ETV Bharat / state

ଚାଷୀଙ୍କୁ ମଣ୍ଡି ଚିନ୍ତା: ରାଜରାସ୍ତାରେ ଧାନବସ୍ତା, ଗାଡି ଚଳାଚଳ ବାଧାପ୍ରାପ୍ତ

ଆଜି ମଧ୍ୟ ମଣ୍ଡିରୁ ଉଠୁନି ଚାଷୀଙ୍କ ଧାନ । ଯାହାର ପ୍ରତିବାଦରେ ଗୁରୁବାର ବୁଗୁଡାର ଶତାଧିକ ଚାଷୀ ରାଜରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ କରିଛନ୍ତି ।

author img

By

Published : Feb 7, 2019, 5:41 PM IST

ରାଜରାସ୍ତାରେ କୃଷକ

ଖୋଳଖାଳି ସମବାୟ ସମିତିରେ ଅଧିକାରୀଙ୍କ ଅବହେଳା ଯୋଗୁଁ ଅନେକ ଦିନ ହେଲା ମଣ୍ଡିରେ ଚାଷୀଙ୍କ ଧାନ ପଡି ରହିଛି । କେତେକ ଚାଷୀ ବାରମ୍ବାର ମଣ୍ଡିକୁ ଧାନ ଆଣି ଫେରି ଯାଉଛନ୍ତି । ସେପଟେ ଅଧିକାରୀମାନେ ମଣ୍ଡିର ଟାର୍ଗେଟ ପୂରଣ ହୋଇଥିବା କହି ନିଜ ଉପରୁ ଦୋଷ ହଟାଇ ଦେଉଥିବା ଅଭିଯୋଗ ହୋଇଛି ।

ଆଉ ପ୍ରଶାସନର ଏହି ଟାଳଟୁଳ ନୀତିରେ ପେଷି ହୋଇଯାଉଛନ୍ତି ବୁଗୁଡା ବ୍ଲକରେ ଶତାଧିକ ଚାଷୀ । ଶେଷରେ ନିରାଶ ହୋଇ ଗୁରୁବାର ଚକରାପଲ୍ଲୀ, ତାଳସାକର, ବେଲପୁର, ଖୋଳଖାଳି ଏହିପରି ଅନେକ ଗ୍ରାମର ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେମାନେ ଅମଳ କରିଥିବା ଧାନବସ୍ତାକୁ ରାଜରାସ୍ତାରେ ରଖି ରାସ୍ତାରୋକ କରିଛନ୍ତି ।

ଚାଷୀଙ୍କ ଏହି ଆନ୍ଦୋଳନ ଯୋଗୁଁ ଆସିକା-ଭୁବନେଶ୍ବର ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୁଧବାର ବ୍ଲକ ପ୍ରଶାସନକୁ ସମସ୍ୟାର ସମାଧାନ ପାଇଁ ଚାଷୀମାନେ କହିଥିଲେ । ଯଦି ସମସ୍ୟା ସମାଧାନର ବାଟ ନ ବାହାରେ, ତେବେ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସେମାନେ ରାଜରାସ୍ତାରେ ଧାନବସ୍ତା ପକାଇ ରାସ୍ତାରୋକ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:Body:

ବଜାର ନାହିଁ, ଉଠା ଦୋକାନୀଙ୍କ ପାଇଁ ଜନଯାତ୍ରା ପ୍ରଭାବିତ

ସମ୍ବଲପୁର: ସ୍ମାର୍ଟ ହେଉଛି ସମ୍ବଲପୁର ସହର । ଅନେକ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ହେଉଛି ଯୋଜନା । ସମୟ ସହ ତାଳ ଦେଇ ବଦଳୁଛି ସହର । ହେଲେ ତିଆରି ହୋଇପାରିଲାନି ଦ୍ବିତୀୟ ଗୋଲବଜାର । ଫଳରେ ଗଳିକନ୍ଦି, ରାସ୍ତା ଚାରିଆଡେ ପସରା ମେଲାଇଛନ୍ତି ଉଠା ଦୋକାନୀ । ଆଉ ଏମାନଙ୍କ ପାଇଁ ସୃଷ୍ଟି ହେଉଛି ଟ୍ରାଫିକ ସମସ୍ୟା ।

60 ବର୍ଷ ପୁରୁଣା ମାର୍କେଟ ଗୋଲବଜାର । ମଧ୍ୟବିତ୍ତ ଶ୍ରେଣୀର ଲୋକ ଓ ବ୍ୟବସାୟୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ବଜାରର ଠିକଣା ବହୁ ପୁରୁଣା । ଛୋଟ ବଡ ସବୁ ଜିନିଷ ପାଇଁ ପୁରା ସହର ଏହି ମାର୍କେଟ ଉପରେ ନିର୍ଭରଶୀଳ । ଗତ 2014ରେ ମହାନଗର ନିଗମର ମାନ୍ୟତା ପରେ ସହରରେ ଉନ୍ନୟନମୂଳକ କାର୍ଯ୍ୟ ଆଗେଇଚାଲିଛି । ହେଲେ ଏଯାଏ ହୋଇପାରିଲାନି ଆଉ ଏକ ବଜାର ।

ବର୍ତ୍ତମାନ ସହରରେ ଏପରି ଆଉ ବଜାର ନଥିବାରୁ ପ୍ରତ୍ୟେକ ମୁଖ୍ୟ ସଡକ ଏବଂ ରାସ୍ତାରେ ଉଠା ପନିପରିବା ଓ ମାଛ ଦୋକାନୀଙ୍କ ଭିଡ ଦେଖିବାକୁ ମିଳେ । ହେଲେ ଅନ୍ୟତ୍ର କେଉଁଠି ଗୋଲବଜାର ପରି ସମ୍ପୂର୍ଣ୍ଣ ମାର୍କେଟ ନଥିବାରୁ ଗଳିକନ୍ଦି ଠାରୁ ଆରମ୍ଭ କରି ରାସ୍ତା କଡରେ ପସରା ମେଳାଉଛନ୍ତି ଉଠାଦୋକାନୀ ଓ ଆମିଷ ବ୍ୟବସାୟୀ । ଫଳରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି ।

ସେପଟେ ପ୍ରଶାସନ ତରଫରୁ ଯେଉଁ ନୂଆ ମାର୍କେଟ ତିଆରି ହୋଇଥିଲା ତାହା ସ୍ବୟଂ ସମ୍ପୂର୍ଣ୍ଣ ନୁହେଁ ତଥା ସୁରକ୍ଷା ବ୍ୟବସ୍ଥା ଓ ଗମନାଗମନ ଅସୁବିଧା ଥିବାରୁ ତାହାର ଲକ୍ଷ୍ୟ ସାଧନ ହୋଇପାରିଲା ନାହିଁ । କିନ୍ତୁ ଏ ବିଷୟରେ ସନ୍ତୁଷ୍ଟଜନକ ଉତ୍ତର ଦେଇପାରିଲେ ନାହିଁ ମହାନଗର ନିଗମର କମିଶନର ।

ସମ୍ବଲପୁରରୁ ଜୁସମନ ରଣା, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.