ETV Bharat / state

ଗଞ୍ଜାମ ପ୍ରାଥମିକ ବିଦ୍ୟାଳୟରେ ବିସ୍ଫୋରଣ, ଦୁଇ ଛାତ୍ର ଆହତ - investigation start

ଗଞ୍ଜାମ ଜିଲ୍ଲାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିସ୍ଫୋରଣ ଘଟି ଦୁଇ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ରଙ୍କୁ ପରେ ବ୍ରହ୍ମପୁର ଏମକେସିଜି ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jul 20, 2019, 12:16 PM IST

Updated : Jul 20, 2019, 2:11 PM IST

ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲା ଆସିକା ମାଗୁରା ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିସ୍ଫୋରଣ ଘଟି ଦୁଇ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ରଙ୍କୁ ଆସିକା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପରେ ବ୍ରହ୍ମପୁର ଏମକେସିଜି ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ଶନିବାର ସ୍କୁଲରେ ପାଠପଢା ଚାଲିଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଦୁଇ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ । ତେବେ ଆହତ ଛାତ୍ରଙ୍କୁ ପ୍ରଥମେ ଆସିକା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଦୁଇ ଛାତ୍ରଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ତେବେ କୌଣସି ବିଦ୍ୟାର୍ଥୀ ବିଦ୍ୟାଳୟ ପରିସରରେ ପଡିଥିବା ଏକ ବିସ୍ଫୋରକ ସାମଗ୍ରୀକୁ ଉଠାଇ ଫୋଫାଡିବା ପରେ ଏଭଳି ବିସ୍ଫୋରଣ ଘଟିଥିବା ଜଣାପଡିଛି । ହେଲେ କିଭଳି ଏହି ବିସ୍ଫୋରକ ସାମଗ୍ରୀ ବିଦ୍ୟାଳୟ ପରିସରକୁ ଆସିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।

ଅନ୍ୟପଟେ ସ୍ଥାନୀୟ ଏସଡିପିଓ, ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା ଓ ପୋଲିସ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:Conclusion:
Last Updated : Jul 20, 2019, 2:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.