ETV Bharat / state

ଭଞ୍ଜନଗରରେ ଗୁହାଳ ଯୋଜନାରେ ଦୁର୍ନୀତି, ପ୍ରତିଶ୍ରୁତି ଦେଇ ଠକିଲା ପ୍ରଶାସନ - ଭଞ୍ଜନଗରରେ ଗୁହାଳ ଦୁର୍ନୀତି

ପ୍ରହସନ ପାଲଟିଛି ମୋ ଗୁହାଳ ଯୋଜନା । ପ୍ରତିଶ୍ରୁତି ଦେଇ ଠକିଲା ପ୍ରଶାସନ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗାମୁଣ୍ଡି ଗ୍ରାମରୁ । ଅଧିକ ପଢନ୍ତୁ

ଭଞ୍ଜନଗରରେ ଗୁହାଳ ଦୁର୍ନୀତି
ଭଞ୍ଜନଗରରେ ଗୁହାଳ ଦୁର୍ନୀତି
author img

By

Published : Jul 23, 2022, 1:00 PM IST

ଭଞ୍ଜନଗର: ସରକାର ଗୋପାଳକ ଓ ଅନ୍ୟ ପ୍ରାଣୀ ପାଳକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଗୁହାଳ ନିର୍ମାଣ ପାଇଁ ହିତାଧିକାରୀଙ୍କ ପାଖକୁ ଆସୁଥିବା ଅର୍ଥ ବାଟମାରଣା ହୋଇଥିବା ଅଭିଯୋଗ ଆସିଛି ଗାମୁଣ୍ଡି ଗ୍ରାମରୁ ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗାମୁଣ୍ଡି ଗ୍ରାମର କିଛି ଗୋପାଳକ ଚାଷୀ ଆଦର୍ଶ ଗାଈ ଗୁହାଳ କରି ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଆଦର୍ଶ ଗାଇ ଗୁହାଳ ତିଆରି ହେବାସତ୍ତ୍ବେ ମଧ୍ୟ ଟଙ୍କା ପାଇବାରୁ ପଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗୋପାଳକ ଚାଷୀ l ଟଙ୍କା ପାଇଁ ଗୋପାଳକ ପ୍ରଶାସନ ପାଖକୁ ଦୌଡିବା ସତ୍ତ୍ବେ ମଧ୍ୟ ଟଙ୍କା ନମିଳିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗୋପାଳକ ।

ଭଞ୍ଜନଗରରେ ଗୁହାଳ ଦୁର୍ନୀତି

ସୂଚନାଅନୁସାରେ, ବର୍ତ୍ତମାନ ଗାମୁଣ୍ଡି ଗ୍ରାମର ସାତ ଜଣକୁ ଆଦର୍ଶ ଗାଈ ଗୁହାଳ ଯୋଗାଇ ଦିଆଯାଇଥିବାବେଳେ ପାଞ୍ଚ ଜଣ ହିତାଧିକାରୀଙ୍କୁ କିଛି କିଛି ଟଙ୍କା ପୈଠ କରିଦେଇ ଚୁପ ବସିଛି ପ୍ରଶାସନ । ଧାର କରଜ କରି ଗୁହାଳ ତିଆରି କରିଥିବା ଚାଷୀ ଏବେ ହନ୍ତସନ୍ତ ହେଉଛନ୍ତି l ତେବେ ଏହାର ତଦନ୍ତ କରି ପ୍ରଶାସନଙ୍କ ଠାରୁ ପଇସା ପୈଠ ଦାବି କରିଛନ୍ତି ସ୍ଥାନୀୟ ଗୋପାଳକ ।

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.