ETV Bharat / state

ସରକାରୀ ଯୋଜନାରୁ ବଞ୍ଚିତ ଲୋକେ, କାର୍ଯ୍ୟାଳୟ ଘେରାଉ କଲେ ବିଜେପି କର୍ମୀ

author img

By

Published : Nov 19, 2022, 11:53 AM IST

ପଞ୍ଚାୟତ ନିର୍ବାଚନ ପରେ ମଧ୍ୟ ଆଜି ଯାଏଁ କୌଣସି ପଞ୍ଚାୟତରେ କାର୍ଯ୍ୟକାରୀ ହୋଇନି ଉନ୍ନତିମୂଳକ ସରକାରୀ ଯୋଜନା । ଏନେଇ ବ୍ଲକରେ ଦୁର୍ନୀତି ବିରୋଧରେ କାର୍ଯ୍ୟାଳୟ ଘେରାଉ କଲେ ବିଜେପି ଦଳର ଶହ ଶହ କର୍ମୀ । ଅଧିକ ପଢନ୍ତୁ

କାର୍ଯ୍ୟକାରୀ ହୋଇନି ଉନ୍ନତିମୂଳକ ସରକାରୀ ଯୋଜନା, କାର୍ଯ୍ୟାଳୟ ଘେରାଉ କଲେ ବିଜେପି କର୍ମୀ

ଭଞ୍ଜନଗର: ଭଞ୍ଜନଗର ବ୍ଲକ ଦୁର୍ନୀତି ବିରୋଧରେ କାର୍ଯ୍ୟାଳୟ ଘେରାଉ କଲେ ବିଜେପି ଦଳର ଶହ ଶହ କର୍ମୀ । ଗତ ପଞ୍ଚାୟତ ନିର୍ବାଚନରେ ବହୁ ସଂଖ୍ୟାରେ ନିର୍ବାଚିତ ହୋଇଥିଲା ବିଜେପି ଜନ ପ୍ରତିନିଧି । ହେଲେ ଆଜି ଯାଏଁ ପଞ୍ଚାୟତ ଗୁଡିକରେ କୌଣସି ଉନ୍ନତିମୂଳକ ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇପାରିନାହିଁ । ଯାହାକୁ ନେଇ ବିଜେପି ଦଳ ତରଫରୁ ବ୍ଲକ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛନ୍ତି ।

କାର୍ଯ୍ୟକାରୀ ହୋଇନି ଉନ୍ନତିମୂଳକ ସରକାରୀ ଯୋଜନା

ସୂଚନା ଅନୁଯାୟୀ, ବିଜେପି ସମର୍ଥିତ ପଞ୍ଚାୟତ ଗୁଡିକରେ ସାଧାରଣ ଲୋକେ ଭତ୍ତା ଟିକେ ପାଇବାରୁ ହେଉଛନ୍ତି ବଞ୍ଚିତ l ଜାଣିଶୁଣି ସ୍ଥାନୀୟ ଜନ ପ୍ରତିନିଧି ତଥା ବର୍ତ୍ତମାନର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରୁଛନ୍ତି । ସେଥିରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସମ୍ପୃକ୍ତି ରହୁଛି ବୋଲି ବିଜେପି କହିଛି । ଏନେଇ ଆଜିର ଏହି ଗଣଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ତେବେ ବାସ୍ତବରେ ବହୁ ଯୋଗ୍ୟ ହିତାଧିକାରୀ ବିଧବା ଭତ୍ତା ଏବଂ ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ପ୍ରଶାସନ ଉଚିତ ତଦନ୍ତ କରି ଭତ୍ତା ଭଣ୍ଟନ କଲେ ସମାଜର ମଙ୍ଗଳ ହୋଇ ପାରିଥାନ୍ତା । ଅନ୍ୟପଟେ ଯେତେ ଦିନ ପର୍ଯ୍ୟନ୍ତ ଅମର ଦାବି ପୂରଣ ହୋଇନାହିଁ ସେତେ ଦିନ ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ଏନେଇ ଘୁମୁସର ଜିଲ୍ଲା ଉପ ସଭାପତି ଅଯୋଧ୍ୟା ମହାପାତ୍ର କହିଛନ୍ତି, "ଆନ୍ଦୋଳନର ମୁଖ୍ୟ କାରଣ ହେଲା ଫେବୃଆରୀ ମାସରେ ୧୦ଟି ପଞ୍ଚାୟତରେ ନିର୍ବାଚିତ ହୋଇଥିଲା ବିଜେପି ଜନ ପ୍ରତିନିଧି । ଏନେଇ ଫଳାଫଳ ଘୋଷଣା ପରେ ସମସ୍ତ ସରପଞ୍ଚ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଦାୟିତ୍ବ ନେବା ପରଠୁ ଆଜି ସୁଧା କୌଣସି ଉନ୍ନତମୂଳକ କାର୍ଯ୍ୟ ପ୍ରଶାସନ କରେଇ ଦେଉନି ।"

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.