ବ୍ରହ୍ମପୁର: ସିଲ ହେଲା ବୁଢୀ ଠାକୁରାଣୀ ମନ୍ଦିର ଦାନ ହୁଣ୍ଡି । ବ୍ରହ୍ମପୁର ସହରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ମନ୍ଦିର ପରିସରରେ ରହିଥିବା ଦାନ ହୁଣ୍ଡିକୁ ଦେବୋତ୍ତର ବିଭାଗ ନିର୍ଦ୍ଦେଶ ଅନୁଯାୟୀ ସିଲ କରାଯାଇଛି ।
ଗତ ୨୦୧୯ ମସିହା ଅପ୍ରେଲ ମାସର ୧୭ ତାରିଖରେ ମନ୍ଦିରର ଅର୍ଚ୍ଚକ ଭଗବାନ ଗନ୍ତାୟତ ଏବଂ ଅନ୍ୟ କେତେକ ମିଳିତ ଭାବରେ ଏକ ପିଟିସନ୍ ଦେବୋତ୍ତର ବିଭାଗ କମିଶନରଙ୍କ ନିକଟରେ ଦାଖଲ କରିଥିଲେ । ସେହି ସମୟରେ ମାଆଙ୍କ ମନ୍ଦିରର ହୁଣ୍ଡିରେ ଦୁଇଟି ତାଲା ପକାଯିବାକୁ ଅପିଲ କରାଯାଇଥିଲା ।
ସେହି ଦୁଇଟି ତାଲା ମଧ୍ୟରୁ ଗୋଟିଏ ଚାବି ସ୍ଥାନୀୟ ଦେବୋତ୍ତର ବିଭାଗ ଇନସିପେକ୍ଟରଙ୍କ ପାଖରେ ରହିବା ସହିତ ଏହାକୁ କେବଳ ଥାନା ଅଧିକାରୀଙ୍କ ଉପସ୍ଥିତିରେ ନିୟମ ଅନୁଯାୟୀ ଖୋଲା ଯିବାକୁ କୁହାଯାଇଛି । ଏବେ ସେହି ନିର୍ଦ୍ଦେଶ ଅନୁଯାୟୀ ମନ୍ଦିରର ମୁଖ୍ୟ ହୁଣ୍ଡିକୁ ସିଲ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ