ETV Bharat / state

ହକି ତାରକା ଗଢୁଛି ଛତ୍ରପୁର ହକି ପ୍ରଶିକ୍ଷଣ କେନ୍ଦ୍ର: ବିନା ଦେୟରେ ମିଳୁଛି ତାଲିମ୍, ପ୍ରଶିକ୍ଷଣ ନେଉଛନ୍ତି ଶତାଧିକ - ହକି ପ୍ରଶିକ୍ଷଣ କେନ୍ଦ୍ରରେ ଦେୟମୁକ୍ତ ତାଲିମ୍

ସୁନ୍ଦରଗଡକୁ ହକିର ଏନ୍ତୁଡିଶାଳ କୁହାଯାଉଥିବାବେଳେ ହକିର ପ୍ରୟୋଗଶାଳା ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଛତ୍ରପୁର । ଏହି ମାଟିରୁ ଅନେକ ହକି ଖେଳାଳି ଜାତୀୟ ସ୍ତରରେ ସୁନାମ ଆଣିଛନ୍ତି । ଆଗକୁ ମଧ୍ୟ ଏଠାରୁ ଆହୁରି ଉଦୀୟମାନ ହକି ତାରକା ଗଢିବା ପାଇଁ ନିର୍ମାଣ ହୋଇଛି ହକି ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ । ଯେଉଁଠି ବିନା ଦେୟରେ ପ୍ରଶିକ୍ଷଣ ନେଉଛନ୍ତି କ୍ରୀଡାବିତ୍ ଓ ବିଦ୍ୟାର୍ଥୀ । ଅଧିକ ପଢନ୍ତୁ

ହକି ତାରକା ଗଢୁଛି ଛତ୍ରପୁର ହକି ପ୍ରଶିକ୍ଷଣ କେନ୍ଦ୍ର

author img

By

Published : Apr 21, 2023, 4:18 PM IST

ହକି ତାରକା ଗଢୁଛି ଛତ୍ରପୁର ହକି ପ୍ରଶିକ୍ଷଣ କେନ୍ଦ୍ର

ବ୍ରହ୍ମପୁର: ହକି କ୍ରୀଡାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରମାଗତ ଭାବେ ଉଦ୍ୟମ ଜାରି ରହିଛି । ରାଜ୍ୟରେ ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ କରି ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ଅନେକ ସୁନାମ ଅର୍ଜନ କରିଛି । ହକିର ଏନ୍ତୁଡିଶାଳ ଭାବେ ସୁନ୍ଦରଗଡ ପରିଚିତ ଥିବାବେଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ପ୍ରୟୋଗଶାଳା ଭାବରେ ଜଣାଶୁଣା । କାରଣ ଏହି ମାଟିର ଅନେକ କ୍ରୀଡାବିତ୍ ହକି ଖେଳରେ ଜାତୀୟ ସ୍ତରରେ ସଫଳତା ହାସଲ କରିଛନ୍ତି । ଏଣୁ ଛତ୍ରପୁର ଅଞ୍ଚଳରେ ରହିଥିବା ହକି କ୍ରୀଡାବିତଙ୍କ ବିକାଶ ସହିତ ଆଗାମୀ ଯୁବପିଢିଙ୍କୁ ଏହି କ୍ରୀଡା ପ୍ରତି ଆକୃଷ୍ଟ କରିବା ପାଇଁ ନିର୍ମାଣ ହୋଇଛି ହକି ଆଷ୍ଟ୍ରୋ ଟର୍ଫ । ଯେଉଁଠାରେ ନିୟମିତ ଭାବରେ ଅଭ୍ୟାସ କରୁଛନ୍ତି ବହୁ ବିଦ୍ୟାର୍ଥୀ ଓ କ୍ରୀଡାବିତ୍ ।

ଗଞ୍ଜାମ ଜିଲ୍ଲାର ଛତ୍ରପୁରକୁ ହକିର ପ୍ରୟୋଗଶାଳା କୁହାଯାଏ । ଛତ୍ରପୁରର ଅନେକ କ୍ରୀଡାବିତ୍ ହକି ଖେଳରେ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଆଣିଥିବାରୁ ଏଠାକାର କ୍ରୀଡାବିତଙ୍କ ବିକାଶ ତଥା ହକି ଖେଳାଳି ହେବାକୁ ଚାହୁଁଥିବା ନୂତନ ଯୁବପିଢିକୁ ତଳସ୍ତରରୁ କିପରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରକୁ ନିଆଯାଇପାରିବ ସେନେଇ ଉଦ୍ୟମ ଆରମ୍ଭ ହୋଇଯାଇଛି । ୧୫ ମାସରେ ରାଜ୍ୟର ସୁନ୍ଦରଗଡ ଜିଲ୍ଲାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ୍ ପ୍ରସ୍ତୁତ କରି ରାଜ୍ୟ ସରକାର ବିଶ୍ବ କ୍ରୀଡା ମାନଚିତ୍ରରେ ଓଡ଼ିଶାକୁ ସ୍ଥାନ ଦେଇଥିବାବେଳେ ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରର ଠାରେ ନିର୍ମାଣ ହୋଇଛି ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ୍ । ଏହାକୁ ହକି ପ୍ରଶିକ୍ଷଣ କେନ୍ଦ୍ର ନାମରେ ନାମିତ କରାଯାଇଛି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରତ୍ୟେକ ଦିନ ଶତାଧିକ ବିଦ୍ୟାର୍ଥୀ ଓ କ୍ରୀଡାବିତ୍ ତାଲିମ ନେଉଛନ୍ତି ।

ହକି ପ୍ରତି ଆଗ୍ରହୀ ଥିବା ନୂତନ ଯୁବପିଢି ଏବଂ କ୍ରୀଡାବିତଙ୍କ ଅଭ୍ୟାସ ପାଇଁ ଛତ୍ରପୁରଠାରେ ରାଜ୍ୟ ସରକାରଙ୍କୁ ଅତ୍ୟାଧୁନିକ ହକି ଷ୍ଟାଡିୟମ୍ ନିର୍ମାଣ କରିବାକୁ ଅନୁରୋଧ କରାଯାଇଥିଲା । ଏହାପରେ ଗତ ବର୍ଷ ସେପ୍ଟେମ୍ୱର ମାସରେ ସରକାର ଏଠାରେ ଗୋଟିଏ ହକି ଆଷ୍ଟ୍ରୋ ଟର୍ଫ ବା ହକି ପ୍ରଶିକ୍ଷଣ କେନ୍ଦ୍ରର ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । ବର୍ତ୍ତମାନ ପ୍ରଶିକ୍ଷଣ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶ୍ରୀଘ୍ର ଏହା ହସ୍ତାନ୍ତର ହେବ ବୋଲି ଜଣାଯାଇଛି ।

ସେପଟେ ବର୍ଷବର୍ଷ ଧରି ଖୋଲା ପଡ଼ିଆରେ ହକିର ଅଭ୍ୟାସ କରି ଆସୁଥିବା କ୍ରୀଡାବିତଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ବିଦ୍ୟାର୍ଥୀମାନେ ନୂତନ ଆଷ୍ଟ୍ରୋ ଟର୍ଫ ନିର୍ମାଣ ପରେ ଦୈନିକ ଦୈନିକ ସକାଳ ଓ ସନ୍ଧ୍ୟାରେ ଏଠାରେ ତାଲିମ ନେଉଛନ୍ତି । ବିନା ଦେୟରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏଥିପାଇଁ ରାଜ୍ୟରେ ହକି କ୍ରୀଡା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓଡ଼ିଶା ନାଭାଲ ଟାଟା ପକ୍ଷରୁ ଦୁଇ ଜଣ ଅଭିଜ୍ଞ ପ୍ରଶିକ୍ଷକ ଏବଂ ସରକାରଙ୍କ ପକ୍ଷରୁ ଜଣେ ସ୍ଥାୟୀ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି । ଛତ୍ରପୁର ହକି ପ୍ରଶିକ୍ଷଣ କେନ୍ଦ୍ରରେ ୮ ରୁ ୧୦ ବର୍ଷ , ୧୦ ରୁ ୧୬ ବର୍ଷ ଏବଂ ୧୬ ଠାରୁ ୧୮ ବର୍ଷ କ୍ୟାଟୋଗୋରୀରେ ପାଖାପାଖି ୧୨୦ ଜଣ ବାଳକ ଓ ବାଳିକା ପ୍ରଶିକ୍ଷଣ ନେଉଛନ୍ତି ।

ଏହି ପିଲାମାନଙ୍କୁ କିପରି ଉପଯୁକ୍ତ ତାଲିମ ଦେଇ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରକୁ ପହଞ୍ଚା ଯାଇପାରିବ ସେନେଇ ଏକମାତ୍ର ଲକ୍ଷ୍ୟ ରହିଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଷ୍ଟ୍ରୋ ଟର୍ଫ ପିଚ୍ ନିର୍ମାଣ କରାଯାଇଥିବା ବେଳେ ଆବଶ୍ୟକୀୟ କ୍ରୀଡ଼ା ସରଞ୍ଜାମ ପ୍ରଦାନ କରାଯିବ । ଏହାକୁ ନେଇ କ୍ରୀଡାବିତ୍‌ମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ତେବେ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ହଷ୍ଟେଲ ସୁବିଧା ରହିଲେ ଆହୁରି କ୍ରୀଡାର ବିକାଶ ହେବ ବୋଲି ମତ ପ୍ରକାଶ ପାଇଛି । ତେବେ ଛତ୍ରପୁରରେ ଏହି ହକି ପ୍ରଶିକ୍ଷଣ କେନ୍ଦ୍ର ଅନେକ କ୍ରୀଡାବିତଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶରେ ସହାୟକ ହୋଇପାରିବ ବୋଲି ଆଶା ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.