ETV Bharat / state

କଲବଲ କଲା ପୋଷାବିଲେଇ, 3 ଜଣଙ୍କ ନାଁରେ ଏତଲା - ପୋଷା ବିଲେଇ ପାଇଁ ହଟହଟା ସାହିବାସିନ୍ଦା

ଦାଣ୍ଡରେ ପଡି ଥାନାକୁ ଗଲା ବିଲେଇ କଳି । ପୋଷା ବିଲେଇଙ୍କ ନାଁରେ ଥାନାରେ ଏତଲା ଦେଲେ ସାହିବାସିନ୍ଦା । ଅଧିକ ପଢନ୍ତୁ

complain against cat owner
complain against cat owner
author img

By

Published : Feb 22, 2023, 2:11 PM IST

complain against cat owner

ବ୍ରହ୍ମପୁର: ବିଲେଇ ପାଇଁ କଳି । ପୋଷା ବିଲେଇକୁ ନେଇ ଥାନାରେ ଏତଲା ଦେଲେ ବସ୍ତିବାସିନ୍ଦା । ତିନିଜଣଙ୍କ ନାମରେ ରୁଜୁ ହେଲା ମାମଲା । ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୦ ନଂ ଓ୍ୱାର୍ଡରେ ଦେଖିବାକୁ ମିଳିଛି ଏଭଳି ଘଟଣା । ୧୦ ନଂ ଓ୍ୱାର୍ଡର ଶଙ୍କରମଠ ସାହି ପାଣି କଲୋନୀରେ ଜଣେ ସାହି ବାସିନ୍ଦା ନିଜ ଘରେ ୩୦ରୁ ଅଧିକ ବିଲେଇ ରଖି ଆସୁଛନ୍ତି । ଆଉ ବିଲେଇମାନେ ଏଣେ ତେଣେ ବୁଲା ବୁଲି କରିବା ସହ ମଳତ୍ୟାଗ କରୁଛନ୍ତି । ଯାହା ଫଳରେ ପ୍ରତ୍ୟେକ ଦିନ ନାନା ସମସ୍ୟାର ସମ୍ମୁଖୀନ ହେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସାହିର ପରିମଳ ବିପର୍ଯ୍ୟସ୍ତ ହେଉଥିବା ବେଳେ ସାହି ବାସିନ୍ଦାଙ୍କ ଘରକୁ ସଂପର୍କୀୟ ମାନେ ଆସିବାକୁ ଅନିଚ୍ଛା ପ୍ରକାଶ କରୁଥିବା କହିଛନ୍ତି ଅଭିଯୋଗକାରୀ । ଏହି ଘଟଣାରେ ପଦେକ୍ଷପ ଗ୍ରହଣ କରିବାକୁ ୧୦ ନଂ ଓ୍ୱାର୍ଡର କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ମହିଳା ମାନେ ପ୍ରଥମେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଭିଯୋଗ କରିଥିଲେ । କିନ୍ତୁ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ତେଣୁ ବାଧ୍ୟ ହୋଇ ଛତ୍ରପୁର ଥାନାର ଦ୍ୱାରସ୍ତ ହେବା ସହ ଥାନାରେ ଲିଖିତ ଅଭିଯୋଗ ଦାଖଲ ସହ ଗଞ୍ଜାମ ଏସ୍.ପି ଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ସାହି ବାସିନ୍ଦା ।

ଏହା ମଧ୍ୟ ପଢନ୍ତୁ: Assembly Budget Session: ବିରୋଧିଙ୍କ ହଟ୍ଟଗୋଳରେ କମ୍ପିଲା ଗୃହ, ଅପରାହ୍ନ ୪ଟା ଯାଏ ମୁଲତବୀ

ସାହି ବାସିନ୍ଦା ଅଭିଯୋଗ କରିଛନ୍ତି ଯେ," ବିଲେଇ ରଖିଥିବ ଘର ମାଲିକ ଗୋଟିଏ ଘରେ ଏହି ସବୁ ବିଲେଇ ରଖି ମହିଳା ଜଣକ ଅନ୍ୟ ଏକ ଘରେ ରହୁଛନ୍ତି । ସେ ରହୁଥିବା ଘରକୁ ସମସ୍ତ ବିଲେଇ ନେବା ପାଇଁ କହିଥିଲେ ମଧ୍ୟ ସେମାନଙ୍କୁ ଗାଳି ଗୁଲଜ କରୁଛନ୍ତି ।" ମହିଳା ମାନେ ଅଭିଯୋଗ କରିବା ପରେ ଘଟଣାକୁ ନେଇ ବିଲେଇ ରଖିଥିବା ପରିବାରର ତିନି ଜଣଙ୍କ ନାମରେ ଛତ୍ରପୁର ଥାନାରେ ୧୪୦/୨୩ ମାମଲା ରୁଜୁ କରିବା ସହିତ ପୋଲିସ ତଦନ୍ତ ଆରମ୍ଭ କରିଛି । ହେଲେ ମାତ୍ରାଧିକ ପୋଷା ବିଲେଇ ରଖିବା ଯୋଗୁଁ ସାହି ବାସିନ୍ଦା ହଟହଟା ହେବା ଏବଂ ଏହି ଘଟଣାରେ ବିଲେଇ ପୋଷି ଥାନାରେ ପରିବାରର ତିନି ଜଣଙ୍କ ନାମରେ ମାମଲା ରୁଜ ହେବା ଏକପ୍ରକାର କୌତୁହଳ ବିଷୟ ପାଲଟିଛି । ହେଲେ ଏହି ଘଟଣା ଆଗାମୀ ଦିନରେ କେଉଁ ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.