ETV Bharat / state

ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା, ଶୁଭଖୁଣ୍ଟି ସ୍ଥାପନ ପାଇଁ ଚୂଡାନ୍ତ ହେଲା ତାରିଖ - ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ପାଇଁ ଚୁଡାନ୍ତ ହେଲା ତାରିଖ। ଳିତ ମାସର ୧୭ ଏବଂ ୧୯ ତାରିଖକୁ ମାଁ ଙ୍କ ବାପଘର କୁହାଯାଉଥିବା ଦେଶୀ ବେହେରାଙ୍କ ମୁଖ୍ୟ ପୂଜକଙ୍କ ପକ୍ଷରୁ ଚୟନ କରାଯାଇଛି। ଅଧିକ ପଢନ୍ତୁ

ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା
ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା
author img

By

Published : Mar 10, 2023, 10:41 PM IST

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା । ଏନେଇ ଶୁଭ ଖୁଣ୍ଟି ସ୍ଥାପନ ପାଇଁ ତାରିଖ ଚୁଡାନ୍ତ ହୋଇଛି । ଚଳିତ ମାସର ୧୭ ଏବଂ ୧୯ ତାରିଖକୁ ମାଁଆଙ୍କ ବାପଘର କୁହାଯାଉଥିବା ଦେଶୀ ବେହେରାଙ୍କ ମୁଖ୍ୟ ପୂଜକଙ୍କ ପକ୍ଷରୁ ଚୟନ କରାଯାଇଛି । ତେଣୁ ପ୍ରଶାସନ ଏବଂ ଅନ୍ୟାନ୍ୟ ସୁବିଧାକୁ ଦୃଷ୍ଟିରେ ରଖି ଏହି ଦୁଇଟି ତାରିଖ ମଧ୍ୟରୁ ଗୋଟିଏ ତାରିଖକୁ ଚୁଡାନ୍ତ କରାଯିବ ।

ପ୍ରତି 2ବର୍ଷକୁ ଥରେ ଆୟୋଜିତ ହେଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଚଳିତ ବର୍ଷ ଆୟୋଜିତ ହେବାକୁ ଯାଉଛି । ଏନେଇ ମାଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ମାଆଙ୍କ ବାପଘର କୁହାଯାଉଥିବା ଦେଶୀ ବେହେରାଙ୍କ ସାହିରେ ଯାତ୍ରାର ଆୟୋଜନ ପୂର୍ବରୁ ଶୁଭଖୁଣ୍ଟି କେବେ ସ୍ଥାପନ ହେବ ତାହା ନିର୍ଦ୍ଧାରିତ ହୋଇଥାଏ । ଶୁଭଖୁଣ୍ଟି ସ୍ଥାପନ ଦିନ ମାଙ୍କ ଯାତ୍ରା କେବେ ଆରମ୍ଭ ହେବ ଏବଂ କେବେ ଶେଷ ହେବ ତାହା ଦେଶୀ ବେହେରାଙ୍କ ମୁଖ୍ୟ ପୂଜକ ପକ୍ଷରୁ ସେଠାରେ ଆୟୋଜିତ ହେଉଥିବା ସାଧାରଣ ସଭାରେ ସ୍ଥିର କରିଥାଆନ୍ତି । ସଭାରେ ଯାତ୍ରା ସମ୍ପର୍କରେ ଏକ ଲିଖିତ ଚିଠା ପାଠ ପରେ ଶୁଭଖୁଣ୍ଟି ପୂଜା କରାଯିବା ପାଇଁ ମାଁଆଙ୍କ ପୀଠକୁ ସମସ୍ତେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ସେଠାରେ ପାରମ୍ପରିକ ରୀତିନୀତିରେ ପୂଜା କରିଥାଆନ୍ତି । ଏହାପରେ ଶୁଭଖୁଣ୍ଟିକୁ ଆଣି ନିର୍ମାଣ ହେବାକୁ ଥିବା ଅସ୍ଥାୟୀ ମନ୍ଦିର ନିକଟରେ ସ୍ଥାପନ କରାଯିବାର ପରମ୍ପରା ରହିଛି ।

ପ୍ରତ୍ୟେକ ବର୍ଷ ଦୋଳପୂର୍ଣ୍ଣିମା ପରେ ମାଙ୍କ ଦ୍ବିବାର୍ଷିକ ଯାତ୍ରା ଏବଂ ଶୁଭଖୁଣ୍ଟି କେବେ ସ୍ଥାପନ ହେବ ସେ ନେଇ ଚୁଡାନ୍ତ କରିଥାଆନ୍ତି ସିଦ୍ଧାନ୍ତି । ବ୍ରହ୍ମପୁର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା ପରମ୍ପରା ଅନୁଯାୟୀ କାହିଁ କେଉଁ କାଳରୁ ଆୟୋଜିତ ହୋଇ ଆସୁଅଛି । ମା ଜଗତ ଜନନୀ ନିଜ ବାପ ଘରକୁ ଆସିଥାନ୍ତି । ଏହାକୁ ନେଇ ରେଶମ ସହର ହୋଇଯାଇଥାଏ ଉତ୍ସବ ମୁଖର । ପ୍ରାୟତଃ ଏକ ମାସ ଧରି ମାଆଙ୍କ ଯାତ୍ରା ଆୟୋଜିତ ହୋଇଥାଏ । ଯେଉଁଥିରେ ପ୍ରତ୍ୟେକ ସାହିରେ ଆକର୍ଷଣୀୟ ରଥ, କଳାକୁଞ୍ଜ ଠାରୁ ଆରମ୍ଭ କରି ଚିତ୍ତାକର୍ଷକ ଆଲୋକ ମାଳାରେ ଝଲସି ଉଠିଥାଏ ସାରା ସହର । ଗତଥର କୋଭିଡ କାରଣରୁ ମାଆଙ୍କ ଯାତ୍ରା ବହୁତ କମ ଦିନ ଧରି ନିରାଡମ୍ବରର ସହକାରେ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ଯାତ୍ରାକୁ ବେଶ ଧୁମଧାମର ସହକାରେ ପାଳନ କରିବା ପାଇଁ ସହରବାସୀ ଅପେକ୍ଷା କରି ରହିଛନ୍ତି । ବର୍ତ୍ତମାନ ଶୁଭଖୁଣ୍ଟି ସ୍ଥାପନ ପାଇଁ ତାରିଖ ଘୋଷଣା ପରେ ଚଳଚଞ୍ଚଳ ହୋଇ ଉଠିଛି ସାରା ସହର ‌।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.