ETV Bharat / state

ପରୀକୁ ନ୍ୟାୟ ଦେବା ଦାବିରେ ବିଜେପିର ପଦଯାତ୍ରା

ପରୀକୁ ନ୍ୟାୟ ଦେବା ପାଇଁ ଦାବି କରି ରବିବାର ଗଞ୍ଜାମ ଜିଲ୍ଲା ଜିରାବାଡ଼ିଠାରେ ବିଜେପି ପକ୍ଷରୁ ପଦଯାତ୍ରା କରାଯାଇଛି । ଅଧିକ ପଢନ୍ତୁ...

BJP's Pada Yatra demanding justice for Pari
ପରୀକୁ ନ୍ୟାୟ ଦେବା ଦାବିରେ ବିଜେପିର ପଦଯାତ୍ରା
author img

By

Published : Dec 20, 2020, 1:48 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଜିରାବାଡି ଶୈବପୀଠ ଠାରେ ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ଓ ଜିରାବାଡ଼ିଠାରେ ପରୀକୁ ନ୍ୟାୟ ଦେବା ଦାବିରେ ବିଜେପି ପକ୍ଷରୁ ପଦଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ଦଳର ବହୁ କର୍ମକର୍ତ୍ତା ଯୋଗ ଦେଇଛନ୍ତି ।

ପରୀକୁ ନ୍ୟାୟ ଦେବା ଦାବିରେ ବିଜେପିର ପଦଯାତ୍ରା

ଏହି ପଦଯାତ୍ରା ମାଧ୍ୟମରେ ପରୀର ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହିତ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ଦାବି ରଖାଯାଇଛି । ଏହି ପଦଯାତ୍ରାରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବିଜେପିର ବହୁ ଦଳୀୟ କର୍ମୀ ଓ କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି ।

ତେବେ ସୂଚନା ଥାଉ କି, ନୟାଗଡ଼ର ନାବାଳିକା କନ୍ୟା ପରୀକୁ ଅପହରଣ କରି ଧର୍ଷଣ ପରେ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ନେଇ ରାଜନୈତିକ ବିବାଦ ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର SIT ତଦନ୍ତ କରାଯାଉଥିଲା । ତେବେ SIT ତଦନ୍ତରେ ତ୍ରୁଟି ରହିଥିବା ଦର୍ଶାଇ NCPCR କେନ୍ଦ୍ରୀୟ ସଂସ୍ଥାକୁ ପରୀ ଘଟଣାର ତଦନ୍ତ ପାଇଁ ସୁପାରିଶ କରିଥିବା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିଦ ପାତ୍ର ଶନିବାର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.