ETV Bharat / state

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ଭୃଗୁ ଓ ଗୋଲକଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି - highcourt

ଛତ୍ରପୁର କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
author img

By

Published : May 13, 2019, 11:40 PM IST

କଟକ: ଛତ୍ରପୁର କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ଏହାସହ ଆଜି କୋର୍ଟ ୨ ନେତାଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ବଢାଇ ଦେଇଛନ୍ତି । ଏହି ମାମଲାର ଶୁଣାଣିକୁ ଖରାଛୁଟି ପରେ କରାଯିବ ବୋଲି ମଧ୍ୟ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ତେବେ, ହାଇକୋର୍ଟ ମାର୍ଚ୍ଚ ୧୨ ତାରିଖ ଏବଂ ୧୯ ତାରିଖରେ ଏହି ୨ ବିଜେପି ନେତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ତେବେ ପୋଲିସ ମାମଲାର କେସ୍ ଡାଏରୀ ପ୍ରଦାନରେ ବିଳମ୍ବ କରିଥିଲା । ସୂଚନାଯୋଗ୍ୟ ଛତ୍ରପୁରର ଏନଏସି ୱାର୍ଡ ନଂ-୬ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ୨୦୧୭ ମସିହା ସେପ୍ଟେମ୍ବର ୧୬ ତାରିଖରେ ତାଙ୍କ ଘର ସମ୍ମୁଖରେ ଦିନ ଦ୍ୱିପ୍ରହରରେ କିଛି ଦୁର୍ବୃତ୍ତ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଥିଲେ । ଏହି ଘଟଣାର ତଦନ୍ତ ପରେ ପୋଲିସ ଘଟଣାରେ ସମ୍ପୃକ୍ତି ନେଇ ୧୭ ଜଣଙ୍କୁ ଗିରଫ କରିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.