ବ୍ରହ୍ମପୁର: ପୁଣି ଏକ ବାଲ୍ୟବିବାହକୁ ରୋକିଲା ଚାଇଲ୍ଡ ଲାଇନ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟବର୍ତ୍ତୀ ଧବଳେଶ୍ବର ମନ୍ଦିର ନିକଟରୁ ଏକ ନାବାଳିକାକୁ ବିବାହ କରିବା ପାଇଁ ଯୋଜନା ଚାଲିଥିବା ବେଳେ ବିବାହ ବେଦୀରୁ ଏହାକୁ ରୋକିବାରେ ସଫଳ ହୋଇଛି ମିଳିତ ଟିମ୍ । ଏବେ କୋରୋନା ଚାଲିଥିବା ବେଳେ ଉକ୍ତ ବାଲ୍ୟବିବାହ ଅନୁଷ୍ଠିତ ହେବାର ଥିଲା । ହେଲେ ଏହି ଖବର ଚାଇଲଡ୍ ଲାଇନ୍ , ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଓ ଗୋପାଳପୁର ଥାନା ନାବାଳିକାଙ୍କ ପରିବାରକୁ ଭେଟି ବୁଝାସୁଝା କରିବା ପରେ ଶିଶୁର ବାଲ୍ୟବିବାହ କରାଇବେ ନାହିଁ ବୋଲି ସେମାନେ କହିଥିଲେ ।
ଏହି ବାଲ୍ୟ ବିବାହ ଉପରେ ଚାଇଲ୍ଡ ଲାଇନ୍ କେନ୍ଦ୍ର ସଂଯୋଜକ ସାଇ ପ୍ରସାଦ ସାମଲ , ସହଯୋଗୀ କେନ୍ଦ୍ର ନିର୍ଦ୍ଦେଶକ ଗୋରାଚାନ୍ଦ ଭଟ୍ଟମିଶ୍ର, ସ୍ବେଚ୍ଛାସେବୀ ତଅପୋଇ ସାହୁଙ୍କ ସମେତ ଏକ ମିଳିତ ଟିମ୍ ଚଢାଉ କରିଥିଲା । ଏହି ସମୟରେ କୌଶଳକ୍ରମେ ବରଯାତ୍ରୀ ଓ ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
ଉଦ୍ଧାର ଶିଶୁ କନ୍ୟାକୁ ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବା ପରେ ଶିଶୁ ଯତ୍ନ ଗୃହ ଅନୁଷ୍ଠାନକୁ ପଠାଯାଇଥିବା ଚାଇଲଡ୍ ଲାଇନ୍ ପକ୍ଷରୁ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ