ETV Bharat / state

ବ୍ରହ୍ମଗିରିରୁ 75 ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ - ଧଳା ଜହର ଜବତ

ବ୍ରହ୍ମଗିରିରୁ 75 ଲକ୍ଷ ଟଙ୍କାର ଧଳା ଜହର ଜବତ । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଅଧିକ ପଢ଼ନ୍ତୁ

ବ୍ରହ୍ମଗିରିରୁ 75 ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ

author img

By

Published : Nov 7, 2022, 8:56 AM IST

ବ୍ରହ୍ମଗିରି: ବ୍ରହ୍ମଗିରିରୁ 75 ଲକ୍ଷ ଟଙ୍କାର ଧଳା ଜହର ଜବତ । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି । ପୁରୀ ଜିଲ୍ଲା ବ୍ରହ୍ମଗିରୀ ବସ୍‌ ଷ୍ଟାଣ୍ଡ ଛକରେ ରବିବାର ଅପରାହ୍ନରେ ସାତପଡ଼ା ଅବକାରୀ ବିଭାଗର ଚଢ଼ାଉ କରିଥିଲା । ଏହି ସମୟରେ ଧଳା ଜହର ବିକ୍ରି କରୁଥିବା ଜଣେ ବ୍ୟବସାୟୀକୁ ଗିରଫ କରିଥିଲା । ଗିରଫ ବ୍ୟକ୍ତି ଜଣକ ହେଲା ଶରତ ରାଉତ । ଶରତ ପାଖରୁ 75 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ସାତପଡ଼ା ଅବକାରୀ । ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଶରତକୁ କୋର୍ଟଚାଲାଣ କରିଛି । ତେବେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ 7,50,000 ଟଙ୍କାରୁ ଊର୍ଦ୍ଧ୍ବ ହେବ ।

ଏହି ଚଢ଼ଉରେ ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କେ, କନେଷ୍ଟବଳ ସନ୍ଦୀପ ହସ୍ତୀ, ପ୍ରବୀଣ ବିରାଜ କିରୋ, ପ୍ରଦୀପ୍ତ କୁମାର ପଣ୍ଡା, ଦୀପ୍ତି ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାନୁସାରେ ଶରତ ଆଜି ବ୍ରହ୍ମଗିରୀ ବସ ଷ୍ଟାଣ୍ଡ ଛକରେ ଛିଡ଼ା ହୋଇ ଏହି ଧଳାଜହର ବିକ୍ରି କରୁଥିଲା । ସେହି ସମୟରେ ପୋଲିସର ନଜର ଶରତ ଉପରେ ପଡ଼ିଥିଲା । ତେବେ ପୋଲିସକୁ ଦେଖି ଶରତ ସାମାନ୍ୟ ଭୟଭୀତ ହୋଇ ପଡ଼ିଥିଲା ।

ଏହାଦେଖି ପୋଲିସର ସନ୍ଦେହ ହୋଇଥିଲା । ପରେ ପୋଲିସ ଶରତ ପାଖରେ ପହଞ୍ଚି ପଚରାଉଚରା କରିଥିଲା । ପୋଲିସର ତଦନ୍ତ ସମୟରେ ଶରତ ପାଖରୁ ଏକ ବ୍ୟାଗ ମିଳିଥିଲା । ସେହି ବ୍ୟାଗ ଭିତରୁ ପୋଲିସ ହାତରେ ଲାଗିଥିଲା 75 ଗ୍ରାମ ବ୍ରାଉନ ସୁଗାର । ଏହାପରେ ଶରତ ସେଠାରୁ ଖସି ପଳାଇବା ପାଇଁ ଉଦ୍ୟମ କରିଥିଲା । ହେଲେ ପୋଲିସ ଶରତକୁ କାବୁ କରି ଥାନାକୁ ଆଣିଥିଲେ । ସେଠାରେ ଏକ ମାମଲା ରୁଜୁ କରି ଶରତକୁ ଗିରଫ କରିଥିଲା । ପରେ ଶରତକୁ କୋର୍ଟଚାଲାଣ କରାଯାଇଥିଲା ।

ହେଲେ କୋର୍ଟରେ ଜାମିନ ନାମଞ୍ଜୁର ଶରତକୁ ପୁରୀ କାରାଗରକୁ ପଠାଇଦିଆଯାଇଛି । ତେବେ ଦିନକୁ ଦିନ ଏହି ଧଳାଜହର କାରବାର ବଢି ଚାଲିଛି । ଖୋଲା ଖୋଲି ଭାବେ ଏହି ଧଳାଜହର ବିକ୍ରି ବଜାର ଉପରେ ହେଉଛି । ଏହାକୁ ନେଇ ଯୁବପୀଢ଼ି ମଧ୍ୟ ପଥଭ୍ରଷ୍ଟ ହେଉଛନ୍ତି । ଅନେକ ଅର୍ଥ ବି ବ୍ୟୟ ହେଉଛି । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ନଚେତ ଆଗକୁ ଏହାର ବ୍ୟବସାୟ ବଢ଼ ଚାଲିବ ।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.