ETV Bharat / state

ବାପାଙ୍କ ଶ୍ରାଦ୍ଧଭୋଜି ବିଧାୟକଙ୍କୁ ମହଙ୍ଗା, ଥାନାରେ ମାମଲା - ବିଧାୟକଙ୍କ ନାଁରେ ମାମଲା ରୁଜୁ

ଶ୍ରାଦ୍ଧ ଦିବସରେ କୋଭିଡ କଟକଣା ଉଲ୍ଲଘଂନ କରିବା ଅଭିଯୋଗରେ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

ଶ୍ରାଦ୍ଧ ଦିବସରେ କୋଭିଡ କଟକଣା ଉଲ୍ଲଘଂନ, ବିଧାୟକଙ୍କ ନାଁରେ ମାମଲା ରୁଜୁ

author img

By

Published : Jul 27, 2021, 8:04 PM IST

ଭଞ୍ଜନଗର: ଶ୍ରାଦ୍ଧ ଦିବସରେ କୋଭିଡ କଟକଣା ଉଲ୍ଲଘଂନକୁ ନେଇ ଗଞ୍ଜାମ ଜିଲ୍ଲାର ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କ ନାଁରେ ଅଭିଯୋଗ ହୋଇଛି । ଏହାର ଦଣ୍ଡସ୍ବରୂପ ବିଧାୟକଙ୍କ ଠାରୁ ଫାଇନ ଆଦାୟ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଶ୍ରାଦ୍ଧ ଦିବସରେ କୋଭିଡ କଟକଣା ଉଲ୍ଲଘଂନ, ବିଧାୟକଙ୍କ ନାଁରେ ମାମଲା ରୁଜୁ

ଗତ ସୋମବାର ସୋରଡା ବିଧାୟକଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ କୋଭିଡ କଟକଣାକୁ ଉଲ୍ଲଘଂନ କରି ଶହଶହ ଲୋକଙ୍କୁ ଭୋଜି ଖାଇବାକୁ ଦେଇଥିବା ଅଭୋଯୋଗ ହୋଇଛି । ଏଥିଲାଗି ଆଜି ବିଜେପି ପକ୍ଷରୁ ନୀଳମଣି ବିଶୋୟୀ, ଗୋକୁଳା ନନ୍ଦ ମଲ୍ଲିକ, ରଞ୍ଜନ ରାଉତ, ଭଗବାନ ପଣ୍ଡା, ଜଗା ପାତ୍ର ଏବଂ ଅନ୍ୟ କର୍ମୀମାନେ ସୋରଡା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନଙ୍କୁ ଏତଲା ଦେଇଛନ୍ତି । ସାଧାରଣ ଜନତା ୨୦୦ ଶହ ଲୋକଙ୍କୁ ଭୋଜି ଦେଲେ ୧୦ ହଜାର ଫାଇନ ଦେଉଥିବା ବେଳେ ଶାସକ ଦଳର ବିଧାୟକଙ୍କ ପାଇଁ ଆଇନ କାହିଁକି ଲାଗୁ ହେବ ନାହିଁ ବୋଲି ଅଭିଯୋଗ କରିଛନ୍ତି ଗୋକୁଳା ନନ୍ଦ ।

ସେପଟେ ଆଜି ସୋରଡା ଗସ୍ତରେ ଆସିଥିବା ଗଞ୍ଜାମ ଜିଲ୍ଲାପାଳ ଏନେଇ ମତ ରଖିଛନ୍ତି । ଭଞ୍ଜନଗର ଉପଜିଲ୍ଲାପାଳ କୋଭିଡ ନିୟମ ଉଲଘଂନ ଅଭିଯୋଗରେ ବିଧାୟକ ପୂର୍ଣ୍ଣଚନ୍ଦ୍ରଙ୍କ ନାମରେ ଫାଇନ ପକାଇଛନ୍ତି । ତାଙ୍କ ଠାରୁ ଫାଇନ ଆଦାୟ କରାଯାଇଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.