ବ୍ରହ୍ମପୁର: କିଛି ଦିନର ବ୍ୟବଧାନ ପରେ ରେଶମ ନଗରୀରେ ପୁଣି ବୁଲିଲା ଖଣ୍ଡା । ଗଡିଲା ମୁଣ୍ଡ, ବୋହିଲା ରକ୍ତର ନଦୀ । ରାସ୍ତା ଉପରେ ଯୁବକଙ୍କୁ ନିର୍ମମ ଭାବେ ହାଣି ହତ୍ୟା । ବ୍ରହ୍ମପୁର ସହରର ବଡବଜାର ଥାନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ବ୍ରହ୍ମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତକ ହେଲେ ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ଡୁଡୁମା କଲୋନୀ ନିକଟସ୍ଥ ଆଚାର୍ଯ୍ୟବିହାର ଅଞ୍ଚଳର ସନାତନ ଚୌଧୁରୀ । ବର୍ତ୍ତମାନ ସୁଦ୍ଧା ହତ୍ୟା ପଛର କାରଣ ସ୍ପଷ୍ଟ ହୋଇନାହିଁ ।
ସୂଚନାଅନୁସାରେ, ସନାତନ ଜଣେ ବସ୍ ହକର ଭାବରେ କାର୍ଯ୍ୟ କରି ଆସୁଥିଲେ। ପ୍ରତିଦିନ କାର୍ଯ୍ୟସାରି ରାତିରେ ଘରକୁ ଫେରୁଥିଲେ । ଗତକାଲି ମଧ୍ୟ କାମ ସାରି ନୂତନ ବସଷ୍ଟାଣ୍ଡରୁ ଘରକୁ ଫେରୁଥିବା ବେଳେ ୨ ରୁ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଘରଠୁ ମାତ୍ର କିଛି ଦୂରରେ ହିଁ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ସତାନତନଙ୍କ ଚିତ୍କାର ଶୁଣି ପରିବାର ଲେକଙ୍କ ସହ ସ୍ଥାନୀୟ ଲୋକେ ଦୌଡି ଆସିଥିଲେ । ଏମାନଙ୍କୁ ଦେଖି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ସନାତନଙ୍କ ହାତ, ମୁଣ୍ଡ, ଛାତିକୁ ହାଣିଦେବା ଫଳରେ ଅଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ସନାତନଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ କଣ ପାଇଁ ଏଭଳି ନିର୍ମମ ଭାବେ ହତ୍ୟା କରାଯାଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବ୍ୟକ୍ତିଗତ ଶତ୍ରୁତା ପାଇଁ ଏଭଳି କାଣ୍ଡ ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି । ଖବରପାଇ ବ୍ରହ୍ମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ କହିଛି ।
ଏହା ମଧ୍ୟ ପଢନ୍ତୁ: ILSକୁ ସଫଳତା: ପ୍ରୋବାୟୋଟିକ୍ ବ୍ୟାକ୍ଟେରିଆ କଲା ଆବିଷ୍କାର, ମେଦବହୁଳତା ପ୍ରତିରୋଧରେ ହେବ ସହାୟକ
ଖବରପାଇ ପ୍ରଥମେ ବଡବଡାର ଥାନା ଆଇଆଇସି ପ୍ରଶାନ୍ତ ଭୂପତି ଘଟଣସ୍ଥଳରେ ପହଞ୍ଚିଛିଥିଲେ । ଏହାପରେ ସଦରଥାନା ଆଇଆଇସି ମହେନ୍ଦ୍ର ସାହୁ, ଏସଆଇ ରଞ୍ଜିତ କୁମାର ଦାସ ସମେତ ବହୁ ପୋଲିସ କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ସନାତନଙ୍କ ମୋଆଇଲ ଜବତ କରି ଟ୍ରାକିଂ କରିବା ସହ ହତ୍ୟା ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଚେଷ୍ଟା ଜାରି ରଖିଛି ।
ଇଟିଭି ଭାରତ, ବ୍ରହ୍ମପୁର