେମୀଯୁଗଳଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ବାସିନ୍ଦାଙ୍କ ମନରେ ନାନା ସନ୍ଦେହ ସୃଷ୍ଟି କରିଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରେମୀଯୁଗଳଙ୍କ ହତ୍ୟା ନା ଆତ୍ମହତ୍ୟା ହୋଇଛି ତାହା ସ୍ପଷ୍ଟ ହୋଇଯିବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ସ୍ଲଗ :- ପ୍ରେମୀଯୁଗଳଙ୍କ ସନ୍ଦେହଜନକ ମୃତଦେହ ଜଙ୍ଗଲ ମଧ୍ୟରୁ ଉଦ୍ଧାର-ପୋଲିସର ତଦନ୍ତ ଆରମ୍ଭ ..
ରିପୋର୍ଟର:ସମୀର ଆଚାର୍ଯ୍ୟ,
ଫମାର୍ଟ :ଏଭିଓ,
ସ୍ଥାନ :ବ୍ରହ୍ମପୁର,
ତାରିଖ : ୨୦-୦୭-୧୯. - (ଭିଜୁଆଲ ଓ ଫୋଟ wrap ରେ ଯାଇଛି ।)
(ଆଙ୍କର):- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କମଳାପୁର ଗ୍ରାମ ସ୍ଥିତ କାଶୀବିଶ୍ୱନାଥପୁର ମନ୍ଦିର ପଛପଟେ ରହିଥିବା ଜଙ୍ଗଲ ମଧ୍ୟରୁ ଏକ ପ୍ରେମୀଯୁଗଳଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁଗୁଡି ପଞ୍ଚାୟତ ଅନ୍ତର୍ଗତ ଝରିପଦର ଗ୍ରାମର ଦିବାନା ରେଡ୍ଡି ଙ୍କ ସହ ଚୈତନ୍ୟପୁର ଗ୍ରାମର ଆର୍ ଲକ୍ଷ୍ମୀ ରେଡ୍ଡିଙ୍କ ସହ ପ୍ରେମସମ୍ପର୍କ ଗଢି ଉଠିବା ପରେ ଇତି ମଧ୍ୟରେ ଦୁହିଁଙ୍କ ପରିବାର ବର୍ଗ ଏମାନଙ୍କ ବିବାହ ପାଇଁ ନିର୍ବନ୍ଧ ମଧ୍ୟ କରିସାରିଥିଲା । ହେଲେ ହଠାତ୍ ଦୁହିଁଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିବାରୁ ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ନାନା ସନ୍ଦେହ ଉପୁଜିଛି । ମୃତକ ଙ୍କ କିଛି ଦୂରରେ ଉଭୟଙ୍କର ପୋଷାକର କିଛି ଅଂଶ ମିଳିଥିବା ବେଳେ ଜଙ୍ଗଲ ମଧ୍ୟରେ ଦୁହିଁଙ୍କର ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଦିଗପହଣ୍ଡି ଥାନା ଅଧିକାରୀ ଗୌରାଙ୍ଗ ଚରଣ ସାହୁ ଓ ଚିକିଟି ଏସ୍.ଡି.ପି.ଓ ଏସ୍.ଏନ୍.ମୂର୍ମୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ଅଧିକ ସତ୍ୟତା ଜଣାପଡିବ ବୋଲି କୁହାଯାଇଛି ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.