ETV Bharat / state

ମହାବିଦ୍ୟାଳୟର ଯୁବ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ବିଜେଡ଼ି ସରକାର: ବିଜେପି

author img

By ETV Bharat Odisha Team

Published : Dec 3, 2023, 4:23 PM IST

ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ କଲେଜ କ୍ୟାମ୍ପସରେ ପ୍ରଚାର କରୁଛି ବିଜେଡି ସରକାର । ସାମ୍ବାଦିକ ସମ୍ମିଳନୀରେ ଏପରି କହିଲେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା। । ଅଧିକ ପଢନ୍ତୁ

Etv Bharat
Etv Bharat

bjp target bjd

ବ୍ରହ୍ମପୁର: ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଯୁବ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ରାଜ୍ୟର ବିଜେଡ଼ି ସରକାର । ରାଜ୍ୟ ରାଜକୋଷକୁ ଲୁଟ୍ କରି ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ କଲେଜ କ୍ୟାମ୍ପସ ଗୁଡିକରେ ଦଳୀୟ ପ୍ରଚାର କରାଯାଉଛି । ଯୋଜନା ଗୁଡିକୁ ସରକାରୀ ସ୍ତରରେ ବାଟମାରଣା କରାଯାଉଥିବା ଅଭିଯୋଗ ଆଣିଛନ୍ତି ଅଭିଳାଷ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୧୫ ଦିନ ଧରି ରାଜ୍ୟର ସମସ୍ତ ସରକାରୀ ଅନୁଦାନ ପ୍ରାପ୍ତ ଓ ଅନ୍ୟାନ୍ୟ ମହାବିଦ୍ୟାଳୟ ଗୁଡିକରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ ଚିହ୍ନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରଖି ପ୍ରଚାର କରାଯାଉଛି । ଓଡ଼ିଶାରେ ଦିନକୁ ଦିନ ଶିକ୍ଷାର ଅବନତି ଘଟୁଥିବା ସମୟରେ କ୍ୟାମ୍ପସରେ ମାଳ ମାଳ ସମସ୍ୟା ରହିଛି । ରାଜ୍ୟ ସରକାର ଓଡ଼ିଶାର ରାଜ୍ୟକୋଷକୁ ନିଜ ଦଳୀୟ ପ୍ରଚାର କରୁଛନ୍ତି । ଯେଉଁ ଟଙ୍କା ଶିକ୍ଷାର ବିକାଶରେ ଲାଗିବା କଥା ସେ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳର ପ୍ରଚାରରେ ଲଗାଉଛନ୍ତି । ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବିଗତ ୧୫ ଦିନରେ ନିଜ ଦଳୀୟ ପ୍ରଚାର ପାଇଁ ଓଡ଼ିଶାର କଲେଜ କ୍ୟାମ୍ପସରେ ଖର୍ଚ୍ଚ କରିଯାଇଛି । ଓଡ଼ିଶାର ସମସ୍ତ ୪୮୮ ଏବଂ ୬୬୨ ବର୍ଗର ମହାବିଦ୍ୟାଳୟ ଅଧ୍ୟାପକ ମାନେ ରିଲ୍ଲେ ଧାରଣାରେ ୯ ମାସ ଧରି ବସିଛନ୍ତି । ଏପରିକି ଏହି କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିବା ଅର୍ଥର ବଡ ଅଂଶ କେବଳ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ମାରିବାକୁ ସରକାରୀ ନିର୍ଦ୍ଦେଶିକାରେ କୁହାଯାଇଥିବା ଦୁର୍ଭାଗ୍ୟଜନକ ବୋଲି କହି ସମାଲୋଚନା କରିଛନ୍ତି ଅଭିଳାଷ ପଣ୍ଡା ।

ଏହା ମଧ୍ୟ ପଢନ୍ତୁ-ଓଡିଶା ସରକାର ଦୁର୍ନୀତିକୁ ନୀତି କରିଛନ୍ତି, କରପସନ୍‌ ସରକାରଙ୍କ ନୀତି: ବିଜେପି

୧୦୦ ରୁ ୨୦୦ ସଂଖ୍ୟାରେ ବିଦ୍ୟାର୍ଥୀ ରହିଥିବା ମହାବିଦ୍ୟାଳୟକୁ ୧.୫ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ସେଥିରୁ ୨୦ହଜାର ଟଙ୍କା କେବଳ ବ୍ୟାନର ଲାଗିବା ପାଇଁ । ସେହିଭଳି ୨୦୦୦ ଛାତ୍ରଙ୍କ କ୍ୟାମ୍ପସ ପାଇଁ ପ୍ରଦତ୍ତ ୯ଲକ୍ଷରୁ ୧ଲକ୍ଷ କେବଳ ବ୍ୟାନର ମାରିବା ପାଇଁ ଖର୍ଚ୍ଚ ନିର୍ଦ୍ଦେଶିକାରେ ସୂଚିତ କରାଯାଇଛି । ଗୋଟିଏ କଲେଜ କ୍ୟାମ୍ପସରେ ୨୦ ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ବ୍ୟାନର ଲାଗିବା ପରେ, କ୍ୟାମ୍ପସ ଏବଂ ବିଜେଡ଼ି କାର୍ଯ୍ୟାଳୟ ଭିତରେ ଫରକ୍ କଣ ରହିଲା ବୋଲି ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ପ୍ରଶ୍ନ କରିଛନ୍ତି ।

ଓଡ଼ିଶାର ନୂଆ ଭୋଟରଙ୍କ ପାଖରେ ନିଜ ଦଳର ପ୍ରଚାର ପ୍ରସାର କରିବା ପାଇଁ ରାଜକୋଷରୁ ୧୦୦ କୋଟିରୁ ଅଧିକ ଟଙ୍କା ଯୁବକ ମାନଙ୍କ ବିକାଶ କରିବା ନାମରେ ଖର୍ଚ୍ଚ କରାଯାଉଛି । କ୍ୟାମ୍ପସରେ ଦଳୀୟ ଚିହ୍ନ ଏବଂ ଫୋଟ ଲଗାଇ ସ୍ଥାନୀୟ ନେତାଙ୍କ ଉପସ୍ଥିତିରେ ଯୁବପୀଢୀଙ୍କୁ ନିଜ ଆଡକୁ ଆଣିବା ପାଇଁ ଏଭଳି ପ୍ରହେଳିକା କରାଯାଉଛି । ସେହିପରି ୩୦ ଅକ୍ଟୋବରରେ ଏକ ସରକାରୀ ଚିଠିରେ କଲେଜ ଅଧ୍ୟକ୍ଷ ମାନଙ୍କୁ କାର୍ଯ୍ୟକ୍ରମ ମାନଙ୍କରେ ସ୍ଥାନୀୟ ନେତା ମାନଙ୍କୁ ଅତିଥି ନ ଡାକିବା ଦ୍ଵାରା ଉଦ୍ଦେଶ୍ୟ ସାଧିତ ହୋଇପାରୁନି ବୋଲି ଉଲ୍ଲେଖ ରହିବା ଏହି କାର୍ଯ୍ୟକ୍ରମ ପଛରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟକୁ ସାମ୍ନାକୁ ଆଣିସାରିଛି । ରାଜ୍ୟ ସରକାର ଓଡ଼ିଶାର ଯୁବକଙ୍କୁ ୨୦୧୯ରେ ବିଜୁ ଯୁବବାହିନୀ ମାଧ୍ୟମରେ ଯେଉଁ ଧୋକା ଦେଇଛନ୍ତି ତା'ର ଜବାବ ଓଡ଼ିଶାର ଯୁବକ ୨୦୨୪ ସାଧାରଣ ନିର୍ବାଚନରେ ଦେବେ ବୋଲି ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ବିଜେଡିକୁ ତୀବ୍ର ସମାଲୋଚନା କରି ବର୍ଷିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.