ETV Bharat / state

Rangeilunda Airstrip: ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ଉଡିବ ବିମାନ, ସମୀକ୍ଷା କଲେ ଉଷା ପାଢୀ - ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ଉଡିବ ବିମାନ

ଏଥିପାଇଁ ପ୍ରଥମ ପର୍ଯ୍ୟାୟର ବିମାନ ଉଡିବା କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରାଥମିକ ଭାବରେ ଆବଶ୍ୟକୀୟ ସମସ୍ତ ବ୍ୟବସ୍ଥାର ତଦାରଖ କରିବା ସହିତ ଏହାର ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ । ଶୁକ୍ରବାର ଉଷା ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ । ଅଧିକ ପଢନ୍ତୁ

Rangeilunda Airstrip
Rangeilunda Airstrip
author img

By

Published : Mar 3, 2023, 9:44 PM IST

ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ଉଡିବ ବିମାନ

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ଉଡିବ ବିମାନ । ସମୀକ୍ଷା କଲେ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ । କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଏଠାରୁ ରାଜଧାନୀ ଭୁନେଶ୍ୱରରେ ଯେଉଁ ଛୋଟ ଏୟାରକ୍ରାଫ୍ଟ ସାମିଲ ତାହାକୁ ସପ୍ତାହରେ ଦୁଇ ଥର ଏଠାକୁ ଆସିବ ବୋଲି କୁହାଯାଇଛି ।

ଏଥିପାଇଁ ପ୍ରଥମ ପର୍ଯ୍ୟାୟର ବିମାନ ଉଡିବା କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରାଥମିକ ଭାବରେ ଆବଶ୍ୟକୀୟ ସମସ୍ତ ବ୍ୟବସ୍ଥାର ତଦାରଖ କରିବା ସହିତ ଏହାର ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ । ଶୁକ୍ରବାର ଉଷା ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ । ପରେ ସେଠାରୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟ ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ରଙ୍ଗେଇଲୁଣ୍ଡାକୁ ଏୟାର ସଂଯୋଗ ପାଇଁ ଯୋଜନା କରାଯାଇଥିବାରୁ ଭିତ୍ତିଭୂମୀର ବିକାଶର ସମୀକ୍ଷା କରିଥିଲେ । ଏହାସହ ଏୟାର ଲାଇନ ଚଲାଇବା ପାଇଁ ସରକାରଙ୍କ ପଦକ୍ଷେପ ଉପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ ।

ପ୍ରାଥମିକ ଭାବରେ ଉଡାନ ଯୋଜନାରେ ଛୋଟ ଏୟାରକ୍ରାଫ୍ଟ ଏଠାକୁ ଆସିବା ସହିତ ଦ୍ୱିତୀୟ , ତୃତୀୟ ପର୍ଯ୍ୟାୟ ଆବଶ୍ୟକିୟ ଭିତ୍ତିଭୂମିର କାର୍ଯ୍ୟ ଶେଷ ପରେ ଏହାର ଅପଗ୍ରେଡ କରାଯିବ ବୋଲି କୁହାଯାଇଛି । ବାଣିଜ୍ୟ ଓ ପରିବନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ୱି.କୀର୍ତ୍ତିଭାଶନଙ୍କ ସମେତ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା. ଶ୍ରବଣ ବିବେକ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ସି. ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ଉପସ୍ଥିତ ଲାଇନ ଡିପାର୍ଟମଏଣ୍ଟର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହା ବ୍ୟତୀତ ଏୟାରଷ୍ଟ୍ରିପ ନିକଟରେ ଚାଲିଥିବା କାର୍ଯ୍ୟକୁ ବୁଲି ଦେଖିଥିଲେ ଉଷା।

ଆସନ୍ତା ବିଜୁ ଜୟନ୍ତୀରେ ଏହାର ଶୁଭାରମ୍ଭ କରାଯିବାକୁ ଯୋଜନା କରାଯାଉଥିବା କୁହାଯାଉଥିବା ବେଳେ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ମଧ୍ୟ ଉଡାନ ଯୋଜନାରେ ଏହାକୁ ସାମିଲ କରାଯିବାକୁ ସଂପୂର୍ଣ୍ଣ ଯୋଜନା ପ୍ରସ୍ତୁତ କୁହାଯାଇଛି । ସେପଟେ ଗତ ଫେବୃୟାରୀ ୧୦ ତାରିଖରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ କରିବା ପୂର୍ବରୁ ଏକ ବୈଷୟିକ ଟିମ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା କରାଯାଇଥିଲା । ରାଜଧାନୀ ଭୁବନେଶ୍ୱରରୁ ଆସିଥିବା ଏୟାରପୋର୍ଟ ଅଥରେଟିକର ଏକ ଟିମ ପହଞ୍ଚି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ କିଭଳି ବ୍ୟବସ୍ଥା ରହିଛି ତାହାକୁ ଅନୁଧ୍ୟାନ କରିଥିଲେ। ଏୟାରପୋର୍ଟ କାର୍ଯ୍ୟକ୍ଷମ ହେଲେ କେତେ ପରିମାଣର ରନୱେ ବୃଦ୍ଧି କରାଯିବ, ପାର୍ଶ୍ୱରେ ରହିଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରବାସ ପାଶ୍ୱବର୍ତ୍ତୀ ଅଞ୍ଚଳ ଏବଂ ରନୱେ ବୃଦ୍ଧି ପାଇଁ କେତେ ପରିମାଣର ଗଛ କଟାଯିବ ତାହାକୁ ବ୍ରହ୍ମପୁର ବନଖଣ୍ଡର ଅଧିକାରୀଙ୍କ ଉପସ୍ଥିତିରେ ବାଣିଜ୍ୟ ପରିବହନ ବିଭାଗ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଗ୍ରୁଫ୍ କ୍ୟାପେଟେନଙ୍କ ଉପସ୍ଥିତିରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.