ETV Bharat / state

କଟକଣାକୁ ଅବମାନନା ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ, ତାତିଲେ ବ୍ୟବସାୟୀ - police action againstguideline voilation

ଗଞ୍ଜାମ ଜିଲ୍ଲା ପଦ୍ମନାଭପୁର ଗାଁରେ ସଟଡାଉନ କଟକଣା ଅବମାନନା ନେଇ ପୋଲିସର କାର୍ଯ୍ୟାନୁଷ୍ଠାନରେ ବ୍ୟବସାୟୀଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ...

କଟକଣାକୁ ଅବମାନନା ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ, ତାତିଲେ ବ୍ୟବସାୟୀ

author img

By

Published : Apr 24, 2021, 10:59 PM IST

ବ୍ରହ୍ମପୁର: ସଟଡାଉନ କଟକଣାକୁ ଅବମାନନା ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ । ପ୍ରତିବାଦରେ ବ୍ୟବସାୟୀଙ୍କ ରାସ୍ତାରୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମରେ । ଶନିବାର ସଟଡାଉନ କଟକଣାକୁ ସ୍ଥାନୀୟ ବ୍ୟବସାୟୀ ମାନେ ଅବମାନନା କରିବା ସହ କୋଭିଡ଼ ନିୟମ ଅନୁପାଳନ କରୁନଥିବା ନେଇ କିଛି ବ୍ୟକ୍ତି ପୋଲିସ ନିକଟରେ ଅଭିଯୋଗ କରିବା ସହ ଦୋକାନ ବଜାର ଖୋଲା ଯାଇଥିବା ସମ୍ପର୍କିତ ଫୋଟ ଦିଗପହଣ୍ଡି ପୋଲିସ ନିକଟକୁ ମୋବାଇଲ ଯୋଗେ ପଠାଇଥିଲେ ।

କଟକଣାକୁ ଅବମାନନା ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ, ତାତିଲେ ବ୍ୟବସାୟୀ
କଟକଣାକୁ ଅବମାନନା ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ, ତାତିଲେ ବ୍ୟବସାୟୀ

ଏହାପରେ ଥାନାଧିକାରୀଙ୍କ ନେତୃତ୍ଵରେ ପୋଲିସ ଏନ-ଫୋର୍ସମେଣ୍ଟ ସ୍କ୍ବାର୍ଡ ଗ୍ରାମରେ ପହଞ୍ଚି ବିଭିନ୍ନ ଦୋକାନ ବଜାର ସମେତ ଅନେକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅତର୍କିତ ଚଢାଉ କରି ସମସ୍ତ ଦୋକାନ ବଜାର ଗୁଡ଼ିକୁ ବନ୍ଦ କରିଥିଲେ। ସ୍ଥାନୀୟ ବ୍ୟବସାୟୀ ମାନେ ଏହାକୁ ନେଇ ଏକତ୍ରିତ ହୋଇ ପୋଲିସର କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରିଥିଲେ। ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରତିବାଦ କରିବା ସହ ଦିଗପହଣ୍ଡି - ଚିକିଟି ମୁଖ୍ୟରାସ୍ତାରେ ପଥର ପକାଇ ବାଉଁଶ ବାନ୍ଧି ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିଥିଲେ।

ଏପରିକି ସେହି ରାସ୍ତା ଦେଇ ଦିଗପହଣ୍ଡି ଅଭିମୁଖେ ଯାଉଥିବା ଚିକିଟି ଏସ ଡି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ ଙ୍କ ଗାଡିକୁ ମଧ୍ୟ ଉତ୍ତେଜିତ ବ୍ୟବସାୟୀ ମାନେ ଛାଡିନଥିଲେ। ପରେ ଖବର ପାଇ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ, ବିଡ଼ିଓ ହଳଧର ଶବର, ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଚିକିଟି ଏସଡିପିଓଙ୍କ ଉପସ୍ଥିତିରେ ବ୍ୟବସାୟୀ ଓ ମାଲିକ ମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହି ସଂକ୍ରମଣକୁ ପ୍ରତିହତ କରିବା ଏବଂ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ ଲାଗି ସରକାର ଶନିବାର ଓ ରବିବାର ଦୁଇ ଦିନିଆ ସର୍ଟଡାଉନ ଘୋଷଣା କରିଛନ୍ତି । ସେପଟେ ଗ୍ରାମାଞ୍ଚଳ ମାନଙ୍କରେ ସାପ୍ତାହିକ ସଟଡ଼ାଉନ ପାଇଁ କୌଣସି ପ୍ରକାର ସରକାରୀ ଘୋଷଣା କରାଯାଇନଥିବା କହି ବ୍ୟବସାୟୀ ମାନେ ଏଭଳି ବିରୋଧ କରିଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.