ETV Bharat / state

ବିଜେପି ନେତୃବୃନ୍ଦଙ୍କୁ ବ୍ରହ୍ମପୁର ନିଗମ କମିଶନରଙ୍କ ଦୁର୍ବ୍ୟବହାର: ଦୁଇ ପକ୍ଷରୁ ଥାନାରେ ଏତଲା - ବ୍ରହ୍ମପୁର ଖବର

ବ୍ରହ୍ମପୁର ସହରର ମଶା ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ବ୍ରହ୍ମପୁର ନିଗମ କମିଶନରଙ୍କୁ ବିଜେପି କର୍ମକର୍ତ୍ତା ଭେଟିଥିଲେ । ହେଲେ ସେଠାରେ ବ୍ରହ୍ମପୁର ନିଗମ କମିଶନର ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଅଧିକ ପଢ଼ନ୍ତୁ

ବିଜେପି ନେତୃବୃନ୍ଦଙ୍କୁ ବ୍ରହ୍ମପୁର ନିଗମ କମିଶନରଙ୍କ ଦୁର୍ବ୍ୟବହାର: ଦୁଇ ପକ୍ଷରୁ ଥାନାରେ ଏତଲା
ମଶା ସମସ୍ୟା ଜଣାଇବାକୁ ଯାଇ ବିଜେପି ନେତୃବୃନ୍ଦଙ୍କୁ ବ୍ରହ୍ମପୁର ନିଗମ କମିଶନରଙ୍କ ଦୁର୍ବ୍ୟବହାର ଘଟଣା : ଦୁଇ ପକ୍ଷରୁ ଥାନାରେ ଏତଲା
author img

By

Published : Dec 11, 2022, 7:32 PM IST

Updated : Dec 11, 2022, 9:34 PM IST

ବିଜେପି ନେତୃବୃନ୍ଦଙ୍କୁ ବ୍ରହ୍ମପୁର ନିଗମ କମିଶନରଙ୍କ ଦୁର୍ବ୍ୟବହାର: ଦୁଇ ପକ୍ଷରୁ ଥାନାରେ ଏତଲା

ବ୍ରହ୍ମପୁର : ସହରରେ ମଶା ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ବ୍ରହ୍ମପୁର ନିଗମ କମିଶନରଙ୍କୁ ବିଜେପି କର୍ମକର୍ତ୍ତା ଭେଟିଥିଲେ । ସେଠାରେ ବ୍ରହ୍ମପୁର ନିଗମ କମିଶନର ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ମାମଲା ଏବେ ଥାନାରେ ପହଞ୍ଚିଛି । ନିଗମ ପକ୍ଷରୁ କମିଶନରଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ଗତକାଲି (ଶନିବାର) ଏହାକୁ ନେଇ ଏତଲା ଦେଇଥିଲେ।

ଏହାପରେ ଆଜି(ରବିବାର) ବିଜେପି ଦଳ ପକ୍ଷରୁ ସମ୍ପୂର୍ଣ୍ଣ ଘଟଣାକୁ ନେଇ ଲିଖିତ ଭାବରେ ନିଗମ କମିଶନରଙ୍କଠାରୁ ଆରମ୍ଭ କରି କେତେକ କର୍ମଚାରୀଙ୍କ ନାମରେ ଅନ୍ୟ ଏକ ଏତଲା ଦିଆଯାଇଛି । ଦୁଇ ପକ୍ଷର ଲିଖିତ ଅଭିଯୋଗକୁ ପୋଲିସ ଗ୍ରହଣ କରିଛି । ସୂଚନାନୁସାରେ ଗତ ୭ ତାରିଖ ଦିନ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ବିଜେପି ଦଳର ପ୍ରତିନିଧି ମଣ୍ଡଳୀ ସହରର ମଶା ଉପଦ୍ରବ ଘଟଣାକୁ ନେଇ ଏହାର ସମାଧାନ ଦାବି କରି ଏକ ଶୋଭାଯାତ୍ରା କରି ନିଗମରେ ପହଞ୍ଚିଥିଲେ।

ଏହାମଧ୍ୟ ପଢ଼ନ୍ତୁ.ବିନା ଅନୁମତିରେ ବହୁତଳ କୋଠା ନିର୍ମାଣ : ଖିଲାପକାରୀଙ୍କୁ ନୋଟିସ୍ କଲା ବ୍ରହ୍ମପୁର ମହାନଗର ନିଗମ

ସେଠାରେ ପ୍ରଥମେ ଅତିରିକ୍ତ କମିଶନରଙ୍କ ସହିତ ଆଲୋଚନା କରିଥିବା ବେଳେ ପରେ ମହାନଗର ନିଗମ କମିଶନର କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତେବେ ବିଜେପି ଦଳ ନିଗମ କମିଶନରଙ୍କୁ ସାକ୍ଷାତ କରିବାକୁ ଯାଉଥିବା ସମୟରେ କମିଶନର ମାତ୍ର ଚାରି ଜଣ ପ୍ରବେଶ କରିବାକୁ କହିଥିଲେ। ଏହାସହ ଦୁର୍ବ୍ୟବହାର କରିଥିଲେ। ଏନେଇ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ ବିଜେପି ବିକ୍ଷୋଭ କରିବାସହ ଧାରଣାରେ ବସି ରହିଥିଲେ।

ଏହାମଧ୍ୟ ପଢ଼ନ୍ତୁ.ବିଜେପି କର୍ମୀଙ୍କୁ BeMC କମିଶନରଙ୍କ ଦୁର୍ବ୍ୟବହାର ଅଭିଯୋଗ, କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଏହାପରେ ବ୍ରହ୍ମପୁର ମହାନଗର ନିଗମର ମେୟର, ଡେପୁଟି ମେୟର ଏବଂ କର୍ପୋରେଟରମାନେ ପହଞ୍ଚି ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ପରେ ଧାରଣାରୁ ଉଠାଇ ଆଲୋଚନା କରି ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ପ୍ରତିଶୃତି ଦେବାର ଦୁଇ ଦିନ ପରେ ଶନିବାର ନିଗମ କାର୍ଯ୍ୟାଳୟର କର୍ମଚାରୀ ହଠାତ୍ ବ୍ରହ୍ମପୁର ଟାଉନ ଥାନାରେ ଯାଇ ବିଜେପି ନେତୃବୃ଼ନ୍ଦଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ପରେ ବିଜେପି ପକ୍ଷରୁ ଆଜି ଅନ୍ୟ ଏକ ଏତଲା ଦିଆଯାଇଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ରାଜ୍ୟ ନେତୃବୃନ୍ଦଙ୍କୁ ଅବଗତ କରାଯାଇଛି ।

ସୂଚନାନୁସାରେ ଗତ କିଛି ମାସ ମଧ୍ୟରେ ବ୍ରହ୍ମପୁର ସହରରେ ମଶା ପ୍ରାଦୁର୍ଭାବ ବୃଦ୍ଧି ପାଇଛି । ଏହି ସମସ୍ୟାର ସମାଧାନ କରିବା ପାଇଁ ବିଜେପିର ପ୍ରତିନିଧି ଦଳ ନିଗମ କମିଶନରଙ୍କ ନିକଟକୁ ସାକ୍ଷାତ କରିବାକୁ ଯାଇଥିଲେ । ହେଲେ ନିଗମ କାର୍ଯ୍ୟାଳୟକୁ ଆସିଥିବା ଜିଲ୍ଲାର ବିଜେପି ନେତୃବୃନ୍ଦଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନର ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛି ବିଜେପି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Dec 11, 2022, 9:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.