ବ୍ରହ୍ମପୁର: ଦୁର୍ଘଟଣାରେ ଆହତ ଯୁବକଙ୍କୁ ମେଡିକାଲ ପଠାଇ ହୃଦୟ ଜିତିଲେ ଗଞ୍ଜାମ ଜିଲ୍ଲାପାଳ । ଦୁର୍ଘଟଣାରେ ଶିକାର ଜଣେ ଯୁବକ ଗୁରୁତ୍ବର ଅବସ୍ଥାରେ ଜାତୀୟ ରାଜପଥ ଉପରେ ପଡିରହିଥିଲେ । ପରେ ଜିଲ୍ଲାପାଳ ଆହତ ଯୁବକଙ୍କୁ ମେଡିକାଲ ପଠାଇ ପ୍ରଶଂସାର ପାତ୍ର ହୋଇଛନ୍ତି ।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କୌଣସି ସରକାରୀ କାର୍ଯ୍ୟରେ ଯାଉଥିବା ଯାଉଥିଲେ । କନିଷି ନିକଟରେ ଏକ ମୋଟର ସାଇକେଲରେ ଯାଉଥିବା ଜଣେ ଯୁବକ ଦୁର୍ଘଟଣାରେ ଆହତ ହୋଇ ଗୁରୁତ୍ବର ହୋଇଥିବା ଦେଖିବାକୁ ପାଇଥିଲେ । ପରେ ନିଜ କାରରୁ ଓଲ୍ଲାଇ ଆସିବା ସହ ତୁରନ୍ତ ଫୋନ୍ କରି ଏକ ସରକାରୀ ଗାଡିକୁ ଡକାଇଥିଲେ ।
ଆହତ ଯୁବକଙ୍କୁ ସେହି କାରରେ ତୁରନ୍ତ ନେବା ପାଇଁ ସାଙ୍ଗରେ ଥିବା ପିଏସ୍ଓଙ୍କୁ ପଠାଇଥିଲେ । ବର୍ତ୍ତମାନର କୋରୋନା ମହାମାରୀ ଭଳି କଠିନ ସମୟରେ ମାନବିକତା ମରିଯାଉଥିବା ଓ ସାହାଯ୍ୟ ପାଇଁ ଅନେକ ପଛଘୁଞ୍ଚା ଦେଉଥିବା ଖବର ସାମ୍ନାକୁ ଆସୁଛି । ତେବେ ଜିଲ୍ଲାପାଳଙ୍କ ଏଭଳି ମହାନତା କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଉଦାହରଣ ହେବ ବୋଲି କୁହାଯାଉଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ