ETV Bharat / state

ମୃତ ମନୋଜ ଜେନାଙ୍କ ପରିବାରକୁ ଭେଟିଲା କଂଗ୍ରେସ ଟିମ - ମନୋଜ ଜେନା

ରାଜ୍ୟ କଂଗ୍ରେସର ଏକ ତିନି ଜଣିଆ ଟିମ ମୃତ କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ବାସଭବନରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । କଂଗ୍ରେସର ଏହି ଟିମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ରାଜ୍ଯ ପ୍ରଭାରୀ ଜିତେନ୍ଦ୍ର ସିଂହ ସାମିଲ ଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି ଭଞ୍ଜନଗର
author img

By

Published : May 29, 2019, 11:40 PM IST

ଭଞ୍ଜନଗର: ଆସିକା ବିଧାନସଭା ନିର୍ବାଚନ ମଣ୍ଡଳିର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ ହତ୍ଯା ଘଟଣାରେ ଆଠ ଦିନ ବିତି ଯାଇଥିଲେ ମଧ୍ଯ ପୋଲିସ ହତ୍ଯାକାରୀଙ୍କୁ ଧରିବାରେ ବିଫଳ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ରାଜ୍ୟ କଂଗ୍ରେସର ଏକ ତିନି ଜଣିଆ ଟିମ ମୃତ ମନୋଜ ଜେନାଙ୍କ ବାସଭବନରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । କଂଗ୍ରେସର ଏହି ଟିମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ରାଜ୍ଯ ପ୍ରଭାରୀ ଜିତେନ୍ଦ୍ର ସିଂହ ସାମିଲ ଥିଲେ ।

କଂଗ୍ରେସର ଏହି ଟିମ ଘଟଣାକୁ ଦୃଢ଼ ନିନ୍ଦା କରିଥିଲା ବେଳେ ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ଯସ୍ତ ହୋଇଯାଇଥିବା ଅଭିଯୋଗ କରିଛନ୍ତି । ଏଥି ସହ ଅତିଶୀଘ୍ର ଅପରାଧିଙ୍କୁ ଗିରଫ କରିବାକୁ କଂଗ୍ରେସ ପକ୍ଷରୁ ଦାବି ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ଭୋଟ ଗଣତିର ଗୋଟିଏ ଦିନ ପୂର୍ବରୁ ଅର୍ଥାତ 22 ତାରିଖ ରାତ୍ରିର ଅନ୍ଧାରରେ ବ୍ରହ୍ମପୁର ଜିଲ୍ଲାର କମାପଲ୍ଲି ଓଭରବ୍ରିଜ ନିକଟରେ ଦୁର୍ବୃତ୍ତମାନେ ଅତି ନିକଟରୁ ମନୋଜଙ୍କୁ ଗୁଳିମାଡ କରି ହତ୍ଯା କରିଥିଲେ ।

ଭଞ୍ଜନଗଗରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ବାଜା ବଜାଇବାକୁ କାହାକୁ ବା ଭଲ ନଲାଗେ ! ଢାମ୍ପ , ନିଶାନ , ଟିଡିବିଡ଼ି , ଢୋଲ ଭଳି ଆଦିବାସୀ ଘରର ବାଜା ବାଜିଲେ ଆଦିବାସୀ ଯୁବକ ଯୁବତୀ ନାଚି ଉଠନ୍ତି ।କୀର୍ତ୍ତନ ମଣ୍ଡଳୀ ବଜାଉଥିବା କୀର୍ତ୍ତନ ଖୋଲ ବାଜିଲେ ଗାଁରେ ଭକ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଯାଏ । ତେବେ ଏହି ସମସ୍ତ ଆନନ୍ଦ ସୃଷ୍ଟି ହେବା ପଛରେ ଥିବା ବାଜାକୁ ଯେଉଁମାନେ ତିଆରି କରନ୍ତି ଓ ଖରାପ ହେଲେ ମରାମତି କରନ୍ତି ସେମାନେ ପରଦା ଆଢ଼ୁଆଳେ  ରହିଯାନ୍ତି । କୋରପୁଟ ଜିଲ୍ଲାର ବାଜା ର ତିଆରି ଓ ମରାମତି ପାଇଁ ଖ୍ୟାତି ଅର୍ଜ୍ଜନ କରିଥିବା ବୋରିଗୁମ୍ମା ବ୍ଲକର ଏକ ନିଭୃତ କୋଣରେ ଲୁଚି ରହିଥିବା ଛତରଲା ଗାଁରେ ଆମେ ବାଜା ତିଆରି କରୁଥିବା  ମଙ୍ଗଳି ଜାତି ର ଲୋକଙ୍କ ସହ ସାକ୍ଷାତ କରିଥିଲୁ । ଗାଁର ଗୋଟିଏ ପଟେ ରହୁଥିବା ଏହି କୋଡ଼ିଏଟି ପରିବାର ର ଚତୁର୍ପାର୍ଶ୍ଵରେ ଚମଡାର ଗନ୍ଧ । କିନ୍ତୁ ବୋରିଗୁମ୍ମା ରେ ଥିବା ଚମଡା ଗୋଦାମରୁ ବିଭିନ୍ନ ପଶୁର ଚମଡ଼ାକୁ ଆଣି ଏଠାରେ ବାଜା ତିଆରି କରୁଥିବା କାରୀଗରଙ୍କ ପାଇଁ ଏହାହିଁ ଜୀବନ ପାଲଟିଛି । ପ୍ରତ୍ୟେକ ପରିବାର ବର୍ଷକୁ ପାଖାପାଖି ୫୦ ଟି ବାଜା ତିଆରି କରନ୍ତି ଓ କିଛି ବାଜାର ମରାମତି ମଧ୍ୟ କରନ୍ତି । ଏହି ଗାଁକୁ ଜିଲ୍ଲାର ବିଭିନ୍ନ ଅଂଚଳରୁ ଲୋକେ ବାଜା କିଣିବା ଓ ମରାମତି କରାଇବା ପାଇଁ ଆସୁଥିବା ଏହି କାରିଗର ଜଣାଇଛନ୍ତି । ବର୍ତମାନ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଗାଁ ଗାଁରେ ନୃତ୍ୟ , ନାଟକ ଦଳ ର ପୁନରୁଦ୍ଧାର କରି ସେମାନଙ୍କୁ ବାଜା କିଣିବା ପାଈଁ ଆର୍ଥିକ ସହଯୋଗ ପ୍ରଦାନ କରାଯାଉଥିବା ଯୋଗୁଁ ଛତରଲା ଗ୍ରାମର କାରୀଗରଙ୍କ ପାଇଁ ଆହୁରି ଅଧିକ କାମ ମିଳିବାରେ କିଛି ସମସ୍ୟା ହେବ ନାହିଁ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠି ଜଣାଇଛନ୍ତି ।
..........
Byte : ମାଂଗଳି , ବାଜା କାରିଗର
Byte :ଅକ୍ଷୟ କୁମାର ସେଠି , ଜିଲ୍ଲା ସଂସ୍କୃତି ଅଧିକାରୀ , କୋରାପୁଟ
P2C : ଶାନ୍ତାକାର
..........
ଶାନ୍ତାକାର
କୋରାପୁଟ
............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.