ETV Bharat / state

ଓଡିଶା-ଆନ୍ଧ୍ର ସୀମାନ୍ତ ବିବାଦ; ଦୁଃଖ ଦେଉଛି ମହେନ୍ଦ୍ରତନୟା, ବ୍ରିଜ ଅପେକ୍ଷାରେ ଅଞ୍ଚଳବାସୀ

author img

By

Published : Mar 1, 2021, 8:21 PM IST

ଦିନେ କି ଦୁଇ ଦିନ ନୁହେଁ । ବର୍ଷ ବର୍ଷ ଧରି ଓଡିଶା–ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଲକର ଏହି ଅଞ୍ଚଳରେ ବ୍ରିଜ ନିର୍ମାଣ କରିବାକୁ ଦାବି କରି ଆସୁଛନ୍ତି ଉଭୟ ପାର୍ଶ୍ୱରେ ରହିଥିବା ଗ୍ରାମବାସୀ । ହେଲେ ବିବାଦ ମଧ୍ୟରେ ମହେନ୍ଦ୍ରତନୟା ନଦୀ ଉପରେ ନିର୍ମାଣ ହୋଇପାରୁ ନାହିଁ ସେତୁଟିଏ । ଓଡିଶା–ଆନ୍ଧ୍ର ସୀମାନ୍ତ ଗ୍ରାମ ଗୁଡିକରେ ରହୁଥିବା ଗ୍ରାମବାସୀ ମୌଳିକ ସୁବିଧା ଅଭାବ ଯୋଗୁଁ ଅନେକ ଗ୍ରାମ ଆନ୍ଧ୍ରରେ ସାମିଲ ହେବା ପାଇଁ ସ୍ଥିର କରୁଛନ୍ତି । ଅଧିକ ପଢନ୍ତୁ...

The Mahendrataneya river does not have a bridge over the Odisha-Andhra border dispute
ଓଡିଶା-ଆନ୍ଧ୍ର ସୀମାନ୍ତ ବିବାଦରେ ମହେନ୍ଦ୍ରତନେୟା ନଦୀରେ ହେଉନାହିଁ ବ୍ରିଜ

ଗଞ୍ଜାମ: ଦିନେ କି ଦୁଇ ଦିନ ନୁହେଁ । ବର୍ଷ ବର୍ଷ ଧରି ଓଡିଶା–ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଲକର ଏହି ଅଞ୍ଚଳରେ ବ୍ରିଜ ନିର୍ମାଣ କରିବାକୁ ଦାବି କରି ଆସୁଛନ୍ତି ଉଭୟ ପାର୍ଶ୍ୱରେ ରହିଥିବା ଗ୍ରାମବାସୀ । ହେଲେ ବିବାଦ ମଧ୍ୟରେ ମହେନ୍ଦ୍ରତନୟା ନଦୀ ଉପରେ ନିର୍ମାଣ ହୋଇପାରୁ ନାହିଁ ସେତୁଟିଏ । ଯାହାକୁ ନେଇ ବର୍ଷ ତମାମ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ସୀମାନ୍ତବର୍ତ୍ତି ଅଞ୍ଚଳର ଲୋକମାନେ ପରସ୍ପର ଉପରେ ନିର୍ଭରଶୀଳ ତେଣୁ, ବର୍ଷା ଦିନେ ନଦୀରେ ଜଳ ସ୍ତର ବଢୁଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା । କିଏ କାମ କରିବାକୁ ଦୁରାନ୍ତକୁ ଯାଉଛି ତ ଆଉ କିଏ ଦୁର୍ଗମ ଅଞ୍ଚଳକୁ ଶିକ୍ଷକତା ପାଇଁ ଯାଇଥାଏ ।

ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱର ଗ୍ରାମବାସୀ ପରସ୍ପର ଉପରେ ନିର୍ଭରଶୀଳ । ତେଣୁ, ନଦୀ ଉପରେ ବ୍ରିଜ ନିର୍ମାଣ ନିହାତି ଆବଶ୍ୟକ । ହେଲେ ଏଥିପ୍ରତି ଉଭୟ ରାଜ୍ୟର ସରକାର ଓ ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟି ଦିଆଯାଉ ନାହିଁ । ଏନେଇ ଗ୍ରାଉଣ୍ଡ ଜିରୋରେ ସ୍ଥାନୀୟ ଜନତାଙ୍କ ସହିତ ଆଲୋଚନା କରିଥିଲେ ଆମ ସମ୍ୱାଦଦାତା...

ସୀମାନ୍ତରେ ରହିଥିବା ଏଭଳି ସମସ୍ୟାକୁ ନେଇ ଆମ ଇଟିଭି ଭାରତ ପ୍ରତିନିଧି ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଉ ସେ ଏହାକୁ ନେଇ ସରକାରଙ୍କ ସହ ଆଲୋଚନା କରିବା ସହିତ ଏହାକୁ ନେଇ ଏକ ସମୀକ୍ଷା କରିବେ ବୋଲି କହିଥିଲେ ।

ଓଡିଶା–ଆନ୍ଧ୍ର ସୀମାନ୍ତ ଗ୍ରାମ ଗୁଡିକରେ ରହୁଥିବା ଗ୍ରାମବାସୀଙ୍କୁ ମୌଳିକ ସୁବିଧାର ଅଭାବ ଯୋଗୁଁ ଅନେକ ଗ୍ରାମ ଆନ୍ଧ୍ରରେ ସାମିଲ ହେବା ପାଇଁ ସ୍ଥିର କରୁଛନ୍ତି । ସୀମାନ୍ତରେ ରହୁଥିବା ଗ୍ରାମବାସୀଙ୍କ ବ୍ରିଜ ନିର୍ମାଣ ଦାବୀର ସମାଧାନ ପାଇଁ ଉଭୟ ସରକାର ଓ ପ୍ରଶାସନ କେବେ ପଦକ୍ଷେପ ନେଉଛନ୍ତି ତାହାକୁ ସମସ୍ତଙ୍କ ଅପେକ୍ଷା ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.