ETV Bharat / state

ପୋଲିସ ଏବଂ ଗ୍ରାମବାସୀ ମଧ୍ୟରେ ଖଣ୍ଡଯୁଦ୍ଧ - ଗଞ୍ଜାମ ପୋଲିସର ଦବଙ୍ଗଗିରି

ଗଞ୍ଜାମ ଜିଲ୍ଲା ତାରସିଂଙ୍ଗ ଥାନା ଅନ୍ତର୍ଗତ ଗେରେଡା ଗ୍ରାମରେ ଗତ ରାତିରେ ପୋଲିସ ଏବଂ ଗ୍ରାମବାସୀ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଛି । ପୋଲିସର ଲାଠି ମାଡ଼ରେ ଗ୍ରାମର ଜଣେ ଯୁବକ ଗୁରୁ ପ୍ରଧାନ ଲହୁଲୁହାଣ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

Clashes broke out between police and villagers in ganjam
ପୋଲିସ ଏବଂ ଗ୍ରାମବାସୀ ମଧ୍ୟରେ ଖଣ୍ଡଯୁଦ୍ଧ
author img

By

Published : Mar 12, 2021, 11:10 PM IST

ଭଞ୍ଜନଗର: ପୋଲିସର ଦବଙ୍ଗଗିରି । ଚୋର ସନ୍ଦେହରେ ଗ୍ରାମବାସୀ ଅଟକ ରଖିଥିବା ଦୁଇ ଜଣକୁ ଉଦ୍ଧାର କରିବାକୁ ଯାଇ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଏକ ପ୍ରକାର ଖଣ୍ଡଯୁଦ୍ଧ ହୋଇଛି । ଗଞ୍ଜାମ ଜିଲ୍ଲା ତାରସିଂଙ୍ଗ ଥାନା ଅନ୍ତର୍ଗତ ଗେରେଡା ଗ୍ରାମରେ ଗତ ରାତିରେ ପୋଲିସ ଏବଂ ଗ୍ରାମବାସୀ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା । ପୋଲିସର ଲାଠି ମାଡ଼ରେ ଗ୍ରାମର ଜଣେ ଯୁବକ ଗୁରୁ ପ୍ରଧାନ ଲହୁଲୁହାଣ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି l

ପୋଲିସ ଏବଂ ଗ୍ରାମବାସୀ ମଧ୍ୟରେ ଖଣ୍ଡଯୁଦ୍ଧ

ସୂଚନାଥାଉକି ଗତ ଏକ ସପ୍ତାହ ମଧ୍ୟରେ ଗଞ୍ଜାମ ଜିଲ୍ଲା ତାରସିଂଙ୍ଗି ଥାନା ଇଲାକାର ଚୋରମାନେ ତାଲା ଭାଙ୍ଗି 20 ରୁ ଉର୍ଦ୍ଧ ଲୋକଙ୍କ ଘରୁ ଚୋରି କରିଥିଲେ । ତେଣୁ ଗ୍ରାମବାସୀ ସଜାଗ ରହିଥିଲେ ଏହି ସମୟରେ ଏକ ମାରୁତି କାରରେ ଦୁଇଜଣ ଅଜଣା ଲୋକଙ୍କୁ ଦେଖି ଗ୍ରାମବାସୀ ତାଙ୍କୁ ଅଟକ ରଖି ପଚରାଉଚରା କଲେ । ଏହି ସମୟରେ ଖବର ପାଇ ତାରାସିଂଙ୍ଗ ପୋଲିସ ସେହି ଅଜଣା ଦୁଇ ବ୍ୟକ୍ତିଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଥିଲ । କିନ୍ତୁ ସେହି ସମୟରେ ପୋଲିସ ଗାଡିକୁ ଅଟକାଇ ଥିବା ଅଭିଯୋଗରେ ଗେରେଡା ଗ୍ରାମର ତିନିଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଅନ୍ୟପଟେ ଚୋର ସନ୍ଦେହରେ ଥିବା ଦୁଇ ଜଣକୁ ତାଙ୍କ ପରିବାର ଲୋକ ଆସିଲେ ଛଡ଼ାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ଅନ୍ୟପଟେ ପୋଲିସ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ଦେବାରେ ଫେଲ ମାରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.