ବ୍ରହ୍ମପୁର: ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗଞ୍ଜାମ ଗସ୍ତକୁ ନେଇ ପ୍ରୋଟୋକଲ ଅନୁଯାୟୀ ସମସ୍ତ ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ ବିଭାଗର ବରିଷ୍ଠ ଅଧିକାରୀ । ଆସନ୍ତା ୨୮ ତାରିଖ ସକାଳ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ହେଲିକପ୍ଟର ଯୋଗ ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବେ ।
ପରେ ସେଠାରୁ ଆର୍ମି ଏୟାର ଡିଫେନ୍ସ କଲେଜର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରହିଥିବାବେଳେ ଏହାର ପୂର୍ବରୁ ସୁରକ୍ଷା ସମ୍ବନ୍ଧୀୟ କାରକେଡର ପୂର୍ବାଭ୍ୟାସ କରାଯାଇଛି । ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ରଙ୍କ ସମେତ ସେନାର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ତେବେ କିଭଳି ରାଷ୍ଟ୍ରପତିଙ୍କୁ ଏୟାରଷ୍ଟ୍ରିପରୁ ଗୋଳାବନ୍ଧ କାର୍ଯ୍ୟକ୍ରମ ସ୍ଥଳକୁ ନିଆଯିବ ସେ ନେଇ ସମସ୍ତ ପ୍ରକାର ଅଭ୍ୟାସ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ